• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୮୦ ବର୍ଷରେ ବିଗ୍‌ ବି ଆମିତାଭଙ୍କ ପିଲାଳିଆମି । ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଅମିତାଭଙ୍କ ପିଲାଳିଆମି ଫଟୋ । ଯାହାଫଳରେ ଏବେ ସେହି ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ମେମ୍‌ କରି ୟୁଜର୍ସ କରୁଛନ୍ତି ଟ୍ରୋଲ । ତେବେ ଆମେ ଏହାକୁ ପ୍ରକୃତରେ ଟ୍ରୋଲ ନକହି, କହିପାରିବା ଯେ ଲୋକେ ଅମିତାଭଙ୍କ ଏହି ପିଲାଳିଆମି ପୋଷ୍ଟ୍‌ର ଖୁବ୍‌ ମଜା ନେଇଛନ୍ତି । ତାଙ୍କର ଏହି ପୋଷ୍ଟ ପାଇଁ ୟୁଜର୍ସମାନେ ଖୁବ୍‌ ଏଣ୍ଟରଟେନ୍‌ ହୋଇଛନ୍ତି ।

ଅମିତାଭ ରବିବାର ଏକ ବ୍ଲୁ ରଙ୍ଗର ଡ୍ରେସ୍‌ ପିନ୍ଧି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନିଜର ଜିଭ ବାହାର କରିଥିବା ଦେଖାଯାଇଛି । ତେବେ ତାଙ୍କର ଏଭଳି ପୋଷ୍ଟ ଦେଖିବା ପରେ ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସଙ୍କୁ ଏକ ମନୋରଞ୍ଜନର ଖୋରାକ ମିଳିଯାଇଛି । କାରଣ ଏଥିରେ ସେ ଲେଖିଛନ୍ତି ଜିଭ କେବଳ କଥା କହିବା ପାଇଁ ନୁହେଁ ବରଂ ଅନେକ କଛି କାମ ଏଥିରେ କରିହେବ ।

ତେବେ ବିଗ୍‌ ବିଙ୍କ ଏହି ପୋଷ୍ଟ ଦେଖିବା ପରେ କିଛି ୟୁଜର୍ସ ଲେଖିଛନ୍ତି, ଅମିତାଭ ଜି ଏଇ ବୟସରେ ଏମିତି କରିବା ଆପଣଙ୍କୁ ଶୋଭା ପାଉନି । ଆଉ ଜଣେ ଲେଖିଛନ୍ତି, ନଟି ଅମିତାଭ ଜି । ଆଉ ଜଣେ ଲେଖିଛନ୍ତି, ସାର୍‌ ଆପଣ ଏମିତି କେମିତି ଖରାପ କଥା ଗୁଡ଼ା କହିପାରୁଛନ୍ତି । ଆଉ ଜଣେ ଲେଖିଛନ୍ତି, ଘୋର କଳି ଯୁଗ ଚାଲିଛି । ଆଉ ଜଣେ ଲେଖିଛନ୍ତି, ୟାର୍‌ ବଚ୍ଚନ ଜି ଏଇ ବୟସରେ ଏମିତି ସବୁ କ’ଣ କରୁଛନ୍ତି ଯେ ।