Advertisment

ଜିମ୍‌ ହେଲା କାଳ: ଚାଲିଗଲା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଜୀବନ

ଜିମ୍‌ ନଉଛି କଳାକାରଙ୍କ ଜୀବନ। ବ୍ୟାୟାମ ବେଳେ ଚାଲିଯାଇଛି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରାଣ ବାୟୁ। ଫିଟ୍‌ନେସ୍ ପ୍ରତି ଥିଲା ରୁଚି। ମାତ୍ର ୪୬ ବର୍ଷରେ ଆରପାରିରୁ ଆସିଲା ଡାକରା।

author-image
Pramod Behera
ଅଦ୍ୟତନ ହୋଇଛି
Tv actor siddhaanth vir surryavanshi dies of heart attack

Tv actor siddhaanth vir surryavanshi dies of heart attack

ଜିମ୍‌ରେ ପୁଣି କଳାକାର ମୃତ୍ୟୁ। ଆଜି ସକାଳେ ବ୍ୟାୟାମ କରୁଥିବା ବେଳେ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ୪୬ ବର୍ଷ ବୟସରେ ଅଭିନେତା ଏ ଦୁନିଆରୁ ବିଦାୟ ନେଇଛନ୍ତି। ନିକଟରେ ଅଭିନେତା ତାଙ୍କ ନାମକୁ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀରେ ପରିବର୍ତ୍ତନ କରିଥିଲେ।

Advertisment

ଜଣାଶୁଣା ଟିଭି ଅଭିନେତା ସିଦ୍ଧାନ୍ତ ତାଙ୍କ ଅଭିନୟ କ୍ୟାରିୟରରେ 'ସୁଫିୟାନା ଇଶ୍କ୍ ମେରା', 'ଜିଦ୍ଦି ଦିଲ୍ ମାନେ ନା', 'ୱାରିସ୍', 'ସାଥ୍ ଫେରେ: ସଲୋନୀ କା ସଫର', କୁସୁମ୍ ଏବଂ 'କସୌଟି ଜିନ୍ଦେ କି' ଭଳି ଅନେକ ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରିଛନ୍ତି।

ଏହିସବୁ ଶୋ’ରେ ସେ ଏମିତି କିଛି ଚରିତ୍ରରେ ଅଭିନୟ କରିଛନ୍ତି ଯାହା ଲୋକଙ୍କ ମନରୁ କେବେ ବି ଲିଭିବନି। ତାଙ୍କୁ ଶେଷ ଥର ପାଇଁ ଜି ଟିଭିର ଛୋଟ ପରଦା ‘କ୍ୟୁଁ ରିସ୍ତେ ମେ କଟ୍ଟି ବଟ୍ଟୀ’ରେ ଦେଖିବାକୁ ମିଳିଥିଲା। 'କୁସୁମ୍', 'ୱାରିସ୍' ଏବଂ 'ସୂର୍ଯ୍ୟପୁତ୍ର କରଣ'ରେ ତାଙ୍କର ଭୂମିକା ପାଇଁ ସେ ଘରେ ଘରେ ପରିଚିତ।

Advertisment

ନିକଟରେ କରିଥିଲେ ନାଁ ପରିବର୍ତ୍ତନ:

ଟିଭି ଦୁନିଆରେ ଲୋକମାନେ ତାଙ୍କୁ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଭାବେ ଜାଣିଥିଲେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ତାଙ୍କ ପ୍ରକୃତ ନାମ ଆନନ୍ଦ ସୂର୍ଯ୍ୟବଂଶୀ ବୋଲି। ଏହି ନାଁରେ ସେ ପୂର୍ବରୁ ପରିଚିତ ଥିଲେ। ନିକଟରେ ସେ ତାଙ୍କ ନାମକୁ ପରିବର୍ତ୍ତନ କରିଥିଲେ। ସିଦ୍ଧାନ୍ତ ୧୫ ଡିସେମ୍ବର ୧୯୭୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।

ବ୍ୟକ୍ତିଗତ ଜୀବନ:

ରିଲ୍ ଲାଇଫ୍ ସହିତ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚିତ ଥିଲେ। ସିଦ୍ଧାନ୍ତ ଦୁଇଟି ବିବାହ କରିଥିଲେ। ସେ ୨୦୦୧ ରେ ପ୍ରଥମେ ଇରା ସୂର୍ଯ୍ୟବଂଶୀଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ ମସିହାରେ, ସେମାନଙ୍କର ଛାଡପତ୍ର ହୋଇଥିଲା। ଏହା ପରେ ସିଦ୍ଧାନ୍ତ ସୁପର୍‌ମଡେଲ୍‌ ଅଲିସା ରାଓତଙ୍କୁ ୨୩ ନଭେମ୍ବର ୨୦୧୭ରେ ମୁମ୍ବାଇର ଏକ ମନ୍ଦିରରେ ନିରାଡ଼ମ୍ବର ଭବେ ବିବାହ କରିଥିଲେ।

ପିଲାଦିନରୁ ସିଦ୍ଧାନ୍ତୁଙ୍କ ଅଭିନୟରେ ରୁଚି ଥିଲା। ସେ ଦୀର୍ଘ ଦିନ ଧରି ଥିଏଟର ସହିତ ଜଡିତ ଥିଲେ। ୨୦୦୧ ମସିହାରେ ସେ ଜଣାଶୁଣା ସିରିଏଲ୍ 'କୁସୁମ୍' ମାଧ୍ୟମରେ ଟିଭିରେ ତାଙ୍କର ଅଭିନୟ ଦକ୍ଷତା ଦେଖେଇବାର ସୁଯୋଗ ପାଇଲେ। ସେ ଏହି ସିରିଏଲରେ ଅଭିନୟ କରିଥିବା ଗୌତମଙ୍କ ଚରିତ୍ରକୁ ଲୋକମାନେ ଖୁବ ପସନ୍ଦ କରିଥିଲେ।

ଏହି ଶୋ’ ପରେ ତାଙ୍କ ଅଭିନୟ ଯାତ୍ରା ଆଗକୁ ବଢିଚାଲିଲା। ପରେ ତାଙ୍କ କ୍ୟାରିଅରରେ ସେ ଅନେକ ଟିଭି ଶୋ’ରେ କାମ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

Bollywood Heart Attack
Advertisment
Advertisment