Advertisment

ଷ୍ଟାର୍‌ କିଡ୍ ହୋଇଥିଲେ ଫ୍ଲପ୍ ଫିଲ୍ମ ଦେଲେ ବି କିଛି ଫରକ ପଡିବନି : ଈଶା ଗୁପ୍ତା

ନିଜ ସଂଘର୍ଷର କାହାଣୀ ବଖାଣିଛନ୍ତି ଈଶା ଗୁପ୍ତା। ଷ୍ଟାର୍ କିଡ୍‌ଙ୍କୁ ନେଇ କରିଛନ୍ତି ଟାର୍ଗେଟ୍। ସେମାନେ ଖରାପ ହେଲେ ଚଳିବ, ଫ୍ଲପ୍ ଦେଲେ ଚଳିବ ବୋଲି ସେ କହିଛନ୍ତି।

author-image
Pramod Behera
Esha Gupta target on film industry

Esha Gupta target on film industry

‘ଆଶ୍ରମ ସିଜିନ୍ ୩’ ରେ ତିନୋଟି ସୋନିଆଙ୍କ ଭୂମିକାରେ ଅଭିନୟ କରି ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଈଶା ଗୁପ୍ତା ଖୁବ୍ ସକ୍ରିୟ ରହୁଥିବା ବେଳେ ପ୍ରଶଂସକଙ୍କ ସହିତ ଛୁଟିଦିନର ଫଟୋ ଏବଂ ଭିଡିଓ ଶେୟାର କରି ସେମାନଙ୍କୁ ଖୁସି କରନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କ ଫିଟ୍‌ନେସ୍ ଭିଡିଓ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରନ୍ତି। କିନ୍ତୁ ନିକଟରେ ସେ ଏକ ସାକ୍ଷାତକାରରେ ବଲିଉଡ୍‌କୁ ନେଇ ଟାର୍ଗେଟ୍ କରିଛନ୍ତି। ସେ ବଲିଉଡ୍‌ରେ ତାଙ୍କର ସଂଘର୍ଷର କଥା କହିବା ସହ ଷ୍ଟାର୍ କିଡ୍ ହେବାର ସୁବିଧା ମଧ୍ୟ କହିଛନ୍ତି।

Advertisment

ସାକ୍ଷାତକାରରେ ଈଶା ଗୁପ୍ତା କହିଛନ୍ତି ଯେ “ଯଦି କେହି ସିନେମା ଶିଳ୍ପର ନୁହଁନ୍ତି, ବାହାର ଲୋକଙ୍କ ପାଇଁ ମୁଁ ଏତିକି କହିପାଇବି ଯେ ଏଠାରେ ତୁମକୁ କୌଣସି ସାହାଯ୍ୟ ପାଇଁ କେହି ସାହାରା ହେବେ ନାହିଁ। ତୁମକୁ ସଠିକ୍ ମାର୍ଗଦର୍ଶନ କରିବାକୁ କେହି ବି ମିଳିବେ ନାହିଁ କାରଣ ମୁଁ ଯେଉଁମାନଙ୍କୁ ବି ଭେଟିଛି ସେମାନଙ୍କ ମଧ୍ୟରୁ ବହୁତ କମ ଲୋକ ଠିକ୍ ଆଉ ଭଲ ଥିଲେ।”

ସେ ପୁଣି କୁହନ୍ତି ଯେ “ମୋର ବର୍ତ୍ତମାନର ଏଜେଣ୍ଟ୍‌ ହେଉଛନ୍ତି ମୋର ସର୍ବୋତ୍ତମ ବନ୍ଧୁମାନଙ୍କ ମଧ୍ୟରୁ ଜଣେ। ଏହାର କାରଣ ହେଉଛି ଯେ ମୁଁ ତାଙ୍କ ଉପରେ ସବୁବେଳେ ବିଶ୍ୱାସ କରିପାରିବି। ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ତୁମେ ଆଗକୁ ଯାଅ ବୋଲି ଚାହାନ୍ତି ଏବଂ ସେ ଦିଗରେ ମାର୍ଗଦର୍ଶନ କରିବାକୁ ଚେଷ୍ଟା କରନ୍ତି।”

Advertisment

ଖାଲି ସେତିକି ନୁହେଁ ସେ ଇଣ୍ଡଷ୍ଟ୍ରିକୁ ନେଇ ଆହୁରି କହିଛନ୍ତି ଯେ “ଗୋଟିଏ ସମୟ ଆସିଗଲା ଯେତେବେଳେ ମୁଁ ଭାବିଲି ଯେ ମୁଁ ଭଲା ଇଣ୍ଡଷ୍ଟ୍ରିରୁ ହୋଇଥାନ୍ତି, ତେବେ ମୋତେ ଏହିସବୁ ଜିନିଷଗୁଡ଼ିକର ସାମ୍ନା କରିବାକୁ ପଡି ନଥାନ୍ତା। ଯଦି ତୁମେ ଇଣ୍ଡଷ୍ଟ୍ରିରୁ ଆସିଥିବ, ତେବେ ତୁମେ ଖରାପ ହୋଇପାରିବ, ତୁମେ ଫ୍ଲପ୍ ଦେଇ ପାରିବ କିନ୍ତୁ ଏଥିରେ କୌଣସି ଫରକ ପଡିବ ନାହିଁ କାରଣ ସେତେବେଳେ ତୁମ ହାତରେ ଆଉ ଗୋଟିଏ ଫିଲ୍ମ ଥିବ।”

ନିଜ ସଂଘର୍ଷର କାହାଣୀ ଆଗକୁ ନେଇ ଈଶା କହିଛନ୍ତି ଯେ “ମୋର ମନେ ଅଛି ଯେତେବେଳେ ମୋର ପ୍ରଥମ ଫିଲ୍ମ ଫ୍ଲପ୍ ହେଲା, ମୁଁ ବହୁତ ଡରିଗଲି। ମୁଁ ମୋ ପସନ୍ଦ ପାଇଁ ନିଜକୁ ପିଟିବା ଆରମ୍ଭ କଲି। ମୁଁ ଭାବିଲି ସବୁ କିଛି ସରିଗଲା, ମତେ ଆଉ କାମ ମିଳିବ ନାହିଁ। କିନ୍ତୁ ତା’ପରେ ବହୁତ ଦିନ ପରେ ମୁଁ ନିଜକୁ ସମ୍ଭାଳି ନେଲି। ମୁଁ କାମ କରୁଥିଲି, ଟଙ୍କା ରୋଜଗାର କରୁଥିଲି ଏବଂ ତା’ପରେ ଜାଣିଲି ଯେ ଏହା ହେଉଛି ଜୀବନ।”

Bollywood Esha Gupta
Advertisment
Advertisment