Advertisment

'ବାଦାମ ବିକିବାକୁ ସମୟ ନାହିଁ, ଲୋକ ଶୁଣିବାକୁ ଚାହୁଁଛନ୍ତି ମୋ ନୂଆ ଗୀତ'

ବାଦାମ ବିକିବାକୁ ଏବେ ମୋ ପାଖରେ ସମୟ ନାହିଁ ବୋଲି ବାଦ୍ୟକାର କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Bhuban Badyakar

Bhuban Badyakar

କଚା ବାଦାମର ଗାୟକଙ୍କ ଆସୁଛି ଆଉ ଏ ନୂଆ ଆଲବମ୍‌। ବହୁଚର୍ଚ୍ଚିତ କଚା ବାଦାମ ସିଙ୍ଗର ଭୁବନ ବାଦ୍ୟକାର ଙ୍କ ଆସୁଛି ଆଉ ଏକ ଆଲବମ୍‌। କଚା ବାଦାମ ଗୀତ ଗାଇ ରାତାରାତି ଇଣ୍ଟରନେଟ୍‌ରେ ସେନ୍‌ସେସନ୍ ପାଲଟିଯାଇଥିଲେ ଭୁବନ ବାଦ୍ୟକାର। ତାଙ୍କର ଗୀତ ମିଲିୟନ ମିଲିୟନ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। କେବଳ ସେତିକି ନୁହେଁ ତାଙ୍କ ଗୀତରେ ବଲିଉଡ୍‌ର କଳାକାର ମଧ୍ୟ ଡ୍ୟାନ୍ସ କରୁଥିବା ନଜରକୁ ଆସିଥିଲେ। ଏପରିକି ଏହି ଗୀତର ଟ୍ରେଣ୍ଡିଂ ଏଭଳି ଥିଲା ଯେ ଯୁବପିଢିମାନେ ଏହି ଗୀତରେ ଡ୍ୟାନ୍ସ କରି ସୋସିଆଲ ମିଡିଆ ରେ ସେୟାର କରିଥିଲେ। 

Advertisment

ଅଧିକ ପଢ଼ନ୍ତୁ: କଚାବାଦାମ ଗୀତିକାର ଭୁବନ ବାଦ୍ୟକାରଙ୍କୁ ଚାକିରି ଦେଲା ରେଲୱେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ..

ତେବେ ଏହାରି ଭିତରେ ପୁଣି ଭୁବନ ବାଦ୍ୟକାରଙ୍କ ଆସୁଛି ଆଉ ଏକ ଆଲବମ୍‌। ଏହି ଆଲବମ୍‌ରେ ଅତି କମ୍‌ରେ ୩ଟି ଗୀତ ରହିଛି। ଏହି ଗୀତ ମଧ୍ୟରୁ ଗୋଟିଏ ଗୀତ ତାଙ୍କର ଜୀବନ ଶୈଳୀକୁ ନେଇ ଗାଇଛନ୍ତି। ''ଏଖନ ଆମି ବେଚି ନା ବାଦାମ''(ମୁଁ ଏବେ ଆଉ ବାଦାମ ବିକୁନି)

Advertisment

ବାଦ୍ୟକାର ଆଜ୍‌ ତକ୍‌କୁ ପ୍ରତିକ୍ରିୟାରେ କହିଛନ୍ତି ଯେ ବାଦାମ ବିକିବାକୁ ଏବେ ମୋ ପାଖରେ ସମୟ ନାହିଁ। ମୋ ଗୀତ ହିଁ ମୋ ଜୀବନର ପ୍ରତିବିମ୍ବ ହୋଇଛି। ‘Hoyeche gari, hoyeche bari, chari dike narigoto shundori’ ( ମୋ ପାଖରେ ଏବେ କାର୍‌ ଅଛି, ଘର ଅଛି, ସୁନ୍ଦରୀ ମହିଳାଙ୍କ ଗହଣରେ ରହୁଛି)। ଏହା ହିଁ ମୋ ଜୀବନର ସତ, ଯାହାକୁ ଏଇ ଗୀତରେ ଗାଇଥିବା ସେ କହିଛନ୍ତି। 

ବାଦ୍ୟକାର ନିଜକୁ ସେ ସେଲିବ୍ରିଟି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଲୋକେ ମୋ ଗୀତ ଗୀତ ଶଣିବାକୁ ଚାହୁଁଛନ୍ତି ଓ ମୋର ନୂଆ ପ୍ରୋଜେକ୍ଟକୁ ଗ୍ରହଣ କରିଛନ୍ତି। ବାଦ୍ୟକର ଏବେ ବେଙ୍ଗଲର ବିଭିନ୍ନରେ ଥିଏଟର୍‌ରେ ଗୀତ ଗାଉଛନ୍ତି। ପ୍ରକାଶଥାଉକି ବାଦ୍ୟକାର ଗତ ଦଶହରା ବେଳେ ସେ ଷ୍ଟୁଡିଓରେ ଆଲବମ୍‌ ରେକର୍ଡିଂ କରାଯାଇଥିଲା। ଯାହା ଖୁବ୍ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। 

ବାଦ୍ୟକାର ରାସ୍ତା କଡ଼ରେ ବୁଲି ବୁଲି ବାଦାମ ବିକ୍ରି କରୁଥିବା ସମୟରେ କଚା ବାଦାମ ଗୀତ ଗାଇଥିଲେ। କେହି ଜଣେ ଏହାକୁ ଏହାକୁ ରେକର୍ଡିଂ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିବା ପରେ ଏହା ବେଶ୍ ଭାଇରାଲ ହୋଇଥିଲା। ସେ ଏହି ଗୀତ ପାଇଁ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଗତ ଜୁନରେ ବାଦ୍ୟକାରଙ୍କ ଆଲବମ୍‌ ''ହୋବେ ନାକି ବୋଉ'', ଯାହା ମାତ୍ର ୨ ଦିନରେ ୧.୪ ଲକ୍ଷ ଭ୍ୟୁଜ୍‌ ହୋଇଥିଲା।  

Bhuban Badyakar
Advertisment
Advertisment