• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲିଉଡ୍‌ରେ ଯେଉଁ ସମୟରେ କପୁର, ବଚ୍ଚନଙ୍କ ରାଜୁତି ଚାଲୁଥିଲା, ସେ ସମୟରେ ଏଣ୍ଟ୍ରି କରିଥିଲେ ଜଣେ ନନ୍ ଫିଲ୍ମି ଫ୍ୟାମିଲିରୁ ଜଣେ ଅଭିନେତା । ଯେଉଁ ସମୟରେ ହିରୋ ପାଇଁ ରେସ୍ ଚାଲିଥିଲା, ସେ ସମୟରେ ସେ ଥିଲେ ସୁପରହିଟ୍ ଭିଲିଏନ୍ । କାଶ୍ମୀରରୁ କନ୍ୟାକୁମାରୀ, ଅମୃତସରରୁ ଆମଷ୍ଟ୍ରଡାମ୍ ଯାଏଁ ରହିଛନ୍ତି ତାଙ୍କ ଫ୍ୟାନ୍ । ସେ ହେଉଛନ୍ତି ଲିଭିଙ୍ଗ ଲେଜେଣ୍ଡ କିଙ୍ଗ ଖାନ୍‌ ଶାହରୁଖ୍ ଖାନ । ଆଜି ୫୭ ବର୍ଷରେ ପାଦ ଥାପିଛନ୍ତି ଶାହରୁଖ୍ । ମୁମ୍ବାଇ ମନ୍ନତ ଘର ସମ୍ମୁଖରେ ତାଙ୍କ ଗୋଟିଏ ଝଲକ ପାଇଁ ଅସମ୍ଭାଳ ଭିଡ଼ । ସେପଟେ ଲଗାତାର ହିଟ୍ ଦେଉଥିବା ଷ୍ଟାରଙ୍କ ୪ ବର୍ଷ ପରେ ଆଜି ଆସୁଛି ନୂଆ ଫିଲ୍ମ ପଠାନର ଟ୍ରେଲର୍ ।

ରାଜ୍, ରାହୁଲ, ବାଦ୍‌ଶାହ୍‌, ବାଜିଗର ଏମିତି ଅନେକ ନାଁ କିନ୍ତୁ ପରିଚୟ ଗୋଟିଏ ଶାହରୁଖ୍ ଖାନ୍‌ । ବଲିଉଡ୍ ସୁପରଷ୍ଟାର, ଫ୍ୟାନ୍‌ଙ୍କ ହାର୍ଟବିଟ୍ । ଆଜି ଶାହରୁଖଙ୍କ ୫୭ତମ ଜନ୍ମଦିନ । ଭାରତ ଓ ବିଦେଶରେ ଶାହରୁଖଙ୍କ ଜନ୍ମଦିନକୁ ଗ୍ରାଣ୍ଡ ଭାବେ ସେଲିବ୍ରେଟ୍ କରୁଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । ଶାହରୁଖଙ୍କ ପାଇଁ ତାଙ୍କ ମୁମ୍ବାଇ ବାଦ୍ରା ଘର ମନ୍ନତ ଆଗରେ ପ୍ରବଳ ଜନସମାଗମ । ବିଭିନ୍ନ ସିନେମା ହଲ୍‌ରେ ଡିଡିଏଲ୍‌ଜେ, ବାଜିଗର ଭଳି ସିନେମାକୁ ପୁଣି କରାଯାଇଛି ରିଲିଜ୍ । ୯୦ ଦଶକରେ ଯେମିତି ଥିଲା ଶାହରୁଖଙ୍କ କ୍ରେଜ୍, ଆଜି ବି ସେ କ୍ରେଜ୍ କାଏମ ।  

 
 
 
 
 
 
 
 
 
 
 
 
 
 
 

A post shared by Shah Rukh Khan (@iamsrk)

୮୦ ଦଶକରେ ବିପର୍ଯ୍ୟୟ ଦେଇ ଗତି କରୁଥିବା ହିନ୍ଦୀ ସିନେମାକୁ ନୂଆ ରାହା ଦେଖାଇଥିଲେ ଦିଲ୍ଲୀ ଡିଡିଏ କଲୋନୀର ଏହି ଯୁବକ । ଏନ୍ଏସ୍‌ଡିରେ ପାସ୍ ହେବା ପରେ ଏକାଧିକ ଫିଲ୍ମରୁ ରିଜେକ୍ଟ ହୋଇ ଦୂରଦର୍ଶନରେ ଆରମ୍ଭ କରିଥିଲେ କ୍ୟାରିୟର୍ । ଫୌଜି, ସକର୍ସର ସଫଳତା ପରେ ୧୯୯୨ରେ ମିଳିଥିଲା ଦିୱାନା ଫିଲ୍ମରେ ଏଣ୍ଟ୍ରି । ବାସ୍ ସେଠୁ ଆରମ୍ଭ ହୋଇଥିବା ସଫର୍ ତିନି ଦଶବ୍ବି ଯାଏଁ ଚାଲିଛି ।

 

ଯେଉଁ ସମୟରେ ହିରୋ ପାଇଁ ବଲିଉଡ୍‌ରେ ରେସ୍ ଲାଗୁଥିଲା, ସେ ଥିଲେ ସୁପର ହିଟ୍ ଭିଲିଏନ୍ । ବାଜିଗର ହେଉ ଅବା ଡର୍, ଡିଡିଏଲ୍‌ଜେ ହେଉ ଅବା ବାଦଶାହ, ସବୁଠି, ସବୁ ଚରିତ୍ରରେ ସେ ହିଟ୍ । ସମୁଦ୍ରକୁ ପିଠି କରି ଛିଡ଼ା ହୋଇ ସାରା ମୁମ୍ବାଇକୁ ନିଜର କରିବାକୁ ସ୍ୱପ୍ନ ଦେଖିଥିବା ଶାହରୁଖ ଆଜି ସାରା ଦେଶରେ ଫେଭରେଟ୍ । ଯୁବ ପୀଢ଼ିକୁ ପ୍ରେମ ଶିଖାଇଥିବା ସେ ହେଉଛନ୍ତି କିଂଗ ଅଫ୍ ରୋମାନ୍ସ । ବିନା ଫିଲ୍ମି ବେଗରାଉଣ୍ଡରୁ ସେ ସମୟରେ ଆସିଥିବା ଏକମାତ୍ର ଷ୍ଟାର । ତାଙ୍କୁ ଅନୁସରଣ କରି କେତେ ଯେ ଆଜି ହିନ୍ଦୀ ଫିଲ୍ମରେ ହୋଇପାରିଛନ୍ତି ବଡ଼ ଅଭିନେତା । 

ହେଲେ ଏତେ ସବୁ ପରେ ବି ଶାହରୁଖଙ୍କ ସିନେମା ଚାଲୁନି । ୪ ବର୍ଷ ଧରି ଗୋଟିଏ ବି ଫିଲ୍ମ ରିଲିଜ୍ ହୋଇନି । ହେଲେ ସେ କୁହନ୍ତି ନା ପିକ୍ଚର ଅଭି ବାକି ହେ.. । ତେଣୁ ୨୦୨୩ରେ ଆସୁଥିବା ‘ପଠାନ’, ‘ଜୱାନ’ ଏବଂ ରାଜକୁମାର ହିରାନୀଙ୍କ ‘ଡଙ୍କି’ ଶାହରୁଖଙ୍କ ଆଗାମୀ ଫିଲ୍ମୀ କ୍ୟାରିୟର ନିର୍ଦ୍ଦାରଣ କରିବ ।