Advertisment

ସଙ୍ଗୀତ ଦୁନିଆରେ ଯମରାଜଙ୍କ କୋପ: ୭ ଦିନରେ ଚାଲିଗଲେ ୩ ସେଲିବ୍ରିଟି

ସଙ୍ଗୀତ ଦୁନିଆରେ କଳା ବାଦଲ। ଆଗ ପଛ ହୋଇ ଚାଲିଗଲେ ସୁନାମଧନ୍ୟ ୩ ଗାୟକ। ୭ ଦିନ ମଧ୍ୟରେ ତିନି ତିନି ଜଣ ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁକୁ ନେଇ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଏପରି ଲାଗୁଛି ସତେ ଯେମିତି ସଙ୍ଗୀତ ଦୁନିଆରେ ଯମରାଜଙ୍କ କୋପ ଦୃଷ୍ଟି ପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Three Famous Singer Died In Just One Week

Three Famous Singer Died In Just One Week

ସଙ୍ଗୀତ ଦୁନିଆରେ କଳା ବାଦଲ। ଆଗ ପଛ ହୋଇ ଚାଲିଗଲେ ସୁନାମଧନ୍ୟ ୩ ଗାୟକ। ୭ ଦିନ ମଧ୍ୟରେ ତିନି ତିନି ଜଣ ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁକୁ ନେଇ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଏପରି ଲାଗୁଛି ସତେ ଯେମିତି ସଙ୍ଗୀତ ଦୁନିଆରେ ଯମରାଜଙ୍କ କୋପ ଦୃଷ୍ଟି ପଡ଼ିଛି। ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଉ ୨ଜଣଙ୍କ ଅକାଳ ବିୟୋଗ ଘଟିଛି। ସବୁ ଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଥିବା ଏହି ୩ ଗାୟକ ହେଲେ- ମାଲାୟଲମ ସଙ୍ଗୀତ ଜଗତର ବିଶିଷ୍ଟ ଗାୟକ ଏଡ୍‌ୱା ବସିର, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଓ ବଲିଉଡ୍‌ର ଭଏସ୍‌ ଅଫ୍ ଲଭ୍ କେକେ।

Advertisment

ମାଲାୟଲମ ସଙ୍ଗୀତ ଜଗତର ବିଶିଷ୍ଟ ଗାୟକ ଏଡ୍‌ୱା ବସିର ଏକ କାର୍ଯ୍ୟକ୍ରମରେ ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ଏହାପରେ ୭୮ ବର୍ଷୀୟ ବସିରଙ୍କ ପରଲୋକ ଘଟିଥିଲା। ସେ ଜଣେ ସୁନାମଧନ୍ୟ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ଥିଲେ। କେରଳର ଆଲାପୁଜାଠାରେ ଗତ ଶନିବାର ରାତିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ବସିର ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସେହିପରି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ଗତ ପାଖାପାଖି ୩୦ ରାଉଣ୍ଡ୍‌ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ୍‌ ଗୁଳି ତାଙ୍କ ଶରୀରରେ ବାଜି ଥିଲା। ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ୍‌ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା। ଏବେବି ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।।

Advertisment

ସୂଚନାଥାଉ କି,ପଞ୍ଜାବର ମନ୍‌ସାରେ ସିଦ୍ଧୁ ମୁସେଓ୍ୱାଲାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। କୁହାଯାଉଛି, ଅଭିଯୁକ୍ତମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ମୁସେଓ୍ୱାଲାଙ୍କ ସାଙ୍ଗରେ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି।

ସିଦ୍ଧୁ ମୁସେଓ୍ୱାଲାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅର୍ଥାତ୍‌ ଗତକାଲି ବଲିଉଡର ଭଏସ୍‌ ଅଫ୍ ଲଭ୍ କେକେ ବା କ୍ରିଷ୍ଣକୁମାର କୁନ୍ନାଥ(Krishnakumar Kunnath)ଙ୍କ ମୃତ୍ୟୁ ଘଟିଛି।ମଙ୍ଗଳବାର କୋଲକାତାରେ ନଜରୁଲ ମଞ୍ଚ ଗୁରଦାସ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ କେକେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ ହୋଟେଲ୍‌ ଫେରିଥିଲେ ଓ ତାଙ୍କୁ ତୁରନ୍ତ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଆଶଙ୍କା କରିଛନ୍ତି।

Famous Singer Dies Punjab Singer Sidhu Moosewala Singer KK Singer Edwa Bashir
Advertisment
Advertisment