/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654428357.jpg)
Yash once bringing tea and cigarettes for senior directors
ମନୋରଂଜନ ଦୁନିଆର ପ୍ରତ୍ୟେକ ସେଲ୍ଫ ମେଡ୍ ଆକ୍ଟର ସେମାନଙ୍କ କ୍ୟାରିୟରର ଗୋଟିଏ ଗୋଟିଏ ପର୍ଯ୍ୟାୟ ଦେଇ ଯାଇଥାନ୍ତି। ଜୁନିୟରରୁ ନିଜ କଳାକାର ଜୀବନ ଆରମ୍ଭ କରି ପରେ ଇଣ୍ଡଷ୍ଟ୍ରିର ଏକ ବଡ଼ ଚେହେରା ଭାବରେ ଉଭା ହୋଇଛନ୍ତି। ଏହିପରି ବ୍ୟକ୍ତିତ୍ୱଙ୍କ ତାଲିକା ଭିତରେ କେଜିଏଫ୍ ତାରକା ୟଶଙ୍କ ନାମ ମଧ୍ୟ ରହିଛି। ୟଶ ଦିନେ ‘ସାଣ୍ଡାଲ୍ ଉଡ୍’ ଇଣ୍ଡଷ୍ଟ୍ରିରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରୁଥିଲେ। ଏହି ସମୟରେ ସେ ସେଟ୍ରେ ନିର୍ଦ୍ଦେଶକଙ୍କ ପାଇଁ ଚା’ ଓ ସିଗାରେଟ୍ ଆଣୁଥିଲେ। ଏହି କାମକୁ ସେ ନାପସନ୍ଦ କରୁଥିଲେ ମଧ୍ୟ କରିବାକୁ ବାଧ୍ୟ ହେଉଥିଲେ।
ଏକ ସାକ୍ଷାତକାରରେ ୟଶ କହିଥିଲେ ଯେ ସିନେମା ଶିଳ୍ପରେ ସହକାରୀ ନିର୍ଦ୍ଦେଶକଙ୍କୁ କିପରି ବ୍ୟବହାର କରାଯାଏ ତାହା ପ୍ରାୟ ସମସ୍ତେ ଜାଣନ୍ତି। ମୁଖ୍ୟ ନିର୍ଦ୍ଦେଶକଙ୍କ ଅପେକ୍ଷା ସେମାନେ ହିଁ ସବୁକିଛି କରନ୍ତି। ଏହା କେବଳ ଗ୍ଲାମର ଦୁନିଆରେ ନୁହେଁ ବରଂ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜୁନିୟର ଏବଂ ଇଣ୍ଟର୍ନମାନଙ୍କୁ ଏହିଭଳି ବ୍ୟବହାର କରାଯାଏ।
ୟଶଙ୍କ କହିବା କଥା, “ମୋତେ ନିର୍ଦ୍ଦେଶକଙ୍କ ପାଇଁ ଜଳଖିଆ, ଚା’ ଏବଂ ସିଗାରେଟ୍ ଆଣିବାକୁ କୁହାଯାଉଥିଲା। ଏହା ପ୍ରକୃତରେ ମୋର ଇଗୋକୁ ହର୍ଟ କରୁଥିଲା ଆଉ ମୁଁ ନିଜକୁ ପଚାରୁଥିଲି, ମୋତେ ଏସବୁ କରିବା ଆବଶ୍ୟକ କି? କିନ୍ତୁ ମୁଁ ଅସଫଳ ହେଇ ଘରକୁ ଫେରିବାକୁ ଚାହୁଁ ନଥିଲି। ଅନେକ ଲୋକ ଏହି ସମୟରେ ହାର ମାନନ୍ତି। ମୁଁ ଦୃଢ ରହିଲି କାରଣ ମୁଁ କିଛି ହାସଲ କରିବାକୁ ଚାହୁଁଥିଲି।”
ଯେତେବେଳେ ସେ ତାଙ୍କ ସିନିୟରମାନଙ୍କ ସହ ଗୋଟିଏ ଟେବୁଲ୍ରେ ଖାଇବାକୁ ବସୁଥିଲେ ସେମାନେ ତାଙ୍କୁ ଘୁରି ଘୁରି ଚାହୁଥିଲେ ବୋଲି ସେ କୁହନ୍ତି।
ଅବଶ୍ୟ ଏଭଳି ପରିସ୍ଥିତି କେବଳ ୟଶଙ୍କୁ ମଜବୁତ କରିନି ବରଂ ତାଙ୍କୁ ଆଜି ଏକ ସଫଳତାରେ ପହଞ୍ଚାଇଛି। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୟଶ ମାଟି ସହିତ ଜଡିତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଏବଂ ସେ ସମସ୍ତଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତି।
ଯଶ ଜଣେ ବସ୍ ଡ୍ରାଇଭରର ପୁଅ। ତାଙ୍କର ଅନ୍-ସ୍କ୍ରିନ୍ ପ୍ରତିଛବି ଏବଂ ଚରିତ୍ରକୁ ଦର୍ଶେଇ ୟଶଙ୍କୁ ଏକ ରଫ୍ ଆଇଡଲ ଭାବେ ନିଆଯାଏ, ଯିଏ ନିଜ ନିୟମ ଅନୁସାରେ ଚାଲନ୍ତି। କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ଛୋଟ ସହରରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ୟଶ ଜନ୍ମଗ୍ରହଣ କରିଥିଲେ।
ତାଙ୍କ ପିତା କେଏସ୍ଆର୍ଟିସି ପରିବହନ ସେବାରେ ବସ୍ ଡ୍ରାଇଭର ଭାବରେ କାମ କରୁଥିଲେ। ମୈସୁରରେ ଶିକ୍ଷା ସମାପ୍ତ କରିବାର କିଛି ଦିନ ପରେ, ୟଶ ବାଙ୍ଗାଲୋରକୁ ଯାଇ ପ୍ରସିଦ୍ଧ ନାଟ୍ୟକାର ବି.ଭି ଆରନାଥଙ୍କ ଦ୍ୱାରା ନିର୍ମିତ ଲୋକପ୍ରିୟ ବେନାକା ଥିଏଟର ଟ୍ରୁପ୍ରେ ଯୋଗ ଦେଇଥିଲେ।
କେଜିଏଫ୍ର ପ୍ରି-ରିଲିଜ୍ ଇଭେଣ୍ଟରେ ଆର୍ଆର୍ଆର୍ ନିର୍ଦ୍ଦେଶକ ଏସ୍.ଏସ୍ ରାଜା ମୌଲି କହିଥିଲେ ଯେ “ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଯାଥିଲି ଯେ ୟଶ୍ ଜଣେ ବସ୍ ଡ୍ରାଇଭରଙ୍କ ପୁଅ। ମୋତେ କୁହାଯାଇଛି ଯେ ତାଙ୍କ ପିତା ଆଜିବି ତାଙ୍କ ବୃତ୍ତିକୁ ଜାରି ରଖିବାକୁ ଜିଦ୍ ଧରିଛନ୍ତି। କାରଣ ଏଇଥିରୁ ହିଁ ତାଙ୍କ ପୁଅ ଘରେ ଘରେ ପରିଚିତ ହୋଇଛି, ଯିଏ ଏବେ ରକି ଭାଇ ନାମରେ ପ୍ରତ୍ୟେକ ଯୁବପିଢି ମୁହଁରୁ ଶୁଣାଯାଉଛି। ମୋ ପାଇଁ ଜଣେ ଅଭିନେତା ଠାରୁ ଅଧିକ ୟଶଙ୍କ ପିତା ହେଉଛନ୍ତି ପ୍ରକୃତ ତାରକା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)