• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୯୦ ଦଶକର ମେଲୋଡିୟସ୍ ସିଙ୍ଗର କେ.କେ । ସାଧାରଣ ଗୀତକୁ ବି ସେ ଅସାଧାରଣ ବନାଇ ଦିଅନ୍ତି । ଲଭ୍ ଆଉ ରୋମାନ୍ସର ପରିଭାଷା ତାଙ୍କ ଗୀତରୁ ହି ଶିଖିଥିଲେ ୯୦ ଦଶକର ପିଲା । ବୟସ ବଢ଼ିଥିଲା ତାସହ ବଢ଼ିବାରେ ଲାଗିଥିଲା ହିଟ୍ ଗୀତର ସଂଖ୍ୟା । ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଇମ୍ରାନଙ୍କ ରୋମାନଣ୍ଟିକ୍‌ ସିନେମାରେ ସବୁଥିରେ ଥିଲେ କେ.କେ ।

କଣ୍ଠରେ ତାଙ୍କ ଯାଦୁ । ତାଙ୍କ ଗୀତ ଶୁଣିବା କ୍ଷଣି ସମୟ ଯେପରି ଅଟକି ଯାଏ । ବିନା କହି ବି ବୁଝି ହେଇ ଯାଏ ଅନେକ କିଛି । ୯୦ ଦଶକରେ ବଡ଼ ହେଇଥିବା ଏମିତି କେହି ବି ନଥିବେ ଯିଏ ତାଙ୍କ ଗୀତ ଶୁଣି ନଥିବେ । ଲଭ୍, ରୋମାନସ୍ କଥା ଆସିଲେ ତାଙ୍କ ଗୀତ ବିନା ଯେପରି ସେ ସବୁ ଅଧୁରା ।

ଜଣେ ସିଙ୍ଗରକୁ ହଜାର ହଜାର ଗୀତ । କ୍ରିଷ୍ଣକୁମାର କୁନ୍ନଥ- କେକେ । ଫ୍ୟାନ୍ ଆଜି ବି ତାଙ୍କର ଜରା ସି ଶୁଣନ୍ତି, ଆଜି ବି ପ୍ରେମରେ ବିରହକୁ ସହୁଥିବା ପ୍ରେମିକ ଶୁଣେ ଆଇକନିକ୍ ତଡ଼ପ ତଡ଼ପ ଇସ୍ ଦିଲ ସେ । ଆଜି ବି ବାଜେ ଦିଲ୍ ଚାହତା ହେ । କେକେଙ୍କ ଗୀତ ଯେ କେବଳ ହିଟ୍ ଥିଲା ତା ନୁହେଁ ଯୁବ ପିଢ଼ିଙ୍କ ମନକୁ ଛୁଇଁ ଥିଲା ।

୨୦୦୬ରୁ ୧୪ ମଧ୍ୟରେ କେକେ ବଲିଉଡକୁ ଦେଇଥିବା ଲଭ୍ ସେନସେସନ୍ ସବୁ ଦିନ ପାଇଁ ମନେ ରହିବ । ମହେଶ ଭଟ୍ଟଙ୍କ ଫିଲ୍ମ, ଇମ୍ରାନ ହାସମିଙ୍କ ଅଭିନୟ ଆଉ କେକେଙ୍କ ଗୀତ ଯୋଡ଼ି ବଡ଼ ବଡ଼ ହିଟ୍ ଦର୍ଶକଙ୍କୁ ଭେଟି ଦେଇଛି । ଖାଲି ହିନ୍ଦୀରେ ସେ ସୀମିତ ନଥିଲେ । ତେଲୁଗୁର ଆର୍ୟାରେ ବି ଥିଲା ତାଙ୍କ ଭଏସ ଦକ୍ଷିଣ ଭାରତର ଏକାଧିକ ଭାଷାରେ ସେ ଗୀତ ଗାଇଥିଲେ । ବୋଧେ ବହୁତ୍ କମ୍ ବଲିଉଡ୍ ସିଙ୍ଗର ଦକ୍ଷିଣରେ ପରିଚିତ, ସେଥିରୁ କେକେ ଥିଲେ ଅନ୍ୟତମ ।

kk seath୯୦ ଦଶକର ମେଲୋଡିୟସ୍ ସିଙ୍ଗର କେ.କେ

କେକେଙ୍କ ଓଡ଼ିଶା ସହ ଥିଲା ନିବିଡ଼ ସମ୍ପର୍କ । ବହୁବାର ସେ ଗୋପାଳପୁର, ଭୁବନେଶ୍ୱର ଭଳି ଅନେକ ସହରରେ ଶୋ କରିବାକୁ ଆସିଛନ୍ତି ଓଡ଼ିଆ ଦର୍ଶକ ବି ତାଙ୍କ ଗୀତରେ ଝୁମିଛନ୍ତି । କାଲିର ହିଁ କଥା, ଗୀତ ଗାଉ ଗାଉ ହିଁ ଶେଷରେ ଫ୍ୟାନଙ୍କୁ ଅଲବିଦା କହିଲେ ଏହି ମେଲୋଡ଼ିୟସ କିଙ୍ଗ କିଏ ଭାବିଥିଲା ଏହା ହେବ ତାଙ୍କ ଶେଷ ଷ୍ଟେଜ୍ ଶୋ ।