/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654482720.jpg)
Salman Khan
ବଲିଉଡ ଷ୍ଟାର୍ ସଲମାନ ଖାନଙ୍କୁ ଧମକ । ତାଙ୍କ ବାପା ସଲିମ ଖାନଙ୍କୁ ମଧ୍ୟ ଧମକ ଦିଆଯାଇଛି । ଉଭୟ ବାପ ପୁଅଙ୍କୁ ହତ୍ୟା ଧମକ ଦିଆଯାଇଥିବାର କୁହାଯାଉଛି । ମୁମ୍ବାଇ ବାନ୍ଦ୍ରାରେ ଥିବା ତାଙ୍କ ଆପାର୍ଟମେଣ୍ଟ ନିକଟରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ସେଥିରେ ଲେଖା ହୋଇଥିଲା ଯେ, ସିଦ୍ଧୁ ମୁସେୱାଲା ପରି ତୁମର ଅବସ୍ଥା ହେବ ।
ମର୍ଣ୍ଣିଂ ୱାକ୍ ପରେ ସାଧାରଣତଃ ଯେଉଁଠି ସଲିମ ଖାନ ବସନ୍ତି, ସେଠାରୁ ଏହି ଚିଠି ମିଳିଛି । ବାନ୍ଦ୍ରା ଥାନା ପୋଲିସ ଏତଲା ଦାୟର କରି ତଦନ୍ତ ଆରମ୍ଭ କରିଛନ୍ତି । କିଛି ଦିନ ତଳେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ୨୦୧୮ରେ ଏହି ଗ୍ୟାଙ୍ଗ ପକ୍ଷରୁ ସଲମାନ ଖାନଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।
କୃଷ୍ଣସାର ମୃଗ ଶିକାର ମାମଲା କୋର୍ଟରେ ଚାଲିଥିବା ବେଳେ ସଲମାନଙ୍କୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ । ବିଷ୍ଣୋଇ ସଂପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ବହୁତ ପବିତ୍ର ବୋଲି ମାନନ୍ତି । ଲରେନ୍ସ ବିଷ୍ଣୋଇ ଏବେ ତିହାର ଜେଲ୍ରେ ଅଛି । ଉତ୍ତର ଭାରତର ଅନେକ ରାଜ୍ୟରେ ତାର ଗ୍ୟାଙ୍ଗ ସକ୍ରିୟ ରହିଥିବାର କୁହାଯାଉଛି । ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଖାନଙ୍କ ସିକ୍ୟୁରିଟି ବଢ଼ାଇ ଦିଆଯାଇଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)