Advertisment

ଅପରେସନ ବଦଳରେ ସୋନୁଙ୍କୁ ଦେଲେ ଗୋଲ୍ଡ ମେଡାଲ

ନିଜର ଜନହିତକାରୀ କାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସୋନୁ ସୁଦ୍‌ ।

author-image
Otv Khabar Bureau
Sonu Sood

Sonu Sood

ପୁଣି ଚର୍ଚ୍ଚାରେ ଅଭିନେତା ସୋନୁ ସୁଦ୍‌ । ନିଜର ଜନହିତକାରୀ କାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସୋନୁ ସୁଦ୍‌ । ବର୍ତ୍ତମାନ ସୋନୁ ସୁଦ୍‌ଙ୍କର ଆଉ ଏକ ମହାନତା ସାମ୍ନାକୁ ଆସିଛି । ୨୦୧୯ ଦକ୍ଷିଣ ଏସିୟାନ ଚାମ୍ପିୟନସିପ୍‌ରେ ଭାରତ ପକ୍ଷରୁ ଅମୃତପାଲ କୋର୍‌ କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜର ସ୍ୱର୍ଣ୍ଣ ପଦକକୁ ଅଭିନେତା ସୋନୁ ସୁଦ୍‌ଙ୍କୁ ଉତ୍ସର୍ଗ କରିଛନ୍ତି । ଯାହାକୁ ସୋନୁ ନିକଟରେ ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସୋନୁ କହିଛନ୍ତି ଯେ, ଅମୃତପାଲଙ୍କୁ ସେ ଦୁଇ ବର୍ଷ ତଳେ ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ସାହାଯ୍ୟ କରିଥିଲେ । ଯାହାକି ଅମୃତପାଲଙ୍କ ପାଇଁ ନିହାତି ଆବଶ୍ୟକ ଥିଲା ।

Advertisment

କୋଭିଡ୍‌ ମହାମାରୀ ଆରମ୍ଭରୁ ହିଁ ଅଭିନେତା ସୋନୁ ସୁଦ୍‌ ଲୋକଙ୍କୁ ସାହାଯ୍ୟ କରୁଥିବାର ସମସ୍ତେ ଦେଖି ଆସୁଛନ୍ତି । ସୋନୁ ଇନଷ୍ଟାଗ୍ରାମରେ ୨୦୧୯ ଏସିୟାନ ଚାମ୍ପିୟାନସିପ୍‌ରେ କରାଟେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମୃତପାଲଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, “ଯେତେବେଳେ ଆପଣ ଅନ୍ୟର ଜୀବନ ପାଇଁ କରିଥିବା କାର୍ଯ୍ୟରେ ସକରାତ୍ମକ ପ୍ରଭାବ ଦେଖିବେ, ସେତେବେଳେ ଆପଣଙ୍କ ଜୀବନ ସାର୍ଥକ ହୋଇଯିବ । ମୁଁ ଦୁଇ ବର୍ଷ ପୂର୍ବେ ଅମୃତପାଲଙ୍କୁ ଭେଟିଥିଲି, ସେତେବେଳେ ତାଙ୍କର ଆଣ୍ଠୁର ଅସ୍ତ୍ରୋପଚାର ନିହାତି ଆବଶ୍ୟକ ଥିଲା” ।

ସୋନୁ ସୁଦ୍‌ ଆହୁରି ଲେଖିଛନ୍ତି ଯେ, “ଅମୃତପାଲଙ୍କ ବହୁତ ସ୍ୱପ୍ନ ରହିଥିଲା, କିନ୍ତୁ ପରିସ୍ଥିତି କାରଣରୁ ସେ ଇଚ୍ଛା ଥିଲେ ବି କିଛି କରିପାରୁନଥିଲେ । ତାଙ୍କୁ ଏହି ସଫଳତା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସାହାଯ୍ୟ କରିବା ମୋ ଜୀବନର ସବୁଠୁ ବଡ଼ ସମ୍ମାନ ଥିଲା । ଆଜି ମୁଁ ତାଙ୍କ ଦ୍ୱାରା ଏହି ପଦକ ଜିତି ପାରିଛି । ସୋନୁଙ୍କ କହିବାନୁଯାୟୀ ଆଗାମୀ ଦିନରେ ବର୍ମିଂହାମରେ ଆୟୋଜିତ କମନ୍‌ୱେଲ୍ଥ ଗେମ୍‌ରେ ଅମୃତପାଲ ଭାରତକୁ କରାଟେରେ ରିପ୍ରେଜେଣ୍ଟ କରିବେ” ।

Advertisment

ଅମୃତପାଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ସୋନୁଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, “ସୋନୁ ମୋ ପାଇଁ ରକ୍ଷାକାରୀ ଥିଲେ, ଯେଉଁଥି ପାଇଁ ଆଜି ମୁଁ ସ୍ୱର୍ଣ୍ଣ ପଦକ ଜିତି ପାରିଛି । ଅଖିଳ ଭାରତ କରାଟେ ଚାମ୍ପିୟନସିପ୍‌ରେ ଜିତିଥିବା ସ୍ୱର୍ଣ୍ଣ ପଦକ ମୁଁ ସୋନୁଙ୍କୁ ସମର୍ପିତ କରୁଛି । ତାଙ୍କ ସାହାଯ୍ୟ ବିନା ମୁଁ କଦାପି ଏହି ପଦକ ଜିତି ପାରିନଥାନ୍ତି”।

Sonu Sood Special Story
Advertisment
Advertisment