Advertisment

ଆରମ୍ଭ ହେଇଛି IIFA ପୁରସ୍କାର; ଜାଣନ୍ତୁ କେଉଁମାନେ ଯୋଗ ଦେଉଛନ୍ତି

କରୋନା କାରଣରୁ ଗତ ୨ ବର୍ଷ ହେବ IIFA ପୁରସ୍କାର ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।

author-image
Pramod Behera
IIFA awards 2022

IIFA awards 2022

ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (IIFA)ର ୨୨ତମ ସଂସ୍କରଣରେ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ବଲିଉଡ୍‌ର ଟପ୍ ତାରକାମାନେ ଖୁବ୍ ଶୀଘ୍ର ରେଡ୍ କାର୍ପେଟ୍‌କୁ ଓହ୍ଲେଇବେ। IIFA ପୁରସ୍କାର ଜୁନ୍ ୨, ୩ ଏବଂ ୪ ରେ ଏହି ଦ୍ୱୀପରେ ହେବାକୁ ଯାଉଛି, ଯେଉଁଠାରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ସେମାନଙ୍କର ରୋମାଞ୍ଚକର ପ୍ରଦର୍ଶନ ସହିତ ନିଆଁ ଲଗାଇବାକୁ ଯାଉଛନ୍ତି।

Advertisment

ତେବେ IIFA ରକ୍ସ ଇଭେଣ୍ଟ ଜୁନ୍ ୩ରେ ଅନୁଷ୍ଠିତ ହେବ ଯାହାକୁ ଅପାରଶକ୍ତି ଖୁରାନା ସହ ଫରାହ ଖାନ୍ କୁନ୍ଦର ହୋଷ୍ଟ୍ କରିବେ। କିନ୍ତୁ ଏହାର ମୁଖ୍ୟ କାର୍ଯ୍ୟକ୍ରମ ଜୁନ୍ ୪ ତାରିଖରେ ହେବ, ଯେଉଁଥିରେ ସଲମାନ ଖାନଙ୍କ ସହ ରିତେଶ ଦେଶମୁଖ ଏବଂ ମଣିଷ ପାଲ୍‌ ହୋଷ୍ଟ୍ କରିବେ।

ମୁଖ୍ୟ କାର୍ଯ୍ୟକ୍ରମ ଜୁନ୍ ୪ ରାତିରୁ ଆରମ୍ଭ ହେବ। ତେବେ ଜୁନ୍ ୩ରେ ଅନୁଷ୍ଠିତ ହେବାକୁ ଥିବା ପ୍ରି-ଆୱାର୍ଡ କାର୍ଯ୍ୟାକ୍ରମରେ ତନିସ୍କ ବାଗ୍‌ଚି, ଦେବୀ ଶ୍ରୀ ପ୍ରସାଦ, ହନି ସିଂ, ଗୁରୁ ରନ୍ଧୱା, ଧ୍ୱନୀ ଭାନୁଶାଲୀ, ନେହା କକ୍କଡ, ଜହରା ଏସ୍ ଖାନ୍ ଏବଂ ଅସୀନ୍‌ କୌରଙ୍କ ସମେତ ଅନେକ ସେଲିବ୍ରେଟିଙ୍କ ଦ୍ୱାରା ପାୱାର୍ ପ୍ୟାକ୍ ପ୍ରଦର୍ଶନ କରାଯିବ।

Advertisment

ସେହିପରି ଜୁନ୍ ୪ର କାର୍ଯ୍ୟକ୍ରମରେ ସଲମାନ ଖାନ, ରିତେଶ ଦେଶମୁଖ ଏବଂ ମନୀଷ ପାଲଙ୍କୁ ହୋଷ୍ଟ୍ ଭାବେ ଦେଖିବାକୁ ମିଳିବାକୁ ଥିବା ବେଳେ ଟାଇଗର ଶ୍ରଫ, କାର୍ତ୍ତିକ ଆର୍ଯ୍ୟନ, ଶାହିଦ କପୁର, ନୋରା ଫତେହୀ, ଅନନ୍ୟା ପାଣ୍ଡେ, ସାରା ଅଲି ଖାନ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଭଳି ତାରକାମାନେ ପ୍ରଦର୍ଶନ କରିବେ। ତେବେ ଏଥର ଅନନ୍ୟା ପାଣ୍ଡେ IIFA ୨୦୨୨ରେ ପ୍ରଥମ ଥର ପାଇଁ ଲାଇଭ୍ ଷ୍ଟେଜ୍ ପ୍ରଦର୍ଶନ ଦେବେ।

ତେବେ କରୋନା କାରଣରୁ ଗତ ୨ ବର୍ଷ ହେବ ଏହି କାର୍ଯ୍ୟକ୍ରମ ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।

ଏହି କାର୍ଯ୍ୟକ୍ରମ ପାଇଁ ଆବୁଧାବିରେ ପହଞ୍ଚିଥିବା ପ୍ରସିଦ୍ଧ ତାରକାଙ୍କ ଫଟୋ IIFA ଶେୟାର କରିଛି। ଏହି ସମୟରେ ସଲମାନ ଖାନ ମୁମ୍ବାଇ ବିମାନବନ୍ଦରରେ ପାପାରାଜି ପାଇଁ ପୋଜ୍ ଦେଇଛନ୍ତି। ଅଭିନେତା ତାଙ୍କର ଜଣେ ପ୍ରଶଂସକଙ୍କ ସହ ମଧ୍ୟ ଫଟୋ ପୋଜ୍ ଦେଉଥିବା ଦେଖାଯାଏ। ଏଥି ସହିତ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜାଙ୍କୁ ଦୁଇ ପୁଅ ରିଆନ୍ ଦେଶମୁଖ ଏବଂ ରାହୁଲ ଦେଶମୁଖଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଅନନ୍ୟା ପାଣ୍ଡେ, ନୋରା ଫତେହୀ ଏବଂ ଦିଶା ପଟାନୀ ମଧ୍ୟ ପାପାରାଜି ପାଇଁ ପୋଜ୍ ଦେଇଛନ୍ତି। ସାରା ଅଲି ଖାନ ମଧ୍ୟ ନିଜର କୁଲ ଷ୍ଟାଇଲ୍‌ରେ ନଜର ଆସିଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by Viral Bhayani (@viralbhayani)

IIFA ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଟାଇଗର ଶ୍ରଫ୍ ଏବଂ ଆବୁଧାବିରେ ପହଞ୍ଚିଥିବା ଅନ୍ୟମାନଙ୍କ ଫଟୋ ମଧ୍ୟ ଶେୟାର କରିଛି। ଫିଲ୍ମ ନିର୍ମାତା ଫରାହ ଖାନ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ହୋଟେଲ୍‌ ରୁମ ଦେଖାଇଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by IIFA Awards (@iifa)


 
 
 
 
 
 
 
 
 
 
 
 
 
 

A post shared by IIFA Awards (@iifa)


 
 
 
 
 
 
 
 
 
 
 
 
 
 

A post shared by IIFA Awards (@iifa)

IIFA Awards 2022
Advertisment
Advertisment