Advertisment

ଚ୍ୟାଲେଞ୍ଜ୍ ମାରି ସ୍ୱରୂପ ସମ୍ପତଙ୍କୁ ବାହା ହୋଇଥିଲେ ପରେଶ ରାୱଲ

ପ୍ରେମ ଓ ରୋମାନ୍ସରେ ଭରା ପରେଶ ରାୱଲଙ୍କ ବାସ୍ତବ ଜୀବନ। ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ଭଲ ପାଇଥିଲେ ଆଉ ଚ୍ୟାଲେଞ୍ଜ୍ ମାରି ବାହା ହୋଇଥିଲେ। ଆସନ୍ତୁ ଜାଣିବା ପୂରା କାହାଣୀ।

author-image
Pramod Behera
Paresh rawal and swaroop sampat love story

Paresh rawal and swaroop sampat love story

ଦର୍ଶକେ ପରେଶ ରାୱଲଙ୍କୁ ପ୍ରାୟତଃ ଭିଲେନ୍ କିମ୍ବା କମେଡିଆନ୍ ଭୂମିକାରେ ଅଭିନୟ କରିବା ଦେଖିଥିବେ। କିନ୍ତୁ ତାଙ୍କ ବାସ୍ତବ ଜୀବନ ପୂରା ରୋମାଣ୍ଟିକ୍ ଏବଂ ପ୍ରେମରେ ଭରା। ପରେଶ ରାୱଲ ଯେତେବେଳେ ପ୍ରଥମ ଥର ପାଇଁ ସ୍ୱରୂପ ସମ୍ପତଙ୍କୁ ଦେଖିଥିଲେ ସେତେବେଳେ ଭଲ ପାଇ ବସିଥିଲେ। ସେଇଠି ହିଁ ସେ ତାଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଯାଇଥିଲେ।

Advertisment

ତେବେ ସ୍ୱରୂପ ସମ୍ପତଙ୍କୁ ପ୍ରେମ ପ୍ରସ୍ତାବ ଦେବା ପରେ ସେ ତାଙ୍କ ସହ ଏକ ବର୍ଷ ଧରି ଆଉ କଥା ହୋଇ ନଥିଲେ। ଏକ ସାକ୍ଷାତକାରରେ ସେହି ଘଟଣାକୁ ସ୍ୱରୂପ ମନେପକାଇ ପରେଶ ରାୱଲଙ୍କୁ 'ମୂକ' ବୋଲି କହିଥିଲେ। ପରେଶ ଏବଂ ସ୍ୱରୂପ ଭେଟ ହେବାର ୧୨ ବର୍ଷ ପରେ ୧୯୮୭ରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି ଆଦିତ୍ୟ ଏବଂ ଅନିରୁଦ୍ଧ।

ପରେଶ ୨୦୨୧ରେ ଦେଇଥିବା ଏକ ସାକ୍ଷାତକାରରେ ସ୍ୱରୂପଙ୍କ ବିଷୟରେ କହିଥିଲେ ଯେ “ମୁ କହିଥିଲି ଏହି ଝିଅଟି ମୋର ପତ୍ନୀ ହେବ। ମୋ ସାଙ୍ଗ ମହେନ୍ଦ୍ର ଯୋଶୀ ମୋ ସହିତ ଥିଲେ। ସେ ମୋତେ କହିଥିଲେ, 'ତମକୁ ଜଣା ଅଛି, ତମେ ଯେଉଁ କମ୍ପାନୀରେ କାମ କରୁଛ ଏ ସେହି କମ୍ପାନୀର ମାଲିକଙ୍କ ଝିଅ। ତେବେ ମୁଁ କହିଲି, ଯାହାର ବି ଝିଅ ହେଉ, ଭଉଣୀ ହେଉ କି ମା ହେଉ ମୁଁ ତାଙ୍କୁ ବିବାହ କରିବି।

Advertisment

ସ୍ୱରୂପ ସମ୍ପତ ୩ ନଭେମ୍ବର ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ଥିଏଟର କଳାକାର ଏବଂ ମା ଜଣେ ଡାକ୍ତର ଥିଲେ। ସେ ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ଏହି କାରଣରୁ ତାଙ୍କର ପାଠପଢାରେ ମନ ଲାଗୁ ନଥିଲା। ଥିଏଟରରେ ହିଁ ପ୍ରଥମ ଥର ପାଇଁ ପରେଶ ରାୱଲ ଏବଂ ସ୍ୱରୂପଙ୍କ ଭେଟ ହୋଇଥିଲା। ସ୍ୱସୂପ ତାଙ୍କ ସମୟରେ ବହୁତ ସୁନ୍ଦର ଥିଲେ। ୧୯୭୯ ମସିହାରେ ସେ ମିସ୍ ଇଣ୍ଡିଆ ହୋଇଥିଲେ ଏବଂ ସେହି ବର୍ଷ ସେ ମିସ୍ ୟୁନିଭର୍ସ ବ୍ୟୁଟି ପେଜେଣ୍ଟରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଲଣ୍ଡନରୁ ପିଏଚ୍‌ଡି କରିଛନ୍ତି।

ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ୟଶ ଚୋପ୍ରା ୧୯୮୧ ମସିହାରେ ଫିଲ୍ମ 'ନାଖୁଡା' ରେ ସ୍ୱରୂପଙ୍କୁ ମୌକା ଦେଇଥିଲେ ଏବଂ ଏହି ଫିଲ୍ମରେ ତାଙ୍କର ହିରୋ ଥିଲେ ରାଜକିରଣ। ଏହି ଫିଲ୍ମ କରିବାର କିଛି ଦିନ ପରେ ପ୍ରଖ୍ୟାତ ନିର୍ମାତା, ନିର୍ଦ୍ଦେଶକ, ଲେଖକ ହୃଷିକେଶ ମୁଖାର୍ଜୀ ତାଙ୍କ ପରବର୍ତ୍ତୀ ଫିଲ୍ମ 'ନରମ ଗରମ'ରେ ତାଙ୍କୁ ମୁଖ୍ୟ ନାୟିକା ଭାବରେ ସୁଯୋଗ ଦେଲେ। ସେତେବେଳେ ଫିଲ୍ମଟି ଏକ ବଡ଼ ହିଟ୍ ମଧ୍ୟ ହୋଇଥିଲା।

ଏହା ପରେ ସ୍ୱରୂପ ଅନେକ ବଡ ବଡ ଫିଲ୍ମ ହାତକୁ ନେଇଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ସେ ଛୋଟ ପରଦାରେ ମଧ୍ୟ ନଜର ଆସିଛନ୍ତି। ତାଙ୍କୁ ଟିଭି ଶୋ’ 'ୟେ ଜୋ ହୈ ଜିନ୍ଦଗୀ'ରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ‘ୟେ ଦୁନିଆଁ ଗଜବ କି’ ଏବଂ ’ଶାନ୍ତି’ ଭଳି ଟିଭି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି।

Bollywood Paresh Rawal Love Story
Advertisment
Advertisment