ଇଣ୍ଟରନେଟରେ ପ୍ରଶ୍ନ ଉଠାଯାଉଛି ଯେ ଶକ୍ତିମାନର ପୋଷାକ ପ୍ରକୃତରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିଲା ନା ମୁକେଶ ଖାନ୍ନାଙ୍କ ପୂର୍ବରୁ ଆଉ କେହି ଏହିଭଳି ପୋଷାକ ପିନ୍ଧିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଆଉ କାହାକୁ କପି କରି ଶକ୍ତିମାନ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।
‘ଶକ୍ତିମାନ’, ତାଙ୍କୁ କିଏ ବା ନ ଜାଣେ ? ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ଘରେ ଘରେ ପରିଚିତ। ଭାରତରେ ବ୍ୟାଟ୍ମ୍ୟାନ୍ କିମ୍ବା ସ୍ପାଇଡରମ୍ୟାନ ନୁହେଁ, ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ।
‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।
ରଣବୀର ସିଂହ ଏଥିରେ ଅଭିନୟ କରିପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି । କିନ୍ତୁ ଅଫିସିଆଲି କିଛି କୁହାଯାଇ ନାହିଁ ।
୯୦ ଦଶକର ‘ଶକ୍ତିମାନ’ ସିରିଏଲ୍ ଏବେ ଫିଲ୍ମର ରୂପ ନେବ। କିଏ ହେବ ଶକ୍ତିମାନ ତାହା ନିଶ୍ଚିତ ହୋଇ ସାରିଥିବା ବେଳେ ଗୀତା ବିଶ୍ୱାସ ଭୂମିକାରେ ଦୀପିକା ପାଦୁକୋନ୍ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଆସନ୍ତୁ ପୂରା ଚରିତ୍ର ଉପରେ ନଜର ପକେଇବା।
ବଡ଼ ପରଦାକୁ ଫେରୁଛି ଟିଭି ପରଦାର ଦେଶୀ ସୁପରହିରୋ। ୯୦ ଦଶକରେ ପିଲାମାନଙ୍କୁ ଭୋକଶୋଷ ଭୁଲାଇ ଦେଇ ଟିଭି ଆଗରେ ବାନ୍ଧି ରଖୁଥିବା ‘ଶକ୍ତିମାନ’ ପୁଣିଥରେ ଫେରୁଛି।