Advertisment

ଆସିଲା ଓଡ଼ିଆ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Post Mortem Report Of Odia Actor Raimohan Parida

Post Mortem Report Of Odia Actor Raimohan Parida

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

କମିଶନରେଟ୍‌ ପୋଲିସ୍‌କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରାଯାଇଛି। ଶରୀରରେ ଥିବା ସାମାନ୍ୟ କ୍ଷତ ମୃତ୍ୟୁ ପୂର୍ବର ହ୍ୟାଙ୍ଗିଙ୍ଗ୍ ଯୋଗୁ ହୋଇଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment


— ଓଟିଭି (@otvkhabar) June 28, 2022

ରାଇମୋହନଙ୍କ ଫୋନକୁ ଜବତ କରି ପୋଲିସ କଲ୍‌ ଡିଟେଲ୍ସ ଯାଞ୍ଚ କରୁଛି। ଏଥିରୁ କିଛି ସୁରାଗ ମିଳିପାରେ ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ୍। ପରିବାର, ପଡ଼ୋଶୀ, ଡ୍ରାଇଭର ଏବଂ ପରିଚିତ ଲୋକଙ୍କୁ ମଧ୍ୟ ତଦନ୍ତକାରୀ ଅଫିସରମାନେ ପଚରାଉଚରା ଜାରି ରଖିଛନ୍ତି। ତେବେ ପୂର୍ବରୁ ଥରେ ବ୍ୟକ୍ତିଗତ କାମରେ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିବା ଡିସିପି କହିଛନ୍ତି। ମୃତ୍ୟୁ ପୂର୍ବରୁ ମେଣ୍ଟାଲ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ। ପୋଲିସ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚଳାଇ ଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଥିଲେ।

ସୂଚନାଥାଉ କି, କିଛିଦିନ ପୂର୍ବେ ରାଇମୋହନ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପଛର କାରଣ କ’ଣ ? ଏହାକୁ ନେଇ ଏବେ ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସିଛି । ତଦନ୍ତ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳିପାରି ପାରିନାହିଁ ।

Raimohan Parida Odia Actor Odia Actor Suicide Actor Raimohan Parida Death Case
Advertisment
Advertisment