• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲିଉଡ୍‌ର ବାଦଶାହ୍‌ ଶାହରୁଖ୍‌ଙ୍କ ଆଜି ୫୭ତମ ଜନ୍ମଦିନ । ଏହି ଅବସରରେ ଆଜି ରିଲିଜ୍‌ ହୋଇଛି  ଶାହାରୁଖ ଖାନ ଙ୍କ ଅପ୍‌କମିଙ୍ଗ ଫିଲ୍ମ ପଠାନ୍‌ର ଟିଜର୍‌ । ୪ ବର୍ଷ ଧରି ଶାହରୁଖ୍‌ଙ୍କ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମନରେ ନାହିଁ ନଥିବା ଉତ୍ସାହ । ୨୦୨୩ ଶାହରୁଖ୍‌ଙ୍କ କ୍ୟାରିଅର ଏବଂ ବଲିଉଡ୍‌କୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିବ ବୋଲି ଆଶା କରାଯାଉଛି ।

ଶାହାରୁଖ୍‌ଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଥିବା ‘ପଠାନ’ ଫିଲ୍ମର ଟିଜର୍‌ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ୪ ବର୍ଷ ପରେ ଫିଲ୍ମର ମୁଖ୍ୟ ଭୂମିକାରେ ଏଣ୍ଟ୍ରି ମାରୁଛନ୍ତି କିଙ୍ଗଖାନ୍‌ ଶାହରୁଖ୍‌ । ୟଶରାଜ୍‌ ବ୍ୟାନର୍‌ର ଏହି ଫିଲ୍ମ ଟିଜର୍‌ରେ ଫୁଲ୍‌ ଅଫ୍‌ ଆକ୍ସନ, ସସପେନ୍ସ ଓ ଶାହାରୁଖ୍‌ଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ଫିଲ୍ମରେ ଶାହରୁଖ୍‌ଙ୍କ ବ୍ୟତିତ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ଜନ୍‌ ଆବ୍ରାହମ୍‌ ମଧ୍ୟ ଦମଦାର ଆକ୍ଟିଂ କରିଛନ୍ତି ।

ଫିଲ୍ମର ଟିଜର୍‌କୁ ଶାହାରୁଖ୍‌ ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ ଆପଣମାନେ ନିଜ ନିଜର ସିଟ୍‌ ବେଲ୍ଟ ବାନ୍ଧି ନିଅନ୍ତୁ। ପଠାନ୍‌ର ଟିଜର୍‌ ଏବେ ଆପଣଙ୍କ ସାମ୍ନାରେ! ଆପଣମାନେ ୨୫ ଜାନୁଆରୀରେ ନିଜର ନିକଟତର ଫିଲ୍ମ ହଲ୍‌କୁ ଯାଇ ଫିଲ୍ମକୁ ଦେଖନ୍ତୁ’ ।

 

ଫିଲ୍ମଟି ହିନ୍ଦୀ ଭାଷା ବ୍ୟତିତ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍‌ ହେବ । ଟିଜର୍‌ ରିଲିଜ୍‌ ହେବା ପରେ ଫ୍ୟାନ୍ସଙ୍କ ମନରେ ବେଶ୍‌ ଉତ୍ସାହ । ଟିଜର୍‌ଟି ବର୍ତ୍ତମାନ ଯାଏଁ ସମସ୍ତଙ୍କ ହୃଦୟ ଜିତିପାରିଛି । ଫିଲ୍ମଟି ଏବର୍ଷର ସୁପରହିଟ୍‌ ଫିଲ୍ମ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ମଧ୍ୟ ବହୁବାର ଶାହାରୁଖ୍‌ ଦୀପିକା ଏକାଠି ସ୍କ୍ରିନ୍‌ ସେୟାର କରିସାରିଛନ୍ତି ଏବଂ ଦର୍ଶକ ମଧ୍ୟ ଏହି ଯୋଡ଼ିକୁ ବେଶ୍‌ ଭଲ ପାଇବା ଦେଇଛନ୍ତି । ଫିଲ୍ମରେ ଆଉ ଏକ ସସପେନ୍ସ ରହିଛି ଯେ, ସୁପରଷ୍ଟାର ସଲମାନ ଖାନ୍‌ ଫିଲ୍ମରେ କାମିଓରେ ରହିଛନ୍ତି ।