Advertisment

ଏଇ ରଜରେ ‘ତରଙ୍ଗ’ର ନୂଆ ଭେଟି ‘ଗୌରୀ’

‘ଗୌରୀ’ ଏକ ଗାଉଁଲି ଚୁଲୁବୁଲି ଝିଅର କାହାଣୀ। ଗାଁ ପରିବେଶରୁ ଆସି ସାଜିଛି ବଡ ଘରର ବୋହୂ। ଯୁବପିଢିଙ୍କୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ସସ୍‌ପେନ୍ସ ଥ୍ରୀଲରରେ ପରିପୂର୍ଣ୍ଣ ହୋଇଥିବା ବେଳେ ରହିଛି ଏକ ନିଆରା ପ୍ରେମ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ଦେଖିବାକୁ ମିଳିବ।

author-image
Pramod Behera
Taranga New Seriel Gouri coming soon

Taranga New Seriel Gouri coming soon

ରଜରେ ଆସୁଛି ‘ଗୌରୀ’। ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସବୁବେଳେ ନୂଆ କିଛି କରିବାକୁ ଚେଷ୍ଟା କରିଥାଏ ‘ତରଙ୍ଗ’ ପରିବାର। ‘ଗୌରୀ’ ମଧ୍ୟ ସେହି ଧାରାର ଏକ ଧାରାବାହିକ, ଯାହା ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ପ୍ରସାରିତ ହେବାକୁ ଯାଉଛି। ଏଥିରେ ଦର୍ଶକ ପୁଣି ଥରେ ସେମାନଙ୍କ ପ୍ରିୟ ନାୟିକା ନିଳାକ୍ଷୀ ପାତ୍ରଙ୍କୁ ଦେଖିବାକୁ ପାଇବେ।

Advertisment

ଇତି ମଧ୍ୟରେ ‘ତରଙ୍ଗ’ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହି ସିରିଜ୍‌ର ୩ଟି ପ୍ରମୋ ରିଲିଜ୍ ହୋଇସାରିଛି। ପ୍ରମୋଗୁଡିକ ଦେଖିବା ପରେ ଦର୍ଶକଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି। ଦର୍ଶକ ଏହାକୁ ଦେଖିବାକୁ ଆଗ୍ରହର ସହ ଚାହିଁ ବସିଛନ୍ତି।

ଏହାର ପ୍ରଥମ ପ୍ରମୋ ମେ ୧୦ରେ ରିଲିଜ୍ ହୋଇଥିବା ବେଳେ ଏଥିରେ ଏକ ନୂଆ ବୋହୂର ଗୃହ ପ୍ରବେଶ ଦେଖିବାକୁ ମିଳେ। ଏହା ପରେ ଯାହା ହୁଏ ଆପଣଙ୍କୁ ବି ଭୟଭୀତ କରିଦେବ। ଲାଗୁଛି ଦର୍ଶକେ ଏହି ସିରିଜ୍‌ରେ ଥ୍ରୀଲର ଆର୍ଟର ଛୁଙ୍କ ପାଇବେ। ଏକ ଗାଉଁଲି ଝିଅ ବଡ ଘରର ବୋହୂ ସାଜିଥିବା ବେଳେ ତା’ ହାତରେ ସବୁବେଳେ ତାରିଣୀଙ୍କ ଫଟୋ କହୁଛି ସେ ଜଣେ ତାରିଣୀ ଭକ୍ତ। ତା’ର ମା’ଙ୍କ ଉପରେ ରହିଛି ଅଦମ୍ୟ ବିଶ୍ୱାସ। ସବୁ ବିପଦରୁ ସେ ଉଦ୍ଧାର କରିବେ ବୋଲି ରହିଛି ପୂର୍ଣ୍ଣ ଭରସା।

Advertisment

ସିରିଜ୍‌ର ଦ୍ୱିତୀୟ ପ୍ରମୋ ମେ ୨୫ରେ ରିଲିଜ୍ ହୋଇଛି। ଏଥିରେ ଏକ ଫଟୋ ଉପରେ ଘୋଡାଯାଇଛି କଳା କପଡା। ଶାଶୁର ତାଗିଦ ଯେ ଫଟୋରୁ ଯେପରି କପଡା ନ ଉଠେ। ଏହା ପଛରେ ରହିଛି କି କିଛି ରହସ୍ୟ? ଏ ଫଟୋ କାହାର? ପ୍ରମୋରୁ ଲାଗୁଛି ସିରିଜ୍ ସସ୍‌ପେନ୍ସରେ ଭରପୂର।

ତୃତୀୟ ପ୍ରମୋରେ ଦେଖାଯାଏ ସମ୍ପୂର୍ଣ୍ଣ ଏକ ଗାଁର ପରିବେଶ। ମନ୍ଦିର, ବିଲ ବଣ, ରଜ ଦୋଳୀ ଆଦି ଗାଁର ପରିବେଶକୁ ସୁନ୍ଦର କରୁଛି। ଗୌରୀର କାହାଣୀ କହୁଛି ଏହି ପ୍ରମୋ। ଗାଁର ପରିବେଶରେ ବଢିଛି ଗୌରୀ ଆଉ ପଡିଛି ପ୍ରେମରେ। ତା’ ପ୍ରେମ କ’ଣ ସଫଳ ହେଉଛି? ଗୌରୀ କ’ଣ ତା’ ମନ ମଣିଷକୁ ପାଉଛି? ଏସବୁ ପୂରା ସିରିଜ୍ ହିଁ କହିବ।

ଏହି ସିରିଜ୍‌ରେ ନିଳାକ୍ଷୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ, ଯିଏ ପୂର୍ବ ତରଙ୍ଗର ଅନ୍ୟ ଏକ ଧାରାବାହିକରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରି ସାରିଛନ୍ତି।

ଏଇ ରଜରେ ଦର୍ଶକଙ୍କୁ ତରଙ୍ଗ ପରିବାର ତରଫରୁ ଭେଟି ଦିଆଯାଉଥିବା ଏହି ନୂଆ ସିରିଜ୍‌କୁ ଯୁବ ନିର୍ଦ୍ଦେଶକ ରାମ ପାଢୀ ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ସିଲ୍‌ଭରଟୋନ୍ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ନିର୍ମିତ ହେଉଛି। ଧାରାବାହିକଟି ଜୁନ୍ ୧୩ରୁ ପ୍ରତିଦିନ ସନ୍ଧ୍ୟା ୭ରେ ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ଫ୍ଲସ୍‌ରେ ଷ୍ଟ୍ରିମିଙ୍ଗ୍‌ ହେବ।

Tarang TV Taranga Plus
Advertisment
Advertisment