• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବେ ତାଙ୍କ ଝିଅ ଜାନଭୀ କପୁରଙ୍କ ସହ ଫିଲ୍ମ 'ମିଲି'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଝିଅର ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ ବୋନି କପୁର ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି । ନିକଟରେ ଏହି ବାପା-ଝିଅ ଯୋଡ଼ି ଯୋଡି ଫିଲ୍ମ ପ୍ରମୋସନ୍‌ ପାଇଁ ଲୋକପ୍ରିୟ କମେଡି ସୋ 'ଦି କପିଲ ଶର୍ମା ସୋ'ରେ ନଜର ଆସିଥିଲେ । ହେଲେ ଏଠି ସେମାନେ ଫିଲ୍ମର ପ୍ରମୋସନ୍‌ ଯେତିକି କରୁଥିଲେ ତା’ଠାରୁ ଅଧିକ ପରସ୍ପରର ମଜାକ୍‌ ଉଡ଼ାଉଥିଲେ । ଏମିତି ସେଠି ଲାଗୁଥିଲା, ସେମାନେ ବାପ ଝିଅ ନୁହଁନ୍ତି ବରଂ ଦୁଇ ସାଙ୍ଗ । ଏହାଦେଖି ଦର୍ଶକ ମଧ୍ୟ ଖୁବ୍‌ ମଜା ନେଇଥିଲେ । ତେବେ ଏହାରି ଭିତରେ ବୋନି କପୁର ଏମିତି କିଛି କଥା କହିଲେ ଯାହାଦ୍ୱାରା ସମସ୍ତେ ଗମ୍ଭୀର ହୋଇଯାଇଥିଲେ । ଆଉ ଅଚାନକ ହସ ବନ୍ଦ ହୋଇଯାଇଥିଲା ।

କପିଲ ଶର୍ମା ସୋ’ରେ ବାପା- ଝିଅ ଯୋଡି ଖୁବ୍ ମଜାମସ୍ତି ମୁଡ୍‌ରେ ଥିଲେ । ଏହି ସମୟରେ କଥାକଥାରେ ବୋନି କପୁର କହିଲେ ଆଜିକାଲି କିଛି କଳାକାର ମାତ୍ର ୨୫-୩୦ ଦିନ ମଧ୍ୟରେ ଫିଲ୍ମର ସୁଟିଂ କେମିତି ଶେଷ କରୁଛନ୍ତି କେଜାଣି । ସେମାନ ନିଜର ପୁରା ପ୍ରାପ୍ୟ ନିଅନ୍ତି କିନ୍ତୁ ୨୫-୩୦ ଦିନ ମଧ୍ୟରେ ଫିଲ୍ମ ଶେଷ କରନ୍ତି । ଯାହାଫଳରେ ଫିଲ୍ମ ହିଟ୍‌ ହେବା ବଦଳରେ ଫ୍ଲପ୍‌ ହୋଇଯାଉଛି । ତେବେ ବୋନି କପୁରଙ୍କ ଏହି ବିବୃତ୍ତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସେ ବଲିଉଡ୍‌ର ଖିଲାଡ଼ି କୁମାର ବା ଅକ୍ଷୟ କୁମାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ବୋନି କପୁର ବଲିଉଡ୍‌କୁ ଅନେକ ବ୍ଲକ୍‌ ବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି । ବଲିଉଡ୍‌ର ଜଣେ ନାମି ଦାମୀ ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ । ବଲିଉଡ୍‌କୁ ସେ 'ୱୋ ସାତ ଦିନ୍', 'ମିଷ୍ଟର ଇଣ୍ଡିଆ', 'ହମାରା ଦିଲ ଆପକେ ପାସ ହେ', 'କ୍ୟୁଁ... ହୋ ଗୟା ନା', 'ବେୱଫା', 'ଶକ୍ତି' ଏବଂ 'ପୁକର' ଭଳି ଚଳଚ୍ଚିତ୍ର ଦେଇଛନ୍ତି ।

କପିଲଙ୍କ ସୋ’ରେ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରି ବୋନି କପୁର କହିଛନ୍ତି ଯେ, ବଲିଉଡରେ କିଛି ଅଭିନେତା ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ପ୍ରାପ୍ୟ ନେଇଥାନ୍ତି । କିନ୍ତୁ ୨୫-୩୦ ଦିନ ମଧ୍ୟରେ ଫିଲ୍ମର ସୁଟିଂ ଶେଷ କରନ୍ତି । ତେବେ ଏଠି ବୋନି କପୁର କୌଣସି ଅଭିନେତାଙ୍କ ନାଁ ଧରିନାହାନ୍ତି । ତାଙ୍କର କହିବା କଥା ଯେ, ଆଜିକାଲି ଅଭିନେତାଙ୍କ କାର୍ଯ୍ୟଶୈଳି ଭିନ୍ନ ରହୁଛି । ସେମାନେ ନିଜ ଇଚ୍ଛାରେ ଫିଲ୍ମକୁ ସମୟ ଦେଉଛନ୍ତି । ସେମାନେ ନିଜ ଇଚ୍ଛାରେ କାମ କରୁଛନ୍ତି ।

ଅଭିନେତା ଫିଲ୍ମ ଆରମ୍ଭରୁ ପଚାରୁଛନ୍ତି କେତେ ଦିନର କାମ ? ହିରୋଇନ୍‌ ତାଙ୍କ ଇଚ୍ଛା ଅନୁସାରେ ହେବା ଦରକାର । ସୁଟିଂ ସମୟରେ ତାଙ୍କ ପାଇଁ ଆରମଦାୟକ ସେଟ୍‌ଅପ୍‌ ବି ଆବଶ୍ୟକ । ଯେମିତି କୌଣସି ଅସୁବିଧା ନହେବ । ଖାଲି ସେତିକି ନୁହେଁ ତାଙ୍କ ଇଚ୍ଛା ଅନୁସାରେ ଡାଇରେକ୍ଟର ବି ଦରକାର । ତେବେ ଏଭଳି ପରିସ୍ଥିତିରେ କେମିତି ଗୋଟିଏ ଫିଲ୍ମ ହିଟ୍ ହେବ ବୋଲି ବୋନି କପର ପ୍ରଶ୍ନ କରିଛନ୍ତି । କିନ୍ତୁ ଏଥିପାଇଁ ସେ କୌଣସି ଅଭିନେତାଙ୍କ ନାଁ ଧରିନାହାନ୍ତି । ହେଲେ ତାଙ୍କ କଥାବାର୍ତ୍ତାରୁ ଯାହା ଜଣାପଡ଼ୁଛି ସେ ଅକ୍ଷୟ କୁମାରଙ୍କୁ ହିଁ ଟାର୍ଗେଟ୍‌ କରିଛନ୍ତି ଆଉ ତାଙ୍କ ବିଷୟରେ ହିଁ କହିଛନ୍ତି ।