Advertisment

ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରି ଫସିଗଲେ KRK

ଫସିଗଲେ KRK। ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରି ଏମିତି ଭୁଲ୍ କଲେ ଯେ ଲୋକେ ଖପ୍ପା। ଜାଣନ୍ତୁ କ’ଣ କହିଲେ।

author-image
Pramod Behera
KRK tried to target Ajay Devgn and trolled

KRK tried to target Ajay Devgn and trolled

ଦେଶର ସବୁଠାରୁ ବିବାଦୀୟ ସମାଲୋଚକ କମଲ ରସିଦ ଖାନଙ୍କୁ ଲୋକମାନେ KRK ନାମରେ ଜାଣନ୍ତି। ଚଳଚ୍ଚିତ୍ରର ସମୀକ୍ଷା ଏବଂ ତାଙ୍କର ବିବାଦୀୟ ବକ୍ତବ୍ୟ ଯୋଗୁଁ KRK ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ବଲିଉଡ୍‌ ଷ୍ଟାର୍ ଅଜୟ ଦେବଗନଙ୍କୁ ଟାର୍ଗେଟ୍‌ କରି ଫସିଛନ୍ତି। ଅଜୟଙ୍କ ବିଷୟରେ KRK ଦୁଇଟି ଟ୍ୱିଟ୍ କରିଛନ୍ତି ଯାହା ଭାଇରାଲ୍ ହେଉଛି। ଏହି ଟ୍ୱିଟ୍‌ଗୁଡିକରେ KRK, ଅଜୟ ଦେବଗନଙ୍କ ନିର୍ଦ୍ଦେଶନା ଉପରେ ଆଙ୍ଗୁଳି ଉଠେଇବା ଚକ୍କରରେ ଏକ ବ୍ଲକ୍‌ବଷ୍ଟର୍‌ ଫିଲ୍ମକୁ ସୁପର ଫ୍ଲପ୍ ବୋଲି କହି ନିଜେ ଟ୍ରୋଲ୍‌ର ଟାର୍ଗେଟ୍‌କୁ ଆସିଯାଇଛନ୍ତି।

Advertisment

ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’କୁ ନେଇ KRK ଦୁଇଟି ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ଅଜୟ ଦେବଗନଙ୍କୁ ଆକ୍ରମଣ କରି KRK ପୂର୍ବାନୁମାନ କରିଛନ୍ତି ଯେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ପରବର୍ତ୍ତୀ ଚଳଚ୍ଚିତ୍ର ମଧ୍ୟ ଏକ ସୁପର ଫ୍ଲପ୍ ହେବ। KRK ଲେଖିଛନ୍ତି, 'ଅଜୟ ଦେବଗାନ୍ ତାଙ୍କର ଚତୁର୍ଥ ଚଳଚ୍ଚିତ୍ର ‘ଭୋଲା’ର ନିର୍ଦ୍ଦେଶନା ଦେଉଛନ୍ତି।

ଏହାପୂର୍ବରୁ ସେ ୩ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଏବଂ ସବୁ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି। କିନ୍ତୁ ଲାଗୁଛି ଯେ ଅଜୟ ଅନୁମାନ କରିଛନ୍ତି ଯେ ଏହା ଏକ ହିଟ୍ ଫିଲ୍ମ ହୋଇ ରହିବେ। ଫିଲ୍ମ ‘ଭୋଲା’ ଏକ ତାମିଲ ଚଳଚ୍ଚିତ୍ର ‘କୈଥୀ’ର ରିମେକ୍।

Advertisment

ଫିଲ୍ମ ‘କୈଥୀ’କୁ ଏକ ସୁପର ଫ୍ଲପ୍ କହି KRK ଟ୍ରୋଲ୍‌ର ଟାର୍ଗେଟ୍‌କୁ ଆସିଛନ୍ତି। ଏହା କିନ୍ତୁ ଏକ ସୁପର୍‌ହିଟ୍ ଚଳଚ୍ଚିତ୍ର ହୋଇଥିଲା। ଏହାକୁ ସମର୍ଥନ କରି ଲୋକମାନେ KRKକୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଫିଲ୍ମର ସମୁଦାୟ ରୋଜଗାରର ଏକ ସ୍କ୍ରିନସଟ୍ ଶେୟାର କରି ଜଣେ ଉପଭୋକ୍ତା KRKକୁ ପ୍ରଶ୍ନ କରିଥିଲେ ଯେ ଏହା କିପରି ଫ୍ଲପ୍? ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଫିଲ୍ମର ବଜେଟ୍ ୨୫ କୋଟି ଥିଲା ଏବଂ ଏହା ୧୧୦ କୋଟି ରୋଜଗାର କରିଥିଲା। ତେଣୁ ଏହା ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା।

ତେବେ କ୍ରମାଗତ ଭାବେ ଟ୍ରୋଲ୍‌ ହେବା ପରେ KRK ଆଉ ଏକ ଟ୍ୱିଟ୍ କରି ସଫେଇ ଦେବାକୁ ଚେଷ୍ଟା କରିଛନ୍ତି। ଏହି ଟ୍ୱିଟ୍‌ରେ ସେ କହିଛନ୍ତି ଯେ ସେ ସାଉଥ୍ ଫିଲ୍ମ ଦେଖନ୍ତି ନାହିଁ। ସେ ଟ୍ୟୁଟ୍ କରି କହିଛନ୍ତି, “ବହୁ ଲୋକ କହୁଛନ୍ତି ଯେ ‘କୈଥୀ’ ଏକ ହିଟ୍ ଫିଲ୍ମ। ମୁଁ ସାଉଥ୍ ଫିଲ୍ମ ଦେଖେ ନାହିଁ, ଯଦି ଏହି ଫିଲ୍ମ ହିଟ୍ ହୋଇଥାଏ ତେବେ ଖୁବ୍ ଭଲ କିନ୍ତୁ ଏହାର ହିନ୍ଦୀ ରିମେକ୍ ‘ଡିଜାଷ୍ଟର୍’ ବୋଲି ପ୍ରମାଣିତ ହେବ।

Ajay Devgn Bollywood KRK
Advertisment
Advertisment