Advertisment

କଙ୍ଗନା କହିଲେ ଏକନାଥ ସିନ୍ଦେ ସମସ୍ତଙ୍କ ପାଇଁ ପ୍ରେରଣା

ମହାରାଷ୍ଟ୍ରର ମଙ୍ଗ ଧରିଛନ୍ତି ଏକନାଥ ସିନ୍ଦେ। ଏହାକୁ ନେଇ ଅଭିନନ୍ଦନ ଜଣେଇଛନ୍ତି କଙ୍ଗନା ରାଣାୱତ। କହିଲେ ଅଟୋ ଚାଳକରୁ…

author-image
Pramod Behera
ଅଦ୍ୟତନ ହୋଇଛି
Kangana congratulates Maharashtra cm Eknath Shinde

Kangana congratulates Maharashtra cm Eknath Shinde

ଶିବସେନାର ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରକୁ ନେଇ ବିବାଦରେ ଥିଲେ କଙ୍ଗନା ରାଣାୱତ। ବର୍ତ୍ତମାନ କଙ୍ଗନା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ତାଙ୍କ ସଫଳତାକୁ ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ଗୁରୁବାର ଦିନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକନାଥ ସିନ୍ଦେଙ୍କର ଏକ ଫଟୋ ଶେୟାର କରି କଙ୍ଗନା ଲେଖିଛନ୍ତି, "ଏକ ପ୍ରେରଣାଦାୟକ ସଫଳତାର କାହାଣୀ... ଜୀବିକା ନିର୍ବାହ ପାଇଁ ଏକ ଅଟୋ-ରିକ୍ସା ଚଳାଇବା ଠାରୁ ଆରମ୍ଭ କରି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଶକ୍ତିଶାଳୀ ବ୍ୟକ୍ତି ହେବା ପର୍ଯ୍ୟନ୍ତ .. ଅଭିନନ୍ଦନ ସାର୍।"

ଗତ କିଛି ବର୍ଷ ହେବ ଉଦ୍ଧବ ଠାକରେ ସରକାରକୁ ନେଇ କଙ୍ଗନା ସହ ମତଭେଦ ଥିଲା ଏବଂ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କୁ ଅନେକ ଥର ଟାର୍ଗେଟ୍ ମଧ୍ୟ କରିଥିଲେ। ନିକଟରେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନେଇ କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Advertisment

ସେ ଭିଡିଓରେ କହିଥିଲେ ଯେ "୨୦୨୦ରେ ମୁଁ କହିଥିଲି ଯେ ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ ପ୍ରଣାଳୀ। ଯେଉଁମାନେ କ୍ଷମତା ଲୋଭରେ ଏହି ବିଶ୍ୱାସ ପ୍ରଣାଳୀକୁ ନଷ୍ଟ କରନ୍ତି, ସେମାନଙ୍କର ଗର୍ବ ନଷ୍ଟ ହୋଇଯିବ। ଏହା ଜଣେ ବ୍ୟକ୍ତିର ଚରିତ୍ରକୁ ଦର୍ଶାଏ।"

ନିକଟରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବେଳେ ତାଙ୍କର ସେହି ପୁରୁଣା ଭିଡିଓ ଭାଇରାଲ ହୋଇଥିଲା। ସେ ଭିଡିଓରେ କହିଥିଲେ, "ଉଦ୍ଧବ ଠାକରେ, ଆପଣଙ୍କୁ କ’ଣ ଲାଗୁଛି ଯେ ଆପଣ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘରକୁ ଭାଙ୍ଗି ମୋ ଠାରୁ ପ୍ରତିଶୋଧ ନେଇଛ? ଆଜି ମୋ ଘର ଭାଙ୍ଗି ଯାଇଛି, କାଲି ତୁମର ଗର୍ବ ନଷ୍ଟ ହେବ। ମନେରଖ।"

ଆଗକୁ କଙ୍ଗନା ରାଣାୱତଙ୍କୁ ‘ତେଜସ’ରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ଜଣେ ଭାରତୀୟ ବାୟୁସେନା ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଶେଷ ଆଡକୁ ମୁକ୍ତିଲାଭ କରିବାକୁ ଯାଉଛି। ସମ୍ପ୍ରତି, ସେ ତାଙ୍କ ନିଜ ପ୍ରଡକ୍ସନ ବେଞ୍ଚର୍, ‘ଏମର୍ଜେନ୍ସୀ’ ଉପରେ କାମ କରୁଛନ୍ତି। ତାଙ୍କୁ ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

Kangana Ranaut Bollywood
Advertisment
Advertisment