Advertisment

ବିବାଦରେ ଛନ୍ଦି ହୋଇଛନ୍ତି ଏହିସବୁ ପିଲ୍ମ ନିର୍ଦ୍ଦେଶକ

ଆଜିକାଲି ଡକ୍ୟୁମେଣ୍ଟାରୀ 'କାଲୀ'କୁ ନେଇ ବିବାଦ ଘେରରେ ଲୀନା ମଣିମେକଲାଇ। ଫିଲ୍ମ ନିର୍ଦ୍ଦେଶକଙ୍କୁ ନେଇ ଏମିତି ବିବାଦ କିଛି ନୂଆ କଥା ନୁହେଁ। ଆସନ୍ତୁ ନଜର ପକେଇବା କିଛି ବିବାଦୀୟ ନିର୍ଦ୍ଦେଶକଙ୍କ ଉପରେ।

author-image
Pramod Behera
These films were accused of hurting religious sentiments

These films were accused of hurting religious sentiments

ଆପତ୍ତିଜନକ ପୋଷ୍ଟର୍‌ ଯୋଗୁଁ ଡକ୍ୟୁମେଣ୍ଟାରୀ 'କାଲୀ' ବିବାଦ ଘେରରେ ଫସିଛି। ଏହି ଡକ୍ୟୁମେଣ୍ଟାରୀର ପୋଷ୍ଟର୍‌ରେ ମା’ କାଳୀଙ୍କ ଅବତାରରେ ଅଭିନେତ୍ରୀ ସିଗାରେଟ୍‌ ଟାଣୁଥିବା ଏବଂ ଅନ୍ୟ ପଟେ LGBTQ ପତାକା ଧରିଥିବାର ଦେଖାଯାଇଛି। ଏହି କାରଣରୁ ଡକ୍ୟୁମେଣ୍ଟାରୀ ନିର୍ଦ୍ଦେଶକ ଲୀନା ମଣିମେକଲାଇଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏମିତିକି ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ଲୀନାଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରାଯାଇଛି।

Advertisment

ତେବେ ଏମିତି ହେବା ପ୍ରଥମ ଘଟଣା ନୁହେଁ ଯେତେବେଳେ ଜଣେ ନିର୍ଦ୍ଦେଶକ ତାଙ୍କ ଫିଲ୍ମ ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି। ଏହାପୂର୍ବରୁ ଅନେକ ନିର୍ଦ୍ଦେଶକ ଚଳଚ୍ଚିତ୍ର ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ତେବେ ଆସନ୍ତୁ ଆପଣଙ୍କୁ ସେହିସବୁ ଚଳଚ୍ଚିତ୍ର ଏବଂ ନିର୍ଦ୍ଦେଶକମାନଙ୍କ ବିଷୟରେ ନଜର ପକେଇବା।

ବ୍ରହ୍ମାସ୍ତ୍ର:

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ 'ବ୍ରହ୍ମାସ୍ତ୍ର' ୨୦୨୨ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ୯ ସେପ୍ଟେମ୍ବରରେ ପାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଛି। ଏଥିରେ ରଣବୀର କପୁର ଜୋତା ପିନ୍ଧି ମନ୍ଦିରର ଘଣ୍ଟି ବଜାଉଥିବାର ନଜର ଆସିଛନ୍ତି। ଏହି କାରଣରୁ ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା।

Advertisment

ଏହା ପରେ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କୁ ସଫେଇ ଦେବାକୁ ପଡିଥିଲା। ସେ କହିଥିଲେ ଯେ ରଣବୀର ମନ୍ଦିରରେ ନୁହେଁ ବରଂ ଦୁର୍ଗା ପୂଜା ପେଣ୍ଡାଲକୁ ଯାଉଥିଲେ।

ପିକେ:

୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ପିକେ' ବକ୍ସ ଅଫିସ୍‌ରେ ଦମଦାର ରୋଜଗାର କରିଥିଲା। କିନ୍ତୁ ରିଲିଜ୍‌ ହେବା ପୂର୍ବରୁ ଏହାକୁ ମଧ୍ୟ ଅନେକ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା। ଫିଲ୍ମରେ ଏପରି ଅନେକ ଦୃଶ୍ୟ ରହିଥିଲା, ଯେଉଁଥିପାଇଁ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବଂ ଅଭିନେତା ଆମୀର ଖାନଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏହି ଫିଲ୍ମରେ ଧର୍ମର କେତେକ ପ୍ରଥାକୁ ଅନ୍ଧବିଶ୍ୱାସ ଭାତେ ଚିତ୍ରିତ କରାଯାଇଥିଲା।

ପଦ୍ମାବତ୍:

ଫିଲ୍ମ 'ପଦ୍ମାବତ୍‌' ରିଲିଜ ହେବା ପୂର୍ବରୁ ସାରା ଦେଶରେ ଉତ୍ତେଜନା ଦେଖାଦେଇଥିଲା। ଏହି ଫିଲ୍ମର କାହାଣୀ ଚିତୋରର ରାଣୀ ପଦ୍ମାବତୀ ଉପରେ ଆଧାରିତ ଥିବାବେଳେ ଏହାକୁ ସଞ୍ଜୟ ଲୀଲା ଭନସାଲୀ ନିର୍ଦ୍ଦେଶନା ଦେଇଥିଲେ। ଲୋକମାନେ ଅଭିଯୋଗ କରିଥିଲେ ଯେ ଏହି ଫିଲ୍ମ ମାଧ୍ୟମରେ ରାଣୀ ପଦ୍ମାବତୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ସଞ୍ଜୟ ଲୀଲା ଭନସାଲୀ ଏବଂ ଫିଲ୍ମର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ କଡ଼ା ସମାଲୋଚନା କରିଥିଲେ।

ଗୋଲିୟୋଁ କି ରାସଲୀଲା ରାମ-ଲୀଲା:

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ନିର୍ଦ୍ଦେଶିତ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଗୋଲିୟୋଁ କି ରାସଲୀଲା ରାମ-ଲୀଲା’ ମଧ୍ୟ ବିବାଦକୁ ଆସିଥିଲା। ଫିଲ୍ମକୁ ନେଇ ଦମଦାର ବିଦ୍ରୋହ ମଧ୍ୟ ହୋଇଥିଲା। ଯେତେବେଳେ ଫିଲ୍ମର ନାମ ଘୋଷଣା ହେଲା, ସେତେବେଳେ ଏହାର ନାମ 'ରାମଲୀଲା' ଥିଲା। ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା।

ଓଏମ୍‌ଜୀ:

୨୦୧୨ର ଫିଲ୍ମ 'ଓଏମ୍‌ଜୀ - ଓ ମାଏ ଗଡ୍' ରେ ହିନ୍ଦୁ ଧର୍ମକୁ ଦେଖାଯାଇଥିଲା। ଏହି ଫିଲ୍ମକୁ ନେଇ ଅନେକ ଭଲ-ମନ୍ଦ ଚର୍ଚ୍ଚା ମଧ୍ୟ ହୋଇଥିଲା। ଉମେଶ ଶୁକ୍ଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଧାର୍ମିକ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ, ଷ୍ଟାର୍‌କାଷ୍ଟ୍‌ଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଇଥିଲା।

Bollywood Controversy Films
Advertisment
Advertisment