Advertisment

ଏମାନେ ପାଳନ କରନ୍ତି 'ନୋ-ସେଭ୍ ନଭେମ୍ବର'; କାଟନ୍ତି ନାହିଁ ନିଶ-ଦାଢି

ବିଜୟ ଦେବରକୋଣ୍ଡାଙ୍କ ଠାରୁ ଆରମ୍ଭ କରି କେଜିଏଫ୍ ଷ୍ଟାର୍ ୟଶ୍ ସମେତ ଅନେକ ସାଉଥ୍‌ କଳାକାରଙ୍କୁ ଆମେ ନିଶ ଦାଢିରେ ଦେଖୁ। ଏମାନେ ନଭେମ୍ବର ମାସରେ ଶେଭ୍ ହୁଅନ୍ତି ନାହିଁ। ଏହା ପଛରେ ରହିଛି ନିଆରା କାରଣ। ତେବେ ଆସନ୍ତୁ ସେହି କଳାକାରମାନଙ୍କ ବିଷୟରେ ଜାଣିବା ଯେଉଁମାନେ ‘ନୋ ଶେଭ୍ ନଭେମ୍ବର’କୁ ପାଳନ କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
No Shave November

These 10 south stars follow no shave November

ନଭେମ୍ବର ମାସ ଆରମ୍ଭ ହୋଇଯାଇଛି ଏବଂ ଏହି ମାସରେ କିଛି ଲୋକ 'ନୋ-ସେଭ୍ ନଭେମ୍ବର' ଅନୁସରଣ କରନ୍ତି। ନଭେମ୍ବର ମାସରେ ସେମାନେ ସେଭ୍ ହୁଅନ୍ତି ନାହିଁ ଏବଂ ଏ ବାବଦରେ ବଞ୍ଚିଯାଉଥିବା ଟଙ୍କାକୁ ସେମାନେ କର୍କଟ ରୋଗୀଙ୍କ ସେବା ପାଇଁ ଦାନ କରନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ, ଅଶ୍ଲିଳ ଇଙ୍ଗିତ କରି ମଜାକ୍‌ ଉଡ଼ାଇଲେ ୟୁଜର୍ସ..

ଏହା ଏକ ଅଭିଯାନ, ଯାହା ୨୦୦୯ରେ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ କର୍କଟ ସଚେତନତା ଏବଂ ପୀଡିତମାନଙ୍କୁ ସାହାଯ୍ୟ କରାଯାଏ। ଏଭଳି ପରିସ୍ଥିତିରେ ସାଉଥ୍ ଇ‌ଣ୍ଡଷ୍ଟ୍ରୀରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନଭେମ୍ବରରେ ସେଭ୍ ହୁଅନ୍ତି ନାହିଁ। ଏହି ତାଲିକାରେ ବିଜୟ ଦେବରକୋଣ୍ଡାଙ୍କ ଠାରୁ ଆରମ୍ଭ କରି କେଜିଏଫ୍ ଷ୍ଟାର୍ ୟଶଙ୍କ ସମେତ ୧୦ଙ୍କ ନାମ ରହିଛି। ଆସନ୍ତୁ ଜାଣିବା ...

Advertisment

ବିଜୟ ଦେବରକୋଣ୍ଡା:

ସାଉଥ୍ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଭିନ୍ନ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ତାଙ୍କ ଫ୍ୟାଶନ ସେନ୍ସକୁ ଖୁବ୍ ଭଲ ପାଆନ୍ତି। ବିଜୟ ମଧ୍ୟ ତାଙ୍କ ଲୁକ୍ସକୁ ନେଇ ଅନେକ ପରୀକ୍ଷା ନିରିକ୍ଷା କରିବାକୁ ପସନ୍ଦ କରନ୍ତି। ନିକଟରେ ତାଙ୍କୁ ତାଙ୍କ ନୂଆ ଲୁକ୍ ଦାଢିରେ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ତାଙ୍କୁ ଏଭଳି ଲୁକ୍‌ରେ ଦେଖି ଖୁବ ପସନ୍ଦ କରିଥିଲେ।

ଅଲୁ ଅର୍ଜୁନ:

ସାଉଥ୍ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ବହୁ ଲୋକପ୍ରିୟତା ହାସଲ କରିଛି। ତାଙ୍କର ଦାଢି ଲୁକ୍ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି। ତାଙ୍କୁ ଏବେ ପ୍ରାୟ ସମୟରେ ବଡ ବଡ ଦାଢିରେ ଦେଖିବାକୁ ମିଳେ। ତାଙ୍କର ‘ପୁଷ୍ପା ରାଜ’ ଅବତାର ଖୁବ ଲୋକପ୍ରିୟ ହୋଇପାରିଛି। ଏବେ ପ୍ରଶଂସକମାନେ ତାଙ୍କ ଫିଲ୍ମ 'ପୁଷ୍ପା: ଦି ରୁଲ୍' କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ରାମ ଚରଣ:

ରାମ ଚରଣଙ୍କୁ ମଧ୍ୟ ଦାଢି ଥିବା ଅବତାରରେ ପ୍ରାୟତଃ ଦେଖାଯାଏ। ସେ ଆଜିକାଲି ତାଙ୍କ କ୍ୟାରିୟରର ବେଷ୍ଟ୍ ପର୍ଯ୍ୟାୟରେ ଅଛନ୍ତି। ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ 'ଆର୍‌ଆର୍‌ଆର୍‌' ରିଲିଜ୍ ହେବା ପରେ ତାଙ୍କ କ୍ୟାରିୟରର ତାରକାପଣ ଆକାଶଛୁଆଁ ହୋଇଛି।

ଜୁନିଅର ଏନ୍‌ଟିଆର୍‌:

ରାମ ଚରଣଙ୍କ ପରି ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆର୍‌ଆର୍‌ଆର୍‌' ଜୁନିଅର ଏନ୍‌ଟିଆର୍‌ଙ୍କ କ୍ୟାରିୟରରେ ମଧ୍ୟ ଏକ ଭିନ୍ନ ଚିହ୍ନ ଛାଡିଛି। ତାଙ୍କୁ ମଧ୍ୟ ଏଥିରେ ବଡ ଦାଢିବାଲା ଅବତାରରେ ଦେଖିବାକୁ ମିଳିଥିଲା, ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ। ସେବେଠାରୁ ଏହି ଅଭିନେତାଙ୍କୁ ଲମ୍ବା ଦାଢିରେ ଦେଖିବାକୁ ମିଳେ।

ସିମ୍ବୁ ଟିଆର୍ ସିଲମ୍ବସରନ୍:

ସିମ୍ବୁ ତାଙ୍କର ଦାଢି ଲୁକ୍‌ରେ ପ୍ରଶଂସକମାନଙ୍କୁ ବହୁତ ଉତ୍ସାହିତ କରୁଛନ୍ତି। ଲୋକମାନେ ତାଙ୍କର ଲମ୍ବା କେଶ ଏବଂ ଦାଢିକୁ ବହୁତ ପସନ୍ଦ କରୁଛନ୍ତି। କୁହାଯାଉଛି ଯେ ସେ ଓବେଲି ଏନ୍‌ କୃଷ୍ଣାଙ୍କ ଆଗାମୀ ଗ୍ୟାଙ୍ଗ୍‌ଷ୍ଟର୍‌ ଡ୍ରାମା ଫିଲ୍ମ 'ପାଥୁ ଥାଲା' ପାଇଁ ଏଭଳି ଲୁକ୍ ଆପଣେଇଛନ୍ତି।

ଦୁଲକର୍ ସଲମାନ୍:

ବଲିଉଡ୍‌ ଏବଂ ସାଉଥ୍‌ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ଦୁଲ୍‌କର୍ ସଲମାନ କ୍ରମାଗତ ଭାବରେ ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ନିକଟରେ ତାଙ୍କର ଫିଲ୍ମ 'ସୀତା ରାମମ୍' ରିଲିଜ୍‌ ହୋଇଥିଲା। ଅଭିନେତାଙ୍କୁ ଦାଢି ଲୁକ୍‌ରେ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ କୁହନ୍ତି ଯେ ସେ ଦାଢିରେ ଖୁବ ସୁନ୍ଦର ଦେଖାଯାଆନ୍ତି।

ଧନୁଷ:

ବଲିଉଡ ଏବଂ ସାଉଥ୍ ଅଭିନେତା ଧନୁଷ ଦୀର୍ଘ ଦିନ ଧରି ରୂପେଲି ପରଦାରେ ରାଜ୍ କରୁଛନ୍ତି। ତାଙ୍କୁ ଫିଲ୍ମରେ କେତେବେଳେ ଦାଢିରେ ଓ କେତେବେଳେ ବିନା ଦାଢିରେ ଦେଖିବାକୁ ମିଳିଛି। କିନ୍ତୁ କିଛି ଦିନ ଧରି ଅଭିନେତାଙ୍କୁ କେବଳ ଦାଢିବାଲା ଅବତାରରେ ହିଁ ଦେଖିବାକୁ ମିଳୁଛି।

ଆର୍‌ ମାଧବନ୍:

ହିନ୍ଦୀ ଏବଂ ସାଉଥ୍ ଫିଲ୍ମରେ କାମ କରିଥିବା ଅଭିନେତା ଆର୍‌ ମାଧବନଙ୍କୁ ନିକଟରେ 'ରକେଟ୍ରି: ଦି ନାମ୍ବି ଇଫେକ୍ଟ'ରେ ଦେଖିବାକୁ ମିଳିଥିଲା। ତାଙ୍କୁ ପୂର୍ବରୁ ବିନା ଦାଢିରେ ଚିକ୍କଣିଆ ରୂପରେ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ତାଙ୍କୁ ଦାଢି ଅବତାରରେ ଦେଖିବାକୁ ମିଳେ। ତାଙ୍କର କଳା-ଧଳା ଦାଢି ଲୋକଙ୍କୁ ଖୁବ ପସନ୍ଦ ଆସେ।

ଅଜିଥ୍ କୁମାର:

ଦକ୍ଷିଣ ଅଭିନେତା ଥାଲା ଅଜିଥ୍ କୁମାରଙ୍କ ଦାଢି ଅବତାରକୁ ଖୁବ ପସନ୍ଦ କରାଯାଏ। ତାଙ୍କର ଫ୍ୟାଶନ୍ ଷ୍ଟାଇଲ୍ ଏବଂ ଲୁକ୍ ମଧ୍ୟ ଖୁବ ଦମଦାର। ସେ ଖୁବ୍ ଶିଘ୍ର ଏଚ୍ ବିନୋଥଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମର ଟାଇଟଲ୍ ହେଉଛି 'ଥୁନିଭୁ'।

ୟଶ୍‌:

'କେଜିଏଫ୍'ର ରକି ଭାଇ ବା ୟଶଙ୍କ ଷ୍ଟାଇଲ୍ କାହାଠାରୁ ବି କମ୍ ନୁହେଁ। 'କେଜିଏଫ୍'ର ଦୁଇଟିଯାକ ପାର୍ଟ ରିଲିଜ୍ ହେବା ପରେ ତାଙ୍କର ଲୋକପ୍ରିୟତା ଯେତିକି ବଢିଚାଲିଲା ତାଙ୍କ ଲମ୍ବା କେଶ ଓ ଦାଢି ଲୁକ୍ ମଧ୍ୟ ଲୋକଙ୍କୁ ପସନ୍ଦ ହେବାକୁ ଲାଗିଲା। ତାଙ୍କୁ ସବୁବେଳେ ଲମ୍ବା ଦାଢିରେ ଦେଖିବାକୁ ମିଳେ। ତାଙ୍କର ଏହି ଲୁକ୍‌କୁ ଲୋକେ ଖାଲି ପସନ୍ଦ କରୁ ନାହାନ୍ତି ଏହାକୁ ଅନୁକରଣ ମଧ୍ୟ କରୁଛନ୍ତି।

Bollywood Ram Charan Yash Movies Jr. NTR
Advertisment
Advertisment