Advertisment

ଦେଶ ବାଛିଦେଲା ଫେମିନା ମିସ୍ ଇଣ୍ଡିଆ, ଜାଣନ୍ତୁ କିଏ ହାତେଇଲେ ଟାଇଟଲ୍

ଦେଶ ପାଇଁ ଠିକ୍ ହୋଇଯାଇଛି ଫେମିନା ମିସ୍ ଇଣ୍ଡିଆ। କର୍ଣ୍ଣାଟକ ସୁନ୍ଦରୀ ଏହି ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

author-image
Pramod Behera
Miss India 2022 Sini Shetty winner

Miss India 2022 Sini Shetty winner

ଦେଶକୁ ମିଳିଗଲା ଫେମିନା ମିସ୍ ଇଣ୍ଡିଆ ୨୦୨୨। ସିନି ଶେଟ୍ଟୀ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ଜିତିଛନ୍ତି। ତାଙ୍କୁ ୨୧ ବର୍ଷ ହୋଇଥିବା ବେଳେ ସେ କର୍ଣ୍ଣାଟକରେ ରୁହନ୍ତି। ମିସ୍ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ୍‌ ଫାଇନାଲ୍ ଇଭେଣ୍ଟ ଜୁଲାଇ ୩ ରେ ମୁମ୍ବାଇର ଜିଓ କନ୍‌ଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ବିଜେତା ସିନି ଶେଟ୍ଟୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରାଜସ୍ଥାନର ରୁବଲ ଶେଖାୱତ ରହିଛନ୍ତି।

Advertisment

ସେ ମିସ୍ ଇଣ୍ଡିଆ ୨୦୨୨ର ପ୍ରଥମ ରନର୍ ଅପ୍ ହୋଇଥିଲେ। ସେହିପରି ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ଶିନାତା ଚୌହାନ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ରାତିରେ ସେମାନେ ସମସ୍ତେ ବହୁତ ସୁନ୍ଦର ଦେଖାଯାଉଥିଲେ।

ମିସ୍ ଇଣ୍ଡିଆ ୨୦୨୧ର ବିଜେତା ମାନସା ବାରାଣାସୀ, ମିସ୍ ଇଣ୍ଡିଆ ୨୦୨୨ ସିନି ଶେଟ୍ଟୀଙ୍କୁ ମୁକୁଟ ପିନ୍ଧେଇଥିଲେ। ସିନି ଶେଟ୍ଟୀ, ରୁବାଲ ଶେଖାୱତ, ଶିନାତା ଚୌହାନ, ପ୍ରଜ୍ଞା ଅୟାଗରୀ ଏବଂ ଗାର୍ଗୀ ନନ୍ଦୀ ଟପ୍‌ରେ ରହିଥିଲେ। ବିଜେତା ଭାବେ ମନୋନୀତ ହେବାପରେ, ସିନିଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ସିନି ଶେଟ୍ଟୀ କର୍ଣ୍ଣାଟକରେ ରହୁଥିବା ବେଳେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ଚାର୍ଟାର୍ଡ ​​ଫାଇନାନ୍‌ସିଆଲ୍ ଆନାଲିଷ୍ଟ୍‌ (CFA)ର ପ୍ରଫେସନାଲ୍‌ କୋର୍ସ କରୁଛନ୍ତି। ତେବେ ତାଙ୍କର ପ୍ରଥମ ଭଲ ପାଇବା ନାଚ ପ୍ରତି ଥିବାରୁ ସେ ମାତ୍ର ୪ ବର୍ଷ ବୟସରୁ ନାଚିବା ଆରମ୍ଭ କରି ଦେଇଥିଲେ। ଏବଂ ୧୪ ବର୍ଷ ବୟସରେ ସେ ନିଜର ଅରଙ୍ଗତ୍ରମ ଏବଂ ଭାରତନାଟ୍ୟମ୍ ସମାପ୍ତ କରିଦେଇଥିଲେ।

Miss India 2022 Sini Shetty winner ଫେମିନା ମିସ୍ ଇଣ୍ଡିଆ ହେଲେ ସିନି ଶେଟ୍ଟୀ

ସେହିପରି ମିସ୍ ଇଣ୍ଡିଆ ୨୦୨୨ ରନର୍ ଅପ୍ ରୁବଲ୍ ଶେଖାୱତଙ୍କ ବିଷୟରେ କହିବାକୁ ଗଲେ ସେ ନାଚ, ଅଭିନୟ, ଚିତ୍ରକଳା ଭଳି ବିଭିନ୍ନ କ୍ଷେତ୍ରରେ ଆଗ୍ରହୀ ଏବଂ ବ୍ୟାଡ୍‌ମିଣ୍ଟନ ଖେଳିବାକୁ ମଧ୍ୟ ପସନ୍ଦ କରନ୍ତି। ଯଦି ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ଶିନତା ଚୌହାନଙ୍କ କଥା ଦେଖାଯାଏ ତେବେ ସେ ଜଣେ ସ୍କଲାର୍ ହୋଇଥିବା ବେଳେ ସବୁବେଳେ ନେତୃତ୍ୱ ନେଇ କାମ କରିବାକୁ ଆଗ୍ରହୀ।

ମିସ୍ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ୍‌ ଫାଇନାଲ୍ ଇଭେଣ୍ଟ ବହୁତ ଚମତ୍କାର ଥିଲା। ଏଥିରେ ନେହା ଧୁପିଆ, କୃତି ସାନନ୍, ମନୀଷ ପାଲ୍, ରାଜକୁମାର ରାଓ, ଡିନୋ ମୋରିୟା, ମିତାଲୀ ରାଜ, ମଲାଇକା ଆରୋରା ଏବଂ ଅନ୍ୟାନ୍ୟ ସେଲିବ୍ରେଟିମାନେ ଯୋଗ ଦେଇଥିଲେ। କୃତି ସାନନ୍ ଏବଂ ଲାରେନ୍ ଗଟଲିବ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ ଯାହା ଇଭେଣ୍ଟକୁ ଆହୁରି ସ୍ୱତନ୍ତ୍ର କରିଥିଲା। ନେହା ଧୁପିଆ ଚଳିତ ବର୍ଷ ମିସ୍ ଇଣ୍ଡିଆ ମୁକୁଟ ଜିତିବାର ୨୦ ବର୍ଷ ପୂରଣ କରିଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

Miss India 2022 Sini Shetty
Advertisment
Advertisment