• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ବିରୁଷ୍କା’ ନାଁଟି ବେଶ୍‌ ପରିଚିତ । ଭାରତୀୟ କ୍ରିକେଟ୍‌ର ଚର୍ଚ୍ଚିତ ଚେହେରା ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାମକୁ ମିଶାଇ ଏହି ୟୁନିକ୍‌ ନାଁଟି ରଖାଯାଇଛି । ଦୁହେଁ ନିଜ ନିଜ କ୍ଷେତ୍ରରେ ବେଶ୍‌ ପପୁଲାର୍‌ । ଭାରତ ଛଡ଼ା ବିଶ୍ୱର କୋଣ ଅନୁକୋଣରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ରହିଛନ୍ତି । ବିରାଟ ନିଜର ବିସ୍ଫୋରକ ବ୍ୟାଟିଂ ଓ ଅନୁଷ୍କା ନିଜର ଚମତ୍କାର ଅଭିନୟ ଯୋଗୁଁ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି ।

ଦୁହେଁ କେବଳ ନିଜ ନିଜ କ୍ଷେତ୍ରରେ ଆଗୁଆ ନୁହଁନ୍ତି, ବରଂ ରୋଜଗାର କ୍ଷେତ୍ରରେ ବି କେହି କାହାଠୁ କମ୍‌ ନୁହନ୍ତି । ସୋସିଆଲ୍‌ ମିଡିଆ ର ସମସ୍ତ ପ୍ଲାଟଫର୍ମରେ ସେନସେସନ୍‌ ପାଲଟିଥିବା ବିରାଟଙ୍କ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଏ ସବୁଠୁ ଧନୀ?

ଅଧିକ ପଢ଼ନ୍ତୁ: ବିରାଟଙ୍କ ହୋଟେଲ୍‌ ରୁମ୍‌ ଭିଡିଓ Viral: ରାଗିଗଲେ ଅନୁଷ୍କା, କହିଲେ଼- ‘ଯଦି ବେଡ୍‌ରୁମ୍‌ରେ...’

ବିରାଟ କୋହଲିଙ୍କ ବାର୍ଷିକ ରୋଜଗାର

ବିରାଟ କୋହଲିଙ୍କ ନାଁ ଦୁନିଆର ସବୁଠୁ ଧନୀ କ୍ରିକେଟର ତାଲିକାରେ ରହିଛି । କ୍ରିକେଟ୍‌ ଦୁନିଆର ଜଣେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ବେଶ୍‌ ପରିଚିତ । ସେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ମଧ୍ୟ ଥିଲେ । ମିଳିଥିବା ସୂଚନାନୁଯାୟୀ ବିରାଟଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ହେଉଛି ୧୨୭ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧୦୪୬ କୋଟି ଟଙ୍କା । ବାର୍ଷିକ କୋହଲି ୧୫ କୋଟି ଟଙ୍କା ରୋଜଗାର କରୁଛନ୍ତି । ଅର୍ଥାତ ମାସକୁ ୧,୨୫,୦୦,୦୦୦ ଟଙ୍କା ଓ ସପ୍ତାହକୁ ୨୮,୮୪,୬୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । BCCI ର ଗ୍ରେଡ୍‌ A କଣ୍ଟ୍ରାକ୍ଟରେ ବିରାଟଙ୍କ ନାମ ରହିଛି । BCCI ପକ୍ଷରୁ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଛି ।

ବିଜ୍ଞାପନ ଓ ପୁଞ୍ଜିନିବେଶରୁ ମିଳୁଥିବା ମୋଟା ଅଙ୍କର ଟଙ୍କା

ସୋସିଆଲ ମିଡିଆରେ ନିଜ ପୋଷ୍ଟ ଓ ବିଭିନ୍ନ କମ୍ପାନୀରେ ପୁଞ୍ଜିନିବେଶ କରି ବିରାଟ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରେ ବିରାଟଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ସମସ୍ତେ ଜାଣିଥିବେ । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୧୨ ମିଲିୟନ୍‌ ଫଲୋଅର୍ସ ରହିଛନ୍ତି । ସେ ନିଜର ପ୍ରତି ପୋଷ୍ଟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Virat Kohli(Virat Kohli Instagram)

ବିଭିନ୍ନ କମ୍ପାନୀର ପ୍ରମୋସନ ସହ ବିଜ୍ଞାପନ ଆଦିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଯେପରିକି ମାନ୍ୟବର, ଏମ୍‌ପିଏଲ୍‌, ପେପ୍ସି, ଫିଲିପ୍ସ, ଫାଷ୍ଟଟ୍ରାକ୍‌, ଅଡି, ଏମ୍‌ଆର୍‌ଏଫ୍‌, ହିରୋ ଓ ପୁମା ଆଦି ବଡ଼ ବଡ଼ କମ୍ପାନୀର ବ୍ରାଣ୍ତ ଆମ୍ବାସଡର ରହିଛନ୍ତି । ଏହାଛଡ଼ା ଅନେକ ଇନ୍‌ଭେଷ୍ଟମେଣ୍ଟରେ ମଧ୍ୟ ସେ ପୁଞ୍ଜିନିବେଶ କରି ବଦଳରେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି।

Virat Kohli(Virat Kohli MRF)

ଅନୁଷ୍କା ଶର୍ମାଙ୍କ ରୋଜଗାର

ବିରାଟଙ୍କ ପତ୍ନୀ ତଥା ବଲିଉଡ୍‌ର ପପୁଲାର ଅଭିନେତ୍ରୀ ଭାବେ ଅନୁଷ୍କାଙ୍କୁ ସଭିଏଁ ଜାଣିଛନ୍ତି । ଫିଲ୍ମ ‘ରବ ନେ ବନାଦି ଯୋଡ଼ି’ ରୁ ଅନୁଷ୍କା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡ୍‌ର ଟପ୍‌ ହିରୋଇନ୍‌ଙ୍କ ତାଲିକାରେ ଅନୁଷ୍କାଙ୍କ ନାମ ରହିଛି । ସ୍ୱାମୀ ବିରାଟଙ୍କ ତୁଳନାରେ ଅନୁଷ୍କାଙ୍କ ରୋଜଗାର ଖୁବ୍‌ କମ୍‌ । ତାଙ୍କର ସମୁଦାୟ ସଂପତ୍ତିର ମୂଲ୍ୟ ୩୫ ମିଲିୟନ ଡଲାର ଅର୍ଥାତ ୨୬୫ କୋଟି ଟଙ୍କା । ଫିଲ୍ମ ଛଡ଼ା ବିଭିନ୍ନ ବିଜ୍ଞାପନରୁ ମଧ୍ୟ ଅନୁଷ୍କା ଭଲ ରୋଜଗାର କରନ୍ତି । ଗୋଟିଏ ଫିଲ୍ମ ପାଇଁ ସେ ୧୦ କୋଟି ଟଙ୍କା ନିଅନ୍ତି । ପ୍ରତି ବିଜ୍ଞାପନ ପାଇଁ ସେ ୪ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦାବି କରିଥାନ୍ତି ।

Anushka Sharma(Anushka Sharma)