Advertisment

ଏମିତି କ’ଣ କଲେ ୩ ମାସରେ ୧୬ କେଜି କମିଗଲେ ଆଲିଆ ଭଟ୍ଟ

ଓଭରୱେଟ୍ ଯୋଗୁଁ ଆଲିଆଙ୍କୁ ହେବାକୁ ପଡିଥିଲା ଲଜ୍ଜିତ। ଓଜନ ଥିଲା ୬୮ କିଲୋଗ୍ରାମ। ଏମିତି କ’ଣ କଲେ ଯେ ମାତ୍ର ୩ ଦିନରେ କମେଇଦେଲେ ୧୬ କେଜି। ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Alia Bhatt's Weight Loss Journey

How did Alia Bhatt lose 16 kg in 3 months

ଆଜିକାଲି ଓଭର୍‌ୱେଟ୍ ଯୁବପିଢିଙ୍କ ଚିନ୍ତାର କାରଣ ହୋଇଛି। ସେମାନଙ୍କ ଏହି ଓଜନ ବୃଦ୍ଧି ପାଇଁ ବର୍ଷ ବର୍ଷ ଲାଗିଥିଲେ ବି ସେମାନେ ଏହାକୁ ହଠାତ କମେଇବାକୁ ଚାହୁଁଛନ୍ତି। ଖାଲି ଓଜନ କମେଇବା ନୁହେଁ ସେମାନେ ଭିତରୁ ମଧ୍ୟ ଏକ ସୁସ୍ଥ ଶରୀର ପାଇବାକୁ ଚାହୁଁଛନ୍ତି।

Advertisment

ଯୁବକଙ୍କ ହୃଦୟର ଧଡକନ୍ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଅଭିନୟ ତଥା ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍‌ ପାଇଁ ଜଣାଶୁଣା। ୨୯ ବର୍ଷୀୟା ଅଭିନେତ୍ରୀ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ଆଲିଆ ତାଙ୍କ ଓଜନ ୧୬ କିଲୋଗ୍ରାମ କମେଇଥିଲେ। ଏକଦା ଓଭରୱେଟ୍ ଥିବା ଆଲିଆ ମାତ୍ର ତିନି ମାସ ମଧ୍ୟରେ ତାଙ୍କ ଓଜନ କମେଇ ଦେଇଥିଲେ।

ଅଧିକ ପଢ଼ନ୍ତୁ: 'ବ୍ରହ୍ମାସ୍ତ୍ର'ରେ ଗୋଟିଏ ଡାଏଲଗ୍ ପାଇଁ ଆଲିଆ ଭଟ୍ଟଙ୍କୁ ଟ୍ରୋଲ୍‌

Advertisment

ଏକ ଚିନ୍ତାଧାରା ସହିତ ଆରମ୍ଭ:

ପରଫେକ୍ଟ ଫିଗର ପାଇବା ପାଇଁ ଆଲିଆ ଭଟ୍ଟ କଠିନ ପରିଶ୍ରମ କରିଛନ୍ତି। ଆରମ୍ଭରୁ ସେ କେବଳ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ଯେତେବେଳେ ସେ ତାଙ୍କର ପ୍ରଥମ ଫିଲ୍ମରେ ସାଇନ୍ କରିଥିଲେ ସେତେବେଳେ ତାଙ୍କ ଓଜନ ୬୮ କିଲୋଗ୍ରାମ ଥିଲା।

ତାଙ୍କ ବୟସ ଏବଂ ଉଚ୍ଚତା ଅନୁଯାୟୀ ଆଲିଆ ପ୍ରାୟ ୨୦ କିଲୋଗ୍ରାମ ଅଧିକ ଓଜନ ଥିଲେ। ଏକ ସାକ୍ଷାତକାରରେ ଆଲିଆ କହିଥିଲେ ଯେ ଯେତେବେଳେ ସେ ତାଙ୍କର ପ୍ରଥମ ଫିଲ୍ମ ପାଇଁ ଅଡିସନ୍‌କୁ ଯାଇଥିଲେ, ସେତେବେଳେ ସେ ୫୦୦ ଝିଅଙ୍କ ମଧ୍ୟରେ ନିଜକୁ ଲଜ୍ଜିତ ଅନୁଭବ କରୁଥିଲେ। ଏହା ପରେ ସ୍ଥିର କଲେ ଯେ ସେ ପ୍ରଥମେ ଓଜନ କମେଇବେ ଆଉ ତା’ ପରେ କୌଣସି ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯିବେ।

ଏହିପରି ଏକ ଡାଏଟ୍ ଅନୁସରଣ କଲେ:

ଓଜନ କମେଇବା ପାଇଁ ଆଲିଆ ଖାଦ୍ୟରେ ସମସ୍ତ ଜୈବିକ ଏବଂ ସୁସ୍ଥ ଖାଦ୍ୟକୁ ସାମିଲ କଲେ। ପୂର୍ବରୁ ସେ ମିଠାକୁ ବହୁତ ପସନ୍ଦ କରୁଥିଲେ, କିନ୍ତୁ ଓଜନ କମେଇବା ପାଇଁ ସେ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସାହାଯ୍ୟ ନେଲେ। ଏହା ପରେ ସେ ନିଜ ପସନ୍ଦର ସବୁ ଖାଦ୍ୟରୁ ଦୂରେଇ ରହିଲେ। କେବଳ ପନିପରିବା ଏବଂ ଚିକେନ୍ ଖାଇଲେ।

ୱାର୍କ ଆଉଟ୍ ରୁଟିନ୍:

ତାଙ୍କ ଓଜନ ନିୟନ୍ତ୍ରଣ ପାଇବାକୁ, ସେ ତାଙ୍କ ବ୍ୟାୟାମରେ ସବୁଦିନ କାର୍ଡିଓ, ରନିଙ୍ଗ୍‌ ଏବଂ କିକ୍ ବକ୍ସିଂକୁ ସାମିଲ କଲେ। ଆହୁରି ମଧ୍ୟ, ଆଲିଆ ଫିଟ୍ ରହିବା ପାଇଁ ପାଇଲେଟ୍ସ, ଯୋଗ, ଓଜନ ପ୍ରଶିକ୍ଷଣ ଏବଂ ନୃତ୍ୟକୁ ସାମିଲ କଲେ।

ଦିନକୁ ୫ରୁ ୮ ଥର ଖାଇଲେ:

ଆଲିଆ ଭଟ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ ଦିନକୁ ୩ଟି ବଡ଼ ଭୋଜନ କରିବା ପରିବର୍ତ୍ତେ ସେ ଅଳ୍ପ ଅଳ୍ପ କରି ଦିନକୁ ୬ ରୁ ୮ ଥର ଖାଇଲେ। ଏହି କାରଣରୁ ତାଙ୍କର ମେଟାବୋଲିଜିମ୍‌ରେ ଉନ୍ନତି ଆସିଲା ଏବଂ ଖାଦ୍ୟର ଲୋଭ ରହିଲା ନାହିଁ।

ସକାଳ ରୁଟିନ୍:

ସକାଳେ ଉଠିବା ପରେ ଆଲିଆ ମୋବାଇଲ୍ ଠାରୁ ନିଜକୁ ଦୂରେଇ ରଖନ୍ତି, ସେ ନିଜକୁ ଅପ୍‌ଡେଟ୍ ରଖିବା ପାଇଁ ଖବରକାଗଜ ପଢନ୍ତି। ଆଲିଆ ତାଙ୍କ ସକାଳକୁ ଲେମ୍ବୁ ରସରୁ ଆରମ୍ଭ କରିବା ସହିତ ପୋହା, ଅଣ୍ଡା, ଏବଂ ସ୍ୟାଣ୍ଡ୍‌ୱିଚ୍‌କୁ ବ୍ରେକ୍‌ଫାଷ୍ଟ ଭାବେ ଖାଆନ୍ତି।

Bollywood Alia Bhatt
Advertisment
Advertisment