Advertisment

ବଲିଉଡ୍ ଫିଲ୍ମ ନ ଚାଲିବା ପଛର କାରଣ କହିଲେ 'କାନ୍ତାରା' ଷ୍ଟାର ଋଷବ ଶେଟ୍ଟୀ

ଆଜିକାଲି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଛାଇଯାଇଛି ସାଉଥ୍ ଫିଲ୍ମ। ବଲିଉଡ୍ ତା’ ଆଗରେ ତୁଚ୍ଛ ହୋଇଯାଉଛି। ଏହା ପଛରେ ଥିବା କାରଣକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି ଋଷବ ଶେଟ୍ଟୀ। ଜାଣନ୍ତୁ ସେ କ’ଣ କହିଛନ୍ତି।

author-image
Pramod Behera
Kantara star rishab shetty says bollywood movies are much influenced  with western cuture

Kantara star rishab shetty says bollywood movies are much influenced with western cuture

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ଯଦି କୌଣସି ସାଉଥ୍ ଫିଲ୍ମର ସର୍ବାଧିକ ଚର୍ଚ୍ଚା ହୋଇଛି, ତେବେ ତାହା ହେଉଛି 'କାନ୍ତାରା'। ଏହି ଚଳଚ୍ଚିତ୍ରଟି ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଖୁବ ଭଲ ପାଇବା ପାଇଛି। ଚଳଚ୍ଚିତ୍ରର ଭିନ୍ନ କାହାଣୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ​​ଏବଂ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରିଛି। ଫିଲ୍ମର ମୁଖ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଋଷବ ଶେଟ୍ଟୀ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛନ୍ତି। ନିକଟରେ ଋଷଭ ଫିଲ୍ମ ଏବଂ ବଲିଉଡର କଣ୍ଟେଣ୍ଟକୁ ନେଇ ଦମଦାର ମତ ଦେଇଛନ୍ତି।

Advertisment

ଆଞ୍ଚଳିକ ଲୋକ ସାହିତ୍ୟ ଉପରେ ଆଧାର କରି ନିର୍ମିତ ହୋଇଥିବା 'କାନ୍ତାରା'ର ବଜେଟ୍ ୧୬ କୋଟି ଟଙ୍କା ଥିଲା। ସ୍ୱଳ୍ପ ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର କାହାଣୀକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା କନ୍ନଡ ଫିଲ୍ମ ହୋଇପାରିଛି। ଏହା ସହିତ ଏହା ମଧ୍ୟ ୨୦୨୨ ବର୍ଷର ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ହୋଇପାରିଛି। ଏହି ଫିଲ୍ମର ସଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ଗ୍ରାମିଣ କ୍ଷେତ୍ରର ପ୍ରଦର୍ଶିତ ସଂସ୍କୃତି।

ନିକଟରେ ଋଷଭ ଶେଟ୍ଟୀ ଏହି ଚଳଚ୍ଚିତ୍ରକୁ ନେଇ ଏହାର ସଫଳତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା କଥା “ଏହି ଫିଲ୍ମଟି ଉପକୂଳ କର୍ଣ୍ଣାଟକ ସଂସ୍କୃତିକୁ ଅତି ନିକଟରୁ ଦେଖାଯାଇଛି। ଏହି ଚଳଚ୍ଚିତ୍ରର ଏହା ହିଁ ହେଉଛି ସବୁଠାରୁ ବଡ ପ୍ଲସ୍ ପଏଣ୍ଟ ଯାହା ଫିଲ୍ମକୁ ଦର୍ଶକଙ୍କ ସହିତ ଯୋଡିବାରେ ସକ୍ଷମ ହେଉଛି। ଏହା ମୋ ଗାଁର କାହାଣୀ ଥିଲା ଏବଂ ମୁଁ ଏହାକୁ ପିଲାଦିନରୁ ଦେଖିଛି। ଯେତେବେଳେ ଆମେ ଆମର ସଂସ୍କୃତି ସହିତ ଯୋଡିହେବା ଭଳି ଅନୁଭବ କରୁ ଏବଂ ଏହାକୁ ଲୋକମାନଙ୍କ ପାଇଁ ଏକ କାହାଣୀ ପରି ଉପସ୍ଥାପନ କରୁ, ସେତେବେଳେ ଏହାକୁ ଖୁବ ପସନ୍ଦ କରାଯାଏ। ମୁଁ ସବୁବେଳେ କୁହେ ଯେ ଯେତେ ଅଧିକ ଆଞ୍ଚଳିକ ବିଷୟବସ୍ତୁ ହେବା ଏହା ସେତେ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚିବ।”

Advertisment

ଯେତେବେଳେ ଋଷଭଙ୍କୁ ପଚରାଯାଇଥିଲା ଯେ ଆଜିକାଲି କାହିଁକି ବଲିଉଡ ଫିଲ୍ମ ସାଉଥ୍ ଫିଲ୍ମ ଅପେକ୍ଷା ଭଲ ପ୍ରଦର୍ଶନ କରୁନାହିଁ? ଏହାର ଉତ୍ତରରେ ସେ କହିଥିଲେ ଯେ “ବଲିଉଡ ଚଳଚ୍ଚିତ୍ରରେ ପାଶ୍ଚାତ୍ୟ ସଂସ୍କୃତିର ବହୁତ ପ୍ରଭାବ ରହିଛି। ଚଳଚ୍ଚିତ୍ର ନିର୍ମାତାମାନେ ଭାରତରେ ହଲିଉଡ କିମ୍ବା ଅନ୍ୟାନ୍ୟ ବିଷୟବସ୍ତୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଯାହା ହୁଏତ ଲୋକଙ୍କୁ ସଂଯୋଗ କରିପାରୁ ନାହିଁ।”

ସେ ଆହୁରି କହିଛନ୍ତି ଯେ “ଏମିତିରେ ତ OTTରେ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ୍ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଆଞ୍ଚଳିକ ବିଷୟବସ୍ତୁ ପାଇଁ କୌଣସି ମାଧ୍ୟମ ନାହିଁ। ଆଞ୍ଚଳିକ ସ୍ତରରେ ଅନେକ କାହାଣୀ ଅଛି, ଯାହା ପ୍ରଭାବିତ କରିଥାଏ। ଚଳଚ୍ଚିତ୍ର ନିର୍ମାତାମାନେ ହିଁ ସେସବୁକୁ ଦେଖାଇ ପାରିବେ।”

Bollywood South Movies
Advertisment
Advertisment