Advertisment

ଉପାସନା ସିଂହ ଖୁଲାସା କଲେ କାହିଁକି ଛାଡିଥିଲେ 'ଦି କପିଲ ଶର୍ମା ଶୋ'

କପିଲ ଶର୍ମାଙ୍କୁ ନେଇ ଏବେ ବିବାଦ ଦେଖାଦେଇଛି। ଏହାରି ଭିତରେ 'ଦି କପିଲ ଶର୍ମା ଶୋ'ରେ ବୁଆ ଭୂମିକାରେ ଥିବା ଉପାସନା ସିଂହ ଖୁଲାସା କରିଛନ୍ତି ସେ କାହିଁକି ଛାଡିଥିଲେ ଏହି ଶୋ’।

author-image
Pramod Behera
Upasana Singh reveals why she left kapil sharma show

Upasana Singh reveals why she left kapil sharma show

ଆଜିକାଲି ଉପାସନା ସିଂହ ୱେବ୍ ସିରିଜ୍ 'ମାସୁମ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏହି ଧାରାବାହିକରେ ବୋମନ ଇରାନୀଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଏଥିରେ ଏକ ଗମ୍ଭୀର ଚରିତ୍ର ନିଭାଉଛନ୍ତି। ଉପାସନା ପୂର୍ବରୁ କେବେ ବି ଏପରି ଚରିତ୍ର କରିନାହାଁନ୍ତି। ଗତ କିଛି ଦଶନ୍ଧି ହେବ ସେ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇପାରିଛନ୍ତି।

Advertisment

ସେ ନିଜ ଚମତ୍କାର ଅଭିନୟ ଯୋଗୁଁ ଏକ ସ୍ୱରନ୍ତ୍ର ନା କମେଇ ପାରିଛନ୍ତି, କିନ୍ତୁ ହାସ୍ୟ ହିଁ ତାଙ୍କୁ ଲୋକପ୍ରିୟ କରିପାରିଛି। ସେ ଦିନେ 'ଦି କପିଲ ଶର୍ମା ଶୋ'ର ଏକ ଅଂଶ ଥିଲେ। ୨ ବର୍ଷ ଧରି ଏହା ସହ ଜଡିତ ହେବା ପରେ ସେ ଏହାକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହି ଶୋ’ କାହିଁକି ଛାଡିଥିଲେ ଏବେ ତାହାର ଖୁଲାସା କରିଛନ୍ତି।

ଉପାସନା ସିଂହ ପ୍ରକାଶ କରିଛନ୍ତି ଯେ ଉପଯୁକ୍ତ ଦେୟ ନଦେବା କାରଣରୁ ସେ ଶୋ’ ଛାଡି ନାହାଁନ୍ତି। ତାଙ୍କ କହିବା କଥା 'ଦି କପିଲ ଶର୍ମା ଶୋ'ରେ ସେ ତାଙ୍କ ଚରିତ୍ରର ସୃଜନଶୀଳତାରେ ସନ୍ତୁଷ୍ଟ ନ ଥିଲେ। ଉପାସନା କହିଛନ୍ତି, “ଟଙ୍କା କିଛି ପରିମାଣରେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କିଛି ସମୟ ପରେ ତୁମର ସନ୍ତୁଷ୍ଟି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।”

Advertisment

ଉପାସନା ସିଂହ ଆହୁରି କହିଛନ୍ତି ଯେ “ମୁଁ କେବଳ ସେହି ଭୂମିକା କରିବାକୁ ଚାହୁଁଛି ଯାହା ମୋତେ ଭଲ ଲାଗେ। ମୁଁ ସବୁବେଳେ ମୋର ନିର୍ମାତାମାନଙ୍କୁ କହେ ମତେ ଏମିତି ଭୂମିକା ଦିଅନ୍ତୁ ଯାହାକୁ ସମସ୍ତେ କରିପାରୁ ନଥିବେ,

ଯେପରି ମୁଁ କପିଲ୍ ଶୋ’ରେ କରୁଥିଲି, ଯାହା ୨-୨.୫ ବର୍ଷରେ ଟପ୍‌ରେ ଥିଲା। ତା’ପରେ ଏମିତି ଏକ ସମୟ ଆସିଲା ଯେତେବେଳେ ମତେ ଲାଗିଲା ଯେ ମୋର ଏଥିରେ ଅଧିକ କିଛି କରିବାର ନାହିଁ। ମୁଁ କିନ୍ତୁ ଭଲ ଟଙ୍କା ପାଉଥିଲି।” "

ଉପାସନା ସିଂହ ଆହୁରି ମଧ୍ୟ କହିଛନ୍ତି, “ମୁଁ କପିଲଙ୍କୁ କହିଥିଲି ଯେ ମୋର ଏଠାରେ ଅଧିକ କିଛି କରିବାର ନାହିଁ, ଶୋ ଆରମ୍ଭରେ ମୁଁ ଯାହା କରୁଥିଲି ସେମିତି କିଛି ଭୂମିକା ଦିଅ, କାରଣ ମୁଁ ଏଥୁରୁ ବହୁତ ମଜ୍ଜା ନେଉଥିଲି। ଏଥିରୁ ମତେ କିଛି ମଜ୍ଜା ମିଳୁନି। ସେଥିପାଇଁ ମୁଁ ଶୋ’ ଛାଡିଥିଲି। ଟଙ୍କା ବହୁତ ଭଲ ମିଳୁଥିଲା, କାରଣ ଆମ ଶୋ’ ଏକ ବଡ଼ ହିଟ୍ ଥିଲା।”

ଉପାସନା ସିଂହ ଆହୁରି କହିଛନ୍ତି ଯେ “ତେବେ, ମୁଁ ସନ୍ତୁଷ୍ଟ ନ ଥିବାରୁ ଶୋ’ ଛାଡିଥିଲି। କପିଲ ଏବଂ ମୁଁ ବହୁତ ଭଲ ବନ୍ଧୁ ଏବଂ ଆମେ ଏପର୍ଯ୍ୟନ୍ତ ଯୋଗାଯୋଗରେ ଅଛୁ, ଯେତେବେଳେ ବି ଆମେ କଥା ହେଉ ମୁଁ ତାଙ୍କୁ କୁହେ, ମତେ ସେତେବେଳେ ଡାକିବ ଯେତେବେଳେ କିଛି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଥିବ। ମୁଁ ସବୁ ନିର୍ମାତାମାନଙ୍କୁ ଏମିତି କହୁଛି।”

The Kapil Sharma Show Bollywood
Advertisment
Advertisment