Advertisment

ଦମଦାର ଆକ୍ସନ ସହ ଆସୁଛନ୍ତି ବିଦ୍ୟୁତ ଜାମୱାଲ

ଆସୁଛି ବିଦ୍ୟୁତ ଜାମୱାଲଙ୍କ ନୂଆ ଫିଲ୍ମ 'ଖୁଦା ହାଫିଜ ଚାପ୍ଟର୍ ୨'। ଜବରଦସ୍ତ ଆକ୍ସନ ନେଇ ଆସୁଛନ୍ତି ବିଦ୍ୟୁତ ଜାମୱାଲ। ଜାଣନ୍ତୁ ଫିଲ୍ମର କାହାଣୀ

author-image
Pramod Behera
Khuda hafiz chapter 2 agnipariksha movie review

Khuda hafiz chapter 2 agnipariksha movie review

ବିଦ୍ୟୁତ ଜାମୱାଲଙ୍କୁ ଏକ ଆକ୍ସନ୍ ହିରୋ ଭାବେ ସମସ୍ତେ ଜାଣନ୍ତି। ତାଙ୍କ ଫିଟନେସ୍ ଖୁବ ଆକର୍ଷଣୀୟ ହୋଇଥିବା କାରଣରୁ ତାଙ୍କର ଆକ୍ସନ୍ ସିନ୍‌ଗୁଡିକ ଖୁବ୍ ଦମଦାର ହୋଇଥାଏ। ଖୁଦା ହାଫିଜ୍‌ରେ, ସେ ନିଜ ପ୍ରେମକୁ ରକ୍ଷା କରିବା ନେଇ ଏକ ମିଶନରେ ବାହାରିଥିଲେ ଆଉ ସମସ୍ତଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ସେ ପୁଣି ଥରେ 'ଖୁଦା ହାଫିଜ୍ ଚାପ୍ଟର ୨ ଅଗ୍ନିପରୀକ୍ଷା'ର ମିଶନରେ ଆସୁଛନ୍ତି, କିନ୍ତୁ ଏଥର ତାଙ୍କୁ ତାଙ୍କ ଝିଅର ପ୍ରତିଶୋଧ ନେବାକୁ ପଡିବ।

Advertisment

ଏହିପରି ଭାବରେ, 'ଖୁଦା ହାଫିଜ୍ ଚାପ୍ଟର ୨’ ଅଗ୍ନିପରିକ୍ସ'ରେ ସେ ଆକ୍ସନ ସହିତ ଭାବପ୍ରବଣତାର ସ୍ପ୍ଲାସ୍ କରୁଥିବା ନଜର ଆସିବେ। ସେ ପୁଣିଥରେ ତାଙ୍କ ଆକ୍ସନ୍ ଷ୍ଟାଇଲ୍ ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

'ଖୁଦା ହାଫିଜ୍ ଚାପ୍ଟର ୨’ ସମୀର (ବିଦ୍ୟୁତ ଜାମୱାଲ) ଏବଂ ନର୍ଗିସ୍ (ଶିବାଲିକା ଓବରୋଇ) ଙ୍କ କାହାଣୀ ଉପରେ ଆଧାରିତ। ନର୍ଗିସ୍ ତାଙ୍କ ସହ ଘଟିଥିବା ଦୁର୍ଘଟଣାରୁ ମୁକ୍ତି ପାଇବାକୁ ଅସମର୍ଥ ହେଇଥିବା ବେଳେ ସମୀର ତାଙ୍କୁ ଏଥିରୁ ବାହାର କରିବା ପାଇଁ ସବୁକିଛି କରୁଛନ୍ତି। ଏସବୁ ଭିତରେ ତାଙ୍କ ଜୀବନରେ ଆସନ୍ତି ନନ୍ଦିନୀ। କିନ୍ତୁ ଦିନେ ନନ୍ଦିନୀଙ୍କୁ ଅପହରଣ କରାଥାଏ ଏବଂ ଏହା ପରେ ସମୀର ଏବଂ ନର୍ଗିସଙ୍କ ଜୀବନରେ ଝଡ଼ ଚାଲିଆସେ।

Advertisment

ବର୍ତ୍ତମାନ ସମୀର ପୁଣି ଥରେ ନିଜ ପରିସ୍ଥିତି ସହିତ ମୁକାବିଲା କରନ୍ତି ଏବଂ ତାଙ୍କ ସହ ଏମିତି କରିଥିବା ଲୋକଙ୍କୁ ଉଚିତ ଶିକ୍ଷା ଦିଅନ୍ତି। ଏହିପରି ଭାବେ ନିର୍ଦ୍ଦେଶକ ଫାରୁକ୍ କବୀର କାହାଣୀରେ ଭାବନା ଏବଂ ଆକ୍ସନର ସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଚେଷ୍ଟା କରାଯାଇଥିଲେ ଫିଲ୍ମକୁ ଆଉ ଟିକେ ଟାଇଟ୍ କରାଯାଇ ପାରିଥାନ୍ତା। ନିର୍ଦ୍ଦେଶନା ମଧ୍ୟ କାହାଣୀର ଫ୍ଲୋକୁ ଦୁର୍ବଳ କରୁଥିବା ମନେହୁଏ। କାହାଣୀଟି ମଧ୍ୟ ଏକ ସରଳ ପ୍ରତିଶୋଧାତ୍ମକ ନାଟକ ଭଳି ଲାଗେ।

'ଖୁଦା ହାଫିଜ ଚାପ୍ଟର୍ ୨'ରେ ବିଦ୍ୟୁତ ଜାମୱାଲ ପରଦାରେ ଆକ୍ସନ ଏବଂ ଭାବନାକୁ ସଠିକ୍ ଭାବରେ ଦେଖାଇଛନ୍ତି। ତାଙ୍କର ଆକ୍ସନ୍ ସିନ୍ ଦେହ ଥରେଇ ଦେବ। ତାଙ୍କ ବିପକ୍ଷରେ ଥିବା ଶିବାଲେକା ମଧ୍ୟ ଭଲ କାମ କରିଛନ୍ତି। କିନ୍ତୁ ଶିବା ଚଢା ଏବଂ ରାଜେଶ ତୈଲଙ୍ଗ ନିଜ ଚରିତ୍ରକୁ ବହୁତ ଦକ୍ଷତାର ସହିତ ଦେଖେଇଛନ୍ତି। ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ସେମାନେ ପାକଳ ଅଭିନେତା। ଯଦି ଦେଖାଯାଏ ତେବେ ‘ଖୁଦା ହାଫିଜ୍ ୨’ ର କାହାଣୀ ବା ନିର୍ଦ୍ଦେଶନା ସେମିତି କିଛି ନୂଆ ଦିଗ ଆଣିନାହିଁ।

Bollywood Vidyut Jammwal Movie Review
Advertisment
Advertisment