• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦେଶର ପ୍ରସିଦ୍ଧ ଗାୟକ କେକେ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ସେ କୋଲକାତାରେ ଏକ କନ୍ସର୍ଟ କରିବାକୁ ଯାଇଥିଲେ, ଯେଉଁଠାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେକେ ଅତି ସରଳ ଜୀବନଯାପନ କରିବାରେ ବିଶ୍ୱାସ କରୁଥିଲେ। ମଦ୍ୟ ଏବଂ ଧୂମପାନ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ଏପରି ପରିସ୍ଥିତିରେ, ତାଙ୍କର ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଆଘାତ ଦେଇଛି। ଏହାକୁ ନେଇ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଶୋକ ପ୍ରକାଶ କରିବା ସହ ଫିଲ୍ମ ଶୀଳ୍ପ ସହ ଜଡିତ କିଛି ସତ କଥା କହିଛନ୍ତି। ଆସନ୍ତୁ ଏହି ପ୍ରଶ୍ନ-ଉତ୍ତର ମାଧ୍ୟମରେ ଜାଣିନେବା ସେ କ’ଣ କହିଛନ୍ତି।

ପ୍ରଶ୍ନ: ଗତ ରାତିରେ ପ୍ରସିଦ୍ଧ ଗାୟକ କେକେଙ୍କର ମୃତ୍ୟୁ ହୋଇଛି। ଏହା ସମସ୍ତଙ୍କୁ ଶୋକ ସାଗରରେ ଭସେଇ ଦେଇଛି। ଇଣ୍ଡଷ୍ଟ୍ରୀର ଜଣେ ଅଂଶ ହୋଇ ଆପଣ ଏ ବିଷୟରେ କ’ଣ କହିବେ?

ଉତ୍ତର: ସେ ମୋ କ୍ୟାରିୟରର ଏକ ଅଂଶ ଥିଲେ। ସେ ମୋର ଅନେକଗୁଡିଏ ଗୀତର ମଧ୍ୟ ଅଂଶ ଥିଲେ। ମୋ ଫିଲ୍ମ ‘ଏୟାରଲିଫ୍ଟ’ର ମଧ୍ୟ ସେ ଅଂଶ ଥିଲେ। ଏଥିରେ ଥିବା ‘ତୁ ଭୁଲା ଜିସେ…’ ଭଳି ଏକ ଜଣାଶୁଣା ଗୀତକୁ ଗାଇଥିଲେ। ସାଉଣ୍ଡିଂ ଖୁବ୍ ଭଲ ଥିଲା। ଏ ପୂରା ଗୀତ ଭଲ ଚାଲୁଛି। କିନ୍ତୁ ଗତ ରାତିରେ ଯାହା ଘଟିଲା ତାହା ନିହାତି ଆଶ୍ଚର୍ଯ୍ୟଜନକ ଥିଲା। ଏହା ମତେ ବହୁତ ଦୁଃଖ ଦେଇଥିଲା।

ପ୍ରଶ୍ନ: କେକେଙ୍କର ମୃତ୍ୟୁର ପ୍ରକୃତ କାରଣ ତ ଜଣାପଡିନି, କିନ୍ତୁ ଲୋକେ କଥା ହେଉଛନ୍ତି ଯେ ତାଙ୍କ ଜୀବନଶୈଳୀ ଏହାର କାରଣ ବୋଲି। ତାଙ୍କର ମନୋରଞ୍ଜନ କ୍ଷେତ୍ରକୁ ନେଇ ଚାପ ଥିଲା କି? ଏହାକୁ ନେଇ ଆପଣ କ’ଣ କହିବେ?

ଉତ୍ତର: ଏହାତ ସତ, କିନ୍ତୁ ମୁଁ ଯାହା ଭାବୁଛି ଲଙ୍ଗ୍‌ ଟର୍ମ କୋଭିଡ୍‌ ମଧ୍ୟ କାରଣ ହୋଇପାରେ। ମୁଁ କହିବି କି ଏନେଇ ଆମେ ଧୈର୍ଯ୍ୟ ଧରିବା ସହ ଭୟଭୀତ ହେବା ନାହିଁ। ସବୁଠାରୁ ବଡ କଥା ହେଲା ଆମକୁ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ହେବ। ଆମର ଯେଉଁ କ୍ଷୀପ୍ର ଦୌଡାଦୌଡି ଜୀବନ ଚାଲିଛି ତାହାକୁ କମେଇବାକୁ ପଡିବ।

ପ୍ରଶ୍ନ: କୋଭିଡ୍ କାରଣରୁ ଆଣ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିଲେ ନାହିଁ। ଏହାକୁ ନେଇ କ’ଣ କହିବେ।

ଉତ୍ତର: ହଁ ମୁଁ ଯାଇପାରିଲି ନାହିଁ। ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ କାନ୍ସ ଯିବାକୁ ନିମନ୍ତ୍ରଣ ପାଇଥିଲି।

ପ୍ରଶ୍ନ: ବିଶ୍ୱାସ ହେଉନି। ଏତେ ବଡ ସେଲିବ୍ରେଟି ହୋଇ ଆପଣଙ୍କୁ କେହି ଡାକି ନାହାନ୍ତି, ଏହା କେମିତି ହୋଇପାରେ?

ଉତ୍ତର: ହଁ, ଏହା ହେଇପାରେ। ହୁଏତ ମୁଁ ଏମିତି ଫିଲ୍ମ କରିନି ଯାହା କାନ୍ସକୁ ଯାଇପାରେ। ଡକାଯାଇନି ତ ଡକାଯାଇନି, ଏଥିରେ କ’ଣ ଭାବିବାର ଅଛି।

ପ୍ରଶ୍ନ: ଆପଣ କ’ଣ ଅନୁଭବ କରୁଛନ୍ତି ଯେ ଭାରତୀୟ ସିନେମା ଏବେ ବିଶ୍ୱସ୍ତରୀୟ ହୋଇପାରିଛି?

ଉତ୍ତର: ଏନେଇ ମୁଁ ନିଶ୍ଚିତ। ଆଉ ସବୁ ଶ୍ରେୟ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯାଉଛି। ସେ ଆମକୁ ଆନ୍ତର୍ଜାତୀୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହଯୋଗ କରିଛନ୍ତି।

ପ୍ରଶ୍ନ: ଆପଣଙ୍କ ଅନେକ ସାକ୍ଷାତକାରରେ ଦେଖାଯାଏ ଯେ ଆପଣ ଯାହା କୁହନ୍ତି ହୃଦୟରୁ କୁହନ୍ତି। ଏହି ଶିଳ୍ପରେ ଆପଣଙ୍କ ପାଖରେ ଗ୍ଲାମର, ଲୋକପ୍ରିୟତା ସବୁକିଛି ଅଛି, ହେଲେ ଆପଣ କିପରି ଏତେ ପରିମାଣରେ ମାଟି ସହ ଜଡିତ ହୋଇପାରିଛନ୍ତି?

ଉତ୍ତର: ବହୁ ଦିନ ପୂର୍ବରୁ କେହି ଜଣେ ମତେ ଶିଖେଇଥିଲେ ଯେ ଯାହା ଜାଣିନ ସେ ବିଷୟରେ କଥା ହୁଅନି। କେବେ କେବେ କେହି ମତେ ଇଂରାଜୀରେ କଥା ହେବା ପାଇଁ କୁହନ୍ତି, କିନ୍ତୁ ମତେ ଅଧିକ ଇଂରାଜୀ ଆସେନି। ଯେତିକି ଜାଣିଛି ସେତିକି କହେ। ମୁଁ ମୋ ପରି ହେବାକୁ ଚାହେଁ।

ପ୍ରଶ୍ନ: ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ପ୍ରକାର ଭୂମିକା ନିଭେଇଛନ୍ତି। ଆପଣ କେବଳ ଆକ୍ସନ ହୀରୋ ଭିତରେ ରହି ନାହାନ୍ତି। ଏହାକୁ ନେଇ କ’ଣ କହିବେ?

ଉତ୍ତର: ହଁ, ଏହା ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଜଣେ ଆକ୍ସନ ହୀରୋ ଭାବେ ଆସିଥିଲି। ମତେ ଆକ୍ସନ ବ୍ୟତୀତ ଆଉ କିଛି ଦିଆଯାଉ ନଥିଲା। ଏଇଥି ପାଇଁ ଦେଉ ନଥିଲେ ଯେ ମୁଁ ଆକ୍ସନ ବିନା ଆଉ କିଛି ଜାଣି ନଥିଲି। ମୁଁ ଅନ୍ୟ ଫିଲ୍ମ କରିବାକୁ ଚାହୁଥିଲି, ହେଲେ ମତେ କେହି ଦେଉ ନଥିଲ। କିନ୍ତୁ ପରେ ମତେ ‘ହୀରା ଫେରୀ’ ଭଳି କମେଡୀ ଫିଲ୍ମ ମିଳିଲା। ଏହା ପରେ କିଛି କିଛି ଅନ୍ୟ ଫିଲ୍ମ ମିଳିଲା। କିନ୍ତୁ ଯେତେବେଳେ ମୋ ପାଖରେ କିଛି ଟଙ୍କା ହେଇଗଲା ମୁଁ ନିଜର ଏକ କମ୍ପାନୀ ଖୋଲିଲି। ମୁଁ ଏଥିରେ ଫିଲ୍ମ ତିଆରି କରିବା ଆରମ୍ଭ କଲି। ଏଥିରେ ମୁଁ ଟଏଲେଟ୍, ଏୟାରଲିଫ୍ଟ୍, କେଶରୀ, ସମ୍ରାଟ ପୃଥ୍ୱୀରାଜ ଭଳି ପାଖାପାଖି ୩୨ ଫିଲ୍ମ କଲି। ପ୍ରକୃତରେ ମୁଁ ଯେଉଁଭଳି ଫିଲ୍ମ ଚାହୁଁଥିଲି କରିପାରିଲି।