ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।
ଆଉ ଦେଖିବାକୁ ମିଳିବନି ରାଜୁ ଶ୍ରୀବାସ୍ତଙ୍କ କମେଡି। କମେଡି କିଙ୍ଗ୍ ହେବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଦିନେ ଅଭାବ ଅସୁବିଧାରେ ଥାଇ ମୁମ୍ବାଇ ରାସ୍ତାରେ ଚଳାଉଥିଲେ ଅଟୋ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ମାସେରୁ ଅଧିକ ଦିନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଆଜି ସକାଳେ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗ ହୋଇଛି। ହାର୍ଟ ଆଟାକ୍ ଆସିବା ଯୋଗୁ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।
କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି।
ସିଙ୍ଗଲ୍ ଫାଦର ଭୂମିକା ନିଭଉଛନ୍ତି ସାଉଥ୍ ଓ ବଲିଉଡ୍ର ଖତରନାକ ଖଳନାୟକ ରାହୁଲ ଦେବ। ଉଭୟ ବାପା-ମାଆ ହୋଇ ସେ ଖୁବ ସମସ୍ୟାକୁ ଅନୁଭବ କରୁଛନ୍ତି। ମା’ ହେବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି।
କରଣ ଜୋହରକୁ ପୁଣି ଟାର୍ଗେଟ୍ କଲେ ପଙ୍ଗା କ୍ୱିନ୍ କଙ୍ଗନା ରାଣାୱତ୍। ‘କାଶ୍ମୀର ଫାଇଲ୍ସ’ ତୁଳନାରେ ‘ବ୍ରହ୍ମାସ୍ତ୍ର’କୁ ନିଚ୍ଚା ଦେଖେଇବାର ସାହାସ କରିଛନ୍ତି କଙ୍ଗନା। କରଣଙ୍କୁ ଟାର୍ଗେଟ୍ କରି କେଉଁ ଧାତୁରେ ଗଢା ବୋଲି କହିଛନ୍ତି।
ମଲ୍ଟିପ୍ଲେକ୍ସରେ ସିନେମା ଦେଖିବା ପ୍ରାୟ ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ। କିନ୍ତୁ ସମସ୍ତଙ୍କ ସ୍ୱପ୍ନ ଥାଏ ଏଠାରେ ଫିଲ୍ମଟିଏ ଦେଖିବା ପାଇଁ। ସେମାନଙ୍କ ଏହି ସ୍ୱପ୍ନ ଏବେ ପୂରଣ ହେବ। ଏହି ଦିନ ପାଇଁ ମଲ୍ଟିପ୍ଲେକ୍ସରେ ୭୫ ଟଙ୍କାରେ ବିକ୍ରି ହେଉଚି ଟିକେଟ୍। ଜାଣନ୍ତୁ କେବେ?
ଖୁବ ଶୀଘ୍ର ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୬’ ଆରମ୍ଭ ହେବାକୁ ଯାଉଛି। ବିଗ୍ ବସ୍ ଘରେ ଦେଖିବାକୁ ମିଳିବ ଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ।
ବଲିଉଡ୍ରେ ବୟକଟ୍ ଟ୍ରେଣ୍ଡ୍ ଯୋଗୁଁ ଫ୍ଲପ୍ ହେଉଛି ସବୁ ଫିଲ୍ମ। ଏହାରି ଭିତରେ ବ୍ଲକ୍ ବ୍ଲଷ୍ଟର୍ର ସବୁ ରେକର୍ଡ ଭାଙ୍ଗୁଛି ସାଉଥ୍ ଫିଲ୍ମ। ଏନେଇ ବଲିଉଡ୍ ତାରକା ଏବେ ସାଉଥ୍ ମୁହାଁ ହେଉଛନ୍ତି। ଦେଖନ୍ତୁ କେଉଁମାନେ ଅଛନ୍ତି ଏହି ତାଲିକାରେ।
ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେମାନେ କାହିଁକି ଫିଲ୍ମର ବିଷୟବସ୍ତୁ ପ୍ରତି ଧ୍ୟାନ ଦେବେ? ଗୋଟିଏ ପାନ ମସଲା ବିଜ୍ଞାପନ କରିଦେଲେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିଯାଉଛି। ଏମିତି କହି ଶାହରୁଖ-ଅକ୍ଷୟ-ଅଜୟଙ୍କୁ ଟାର୍ଗେଟ୍ କଲେ ପ୍ରକାଶ ଝା।
ନିଜ ପିଲାଦିନର ସାଙ୍ଗ ଅକ୍ଷତ ରାଜନଙ୍କୁ ଡେଟ୍ କରୁଛନ୍ତି କି ଜାହ୍ନବୀ କପୁର? ତାଙ୍କ ସହ ଅଛି କି ତାଙ୍କର ପ୍ରେମ ସମ୍ପର୍କ। ସୋସିଆଲ୍ ମିଡିଆରେ ତାଙ୍କ ସହ ଅଭିନେତ୍ରୀଙ୍କ ଭାଇରାଲ୍ ହେଉଛି ରୋମାଣ୍ଟିକ୍ ଫଟୋ। ଆପଣ ଦେଖି ଅନୁମାନ କରନ୍ତୁ।
କିଛି ବର୍ଷ ପୂର୍ବେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଏପରି ଥିଲା ଯେ ଏହା ଯେକୌଣସି ସମୟରେ ବି ବନ୍ଦ ହୋଇଯାଇଥାନ୍ତା। କିନ୍ତୁ ଜଣେ ହିଁ ବ୍ୟକ୍ତି ଥିଲେ ଯିଏ ଫିଲ୍ମ ନିର୍ମାଣ ଏବଂ ସେସବୁରେ ବହୁ ଅର୍ଥ ଖର୍ଚ୍ଚ କରିବାରେ ବିଶ୍ୱାସ କରୁଥିଲେ। ସେହି ବ୍ୟକ୍ତି ‘କେଜିଏଫ୍’ ତିଆରି କରି ଇତିହାସ ସୃଷ୍ଟି କରିଥିଲେ।
୫ଟି ଭାଷାର ୨୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାଉଥ୍ ଲେଡି ସୁପରଷ୍ଟାର ରାମୟା କ୍ରିଷ୍ଣନଙ୍କର ଆଜି ଜନ୍ମଦିନ। ୫୨ ବର୍ଷରେ ପାଦ ଦେଇଛନ୍ତି ରାମୟା। ତେଲ୍ଗୁ, କନ୍ନଡ, ମାଲାୟଲମ ଏବଂ ହୀନ୍ଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଖାଲି ଦର୍ଶକ ନୁହେଁ, ପ୍ରସିଦ୍ଧ ତେଲ୍ଗୁ ଆକ୍ଟର ରଜନୀକାନ୍ତ ମଧ୍ୟ ରାମୟା କ୍ରିଷ୍ଣନଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି।
ବିଷ୍ଣୋୟୀ ଗ୍ୟାଙ୍ଗର ପ୍ଲାନ୍ ବି’ର ଖୁଲାସା, ଫାର୍ମହାଉସରେ ମର୍ଡର ପାଇଁ ହୋଇଥିଲା ପ୍ଲାନିଂ ।
କେମିତି ଚାଲିଛି ମହିଷାସୁର ଫିଲ୍ମର ସୁଟିଂ ସେଟ୍? ଆଲୋ ମୋର କଣ୍ଢେଇ ପରେ ପୁଣି ଆଇନଜୀବୀ ବେଶରେ ଅର୍ଚ୍ଚିତା । ଶବାନା ବେଗମ୍ ଭୂମିକାରେ ସୁଟିଂ ସେଟ୍କୁ ଦୁଲକାଇଦେଲେ ଅର୍ଚ୍ଚିତା
ବଲିଉଡ୍ ଏବଂ ମୁମ୍ବାଇ ପୋଲିସର ରହିଛି ପୁରୁଣା ସମ୍ପର୍କ। ବଲିଉଡ୍ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହି କ୍ରେଜ୍ ଏବେ ବ୍ରହ୍ମାସ୍ତ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି।
‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ ଆସିବେ ଜାଣନ୍ତୁ।
ବୟକଟ୍ ବିରୋଧ ପରେ ବି ‘ବ୍ରହ୍ମାସ୍ତ୍ର’ର ରୋଜଗାରରେ କୌଣସି ଫରକ ପଡିନି। ଆରମ୍ଭରୁ ଫିଲ୍ମ ଭଲ ରୋଜଗାର କରୁଥିବା ବେଳେ ଏବେ ବି ଏହାର ରୋଜଗାରରେ କୌଣସି ଫରକ ପଡିନି। ୧୫୦ କୋଟି କ୍ଲବ୍ରେ ସାମିଲ ହେବାରେ ସଫଳ ହୋଇଛି।
ଅଭିନେତା ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।
'ବ୍ରହ୍ମାସ୍ତ୍ର'ରେ ଅଭିନୟ ନେଇ ଟ୍ରୋଲ୍ ହେଉଛନ୍ତି ଆଲିଆ ଭଟ୍ଟ। ଫିଲ୍ମରେ କେବଳ ଗୋଟିଏ ଡାଏଲଗ୍ ପାଇଁ ତାଙ୍କୁ ଥଟ୍ଟା କରାଯାଉଛି। ଏହାକୁ ନେଇ ସେସିଆଲ୍ ମିଡିଆରେ ହେଉଛି ମେସ୍ସ ବର୍ଷା।
ପାନ ମସଲା ବିଜ୍ଞାପନ ପରେ ପୁଣି ବିବାଦରେ ଫସିଛନ୍ତି ଅକ୍ଷୟ କୁମାର। ଜନହିତର ଏକ ବିଜ୍ଞାପନକୁ ନେଇ ତାଙ୍କୁ ବିରୋଧ କରାଯାଉଛି। ତାଙ୍କର ଏହି କାର୍ ବିଜ୍ଞାପନ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି।
‘ବୟକଟ୍’ ବିବାଦ ପରେ ବି ଭଲ ରୋଜଗାର କରିଚାଲିଛି 'ବ୍ରହ୍ମାସ୍ତ୍ର'। ବଲିଉଡ୍ର ସବୁ ଫିଲ୍ମ ଫ୍ଲପ୍ ପରେ ଫ୍ଲପ୍ ହୋଇଚାଲିଥିଲେ ବି ଏହା କିପରି ଏଥିରୁ ବାଦ୍ ପଡିଲା ତାହା ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ତେବେ ଏହାରି ଭିତରେ 'ବ୍ରହ୍ମାସ୍ତ୍ର' 'କାଶ୍ମୀର ଫାଇଲ୍ସ'ର ରେକର୍ଡ ଭାଙ୍ଗିଛି।
ଆଜିବି ଲୋକଙ୍କ ଭିତରେ ରହିଛି ପୁଷ୍ପା କ୍ରେଜ୍। ଲୋକେ ଏହାର ଦ୍ୱିତୀୟ ପାର୍ଟକୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଏହାରି ଭିତରେ ପୁଷ୍ପାକୁ ମିଳିଛି ସୀମା ବେଷ୍ଟ୍ ଫିଲ୍ମ୍ ଆୱାର୍ଡ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା…
ଥଣ୍ଡା ପଡିଯାଇଥିବା ହିନ୍ଦି ସିନେମାରେ ଜୀବନ ଭରିଛି 'ବ୍ରହ୍ମାସ୍ତ୍ର'। ସାରା ବିଶ୍ୱରେ ଏହାର ପ୍ରଥମ ସପ୍ତାହର ରୋଜଗାରକୁ ଦେଖିଲେ ଏହା ନମ୍ବର ୱାନ୍ ହୋଇଛି। ବିଦେଶ ବଜାରରେ କରୁଛି ବୋବାଲ୍।