• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରଚାର ବେଳେ ଭର୍ଚୁଆଲ ରାଲିରେ ଧାମନଗରବାସୀଙ୍କ ଦାୟିତ୍ୱ ନେବା କଥା କହିଥିଲେ । ଏବେ ସମୟ ଆସିଛି ଦାୟିତ୍ୱ ନିଅନ୍ତୁ । ଆଜି କିଛି ଏଭଳି ଭାବେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ନବନିର୍ବାଚିତ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଏସ୍ଏଚ୍‌ଜି ଗ୍ରୁପର ମାଆଙ୍କୁ ଅନ୍ୟ ଦଳର ନେତା ମାନେ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରିଛନ୍ତି । ହେଲେ ଆମେ ସେମାନଙ୍କ ଆୟ ବଢ଼ାଇବା ପାଇଁ କାମ କରିବୁ ବୋଲି ସେ କହିଛନ୍ତି । ବାପା ବିଷ୍ଣୁ ସେଠୀଙ୍କୁ ମନେ ପକାଇଛନ୍ତି ସୂର୍ଯ୍ୟ ା ବାପା ଥିବା ଦୁନିଆ ଓ ବାପା ଛାଡ଼ିକି ଯିବା ଦୁନିଆ ଭିନ୍ନ । ବାପା ଛାଡ଼ି ଯାଇଥିବା ବିଶାଳ ଧାମନଗର ପରିବାରକୁ ସମ୍ଭାଳିବା ଦାୟିତ୍ୱ ଏବେ ମୋର । ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ ।

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରରୁ ରାଜନେତା; ବାପାଙ୍କ ରାସ୍ତାରେ ଆଗେଇଲା ପୁଅ

ଅନ୍ୟପଟେ ଆଜି ଧାମନଗରରେ ବିଜୟ ଶୋଭାଯାତ୍ରା ବାହାର କରିଛି ବିଜେପି । ଯେଉଁମାନେ ଦଳ ଉପରେ ବିଶ୍ୱାସ ରଖି ଭୋଟ୍ ଦେଇଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି ସୂର୍ଯ୍ୟବଂଶୀ ସୂରଜ । 

ତେବେ କାହିଁକି ଧାମନଗରରେ ମାଟି କାମୁଡ଼ିଲା ବିଜେଡି ? କଣ ପାଇଁ ଦଳର ପରାଜୟ ହେଲା ? ଏସବୁର ଏବେ ସମୀକ୍ଷା କରୁଛି ବିଜେଡି । ନିକଟରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିବାରୁ ବିଜେପି ପ୍ରତି ଲୋକଙ୍କ ସହାନୁଭୂତି ଥିଲା । ତଥାପି ଦଳର ପରାଜୟକୁ ନେଇ ଦଳ ସମୀକ୍ଷା କରିବ ବୋଲି କହିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର ।

ସେପଟେ ଧାମନଗର ବିଜୟ ପରେ ନିର୍ବାଚନ ରଣନୀତିକୁ ନେଇ କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଛି ବିଜେପି । ଲୋକଙ୍କୁ ଧମକ ଚମକ ଦେବା ସହ ବ୍ୟାପକ ଟଙ୍କା ବାଣ୍ଟିଥିଲା ଦଳ । ଏସବୁରେ ଫେଲ୍ ମାରିବା ପରେ ବିଜେଡି ଏପରି କହୁଛି । ଗତକାଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ସେସବୁ ଆଉ କିଏ ତାଙ୍କୁ ପଛରୁ କହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର ସୀମା ପାର କରିବା ପରେ ଲୋକେ ବିଜେଡିକୁ ପ୍ରତ୍ୟାଖାନ କରିଛନ୍ତି । ରାଜେନ୍ଦ୍ର ଦାସଙ୍କ ଭଳି ୧୪୭ ବିଧାନସଭା ଆସନରେ ବିଜେଡିକୁ ବିରୋଧ ହେବ ବୋଲି ଦୋହରାଇଛନ୍ତି ପୃଥ୍ୱୀ । ସେପଟେ ବିଜେଡିରେ ଫାଟ ହେଲା ବୋଲି ବିଜେପି ଏହାର ସୁଯୋଗ ଉଠାଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ।