/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654517749.jpg)
Bobby deol refutes rumours of Dharmendra being hospitalized
ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଖବର ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି। ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ଏହି ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।
ତେବେ ବବି ଦେଓଲ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କ ବାପା ଘରେ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ର ସମ୍ପୂର୍ଣ୍ଣ ଭଲ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହୋଇଛି। ଏଥିପାଇଁ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ “ତୁମର ପ୍ରେମ ଏବଂ ସ୍ନେହ ଏହିପରି ରହୁ।”
ପ୍ରକାଶଥାଉ ଯେ ମେ ମାସ ଆରମ୍ଭରେ ଧର୍ମେନ୍ଦ୍ରଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଭିନେତା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଥିଲେ ଯେ ତାଙ୍କ ପିଠି ମାଂସପେଶୀରେ ଷ୍ଟ୍ରେନ୍ ହେତୁ ସେ କିଛି ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ “ବନ୍ଧୁମାନେ, ଘଟଣାକୁ ଅତିରଞ୍ଜିତ କରନ୍ତୁ ନାହିଁ... ନିଜର ସୀମା ଜାଣନ୍ତୁ, ମୁଁ ଏହା କଲି ଏବଂ ଉଚିତ ଶିକ୍ଷା ପାଇଲି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)