Advertisment

୬୫ କୋଟି ଟଙ୍କା ଦେଇ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଲେ ଜାହ୍ନଭୀ

ଜାହ୍ନଭୀ କପୁର ଫିଲ୍ମ ଦୁନିଆରେ ଏତେ ସଫଳତା ପାଇ ନଥିଲେ ବି ୬୫ କୋଟି ଟଙ୍କା ଦେଇ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଲୋକେ ଏହାକୁ ସହଜରେ ହଜମ କରିପାରୁ ନାହାଁନ୍ତି। 'ଫ୍ଲପ୍ ଫିଲ୍ମ ବିଳାସପୂର୍ଣ୍ଣ ଘର ଦେଉଛି’ ବୋଲି ଜଣେ ଲେଖି ଟ୍ରୋଲ୍ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Janhvi Kapoor Buys Duplex Apartment

Janhvi Kapoor buys duplex apartment of worth rupees 65 crore

ବଲିଉଡ୍‌ ର ଚୁଲ୍‌ବୁଲି ନାୟିକା ଜାହ୍ନଭୀ କପୁର ନିଜକୁ ଏମିତି ଏକ ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୬୫ କୋଟି ଟଙ୍କା। ସେ ବାନ୍ଦ୍ରାଠାରେ ଏହି ମୂଲ୍ୟର ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଖବର ଆସିବା ଦିନଠାରୁ ଲୋକମାନେ ତାଙ୍କ ବ୍ୟାଙ୍କ ବାଲାନ୍ସକୁ ନେଇ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।

Advertisment

ଯଦି ଜାହ୍ନଭୀ କପୁରଙ୍କ ଚଳଚ୍ଚିତ୍ରର ସଫଳତାର ଗ୍ରାଫ୍‌କୁ ଦେଖାଯାଏ, ତେବେ ସେତେ ଖାସ୍ ନଥିବା ଦେଖାଯାଏ। କିନ୍ତୁ ଏହାରି ଭିତରେ ଆପାର୍ଟମେଣ୍ଟ କିଣିବା ଖବର ସାମ୍ନାକୁ ଆସିବା ପରଠାରୁ ଲୋକମାନେ ଏହାକୁ ହଜମ କରିପାରୁ ନାହାଁନ୍ତି। ଲୋକମାନେ ସୋସିଆଲ ମିଡିଆ ରେ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ବାଣ ଛାଡିଛନ୍ତି।

ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭୟାନୀ ଜାହ୍ନଭୀ କପୁର ଘର କିଣିବା କଥା ସୂଚନା ଦେଇଛନ୍ତି। ସେ ଜାହ୍ନଭୀଙ୍କ ଫଟୋ ସହିତ ସୂଚନା ଦେଇ କହିଛନ୍ତି ଯେ ଜାହ୍ନଭୀ ତାଙ୍କର ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଉଣୀ ଖୁସି ଏବଂ ବାପା ବୋନି କପୁରଙ୍କ ସହ କିଣିଛନ୍ତି।

Advertisment

ସେ ଲେଖିଛନ୍ତି, 'ଏହି ଡୁପ୍ଲେକ୍ସ ୬୪୨୧ ବର୍ଗଫୁଟ କାର୍ପେଟ କ୍ଷେତ୍ର ସହିତ ୮,୬୬୯ ବର୍ଗଫୁଟ ଉପରେ ବ୍ୟାପିଛି। ଏହି ସୂଚନା ଏକ ରିଏଲ୍ ଇଷ୍ଟେଟ୍ ପୋର୍ଟାଲର ଡକ୍ୟୁମେଣ୍ଟ୍ ଅନୁଯାୟୀ ହୋଇଛି। ଏହି ସମ୍ପତ୍ତିର ପଞ୍ଜୀକରଣ ଅକ୍ଟୋବର ୧୨ରେ କରାଯାଇଥିଲା। ଏଥିସହ ଜାହ୍ନବୀ ଷ୍ଟାମ୍ପ୍‌ ଡ୍ୟୁଟି ଭାବରେ ୩.୯୦ କୋଟି ଟଙ୍କା ଜମା କରିଛନ୍ତି।’

ବିରଲ ଦେଇଥିବା ସୂଚନାରେ ଏହା ମଧ୍ୟ କୁହାଯାଇଛି ଯେ ଜାହ୍ନଭୀ ଜୁହୁରେ ଥିବା ତାଙ୍କ ୩,୪୫୬ ବର୍ଗଫୁଟ ଆପାର୍ଟମେଣ୍ଟକୁ ରାଜକୁମାର ରାଓଙ୍କୁ ୪୪ କୋଟିରେ ବିକ୍ରି କରିଥିଲେ। ଏହି ଖବର ପରେ ଲୋକେ ଜାହ୍ନଭୀଙ୍କ ବିଷୟରେ ଅନେକ କଥା କହିବା ଆରମ୍ଭ କରିଛନ୍ତି।

ଜଣେ ସୋସିଆଲ୍ ମିଡିଆରେ ଲେଖିଛନ୍ତି, 'ଫ୍ଲପ୍ ଫିଲ୍ମ ବିଳାସପୂର୍ଣ୍ଣ ଘର ଦେଉଛି।' ଆଉ ଜଣେ ଲେଖିଛନ୍ତି, 'ବାପାଙ୍କର ଟଙ୍କା ଅଛି, କିଛି ବି କରିପାରିବେ।’ ଏହାରି ଭିତରେ ଆଉ ଜଣେ ଜାହ୍ନଭୀଙ୍କୁ ପ୍ରଶ୍ନ ପଚାରିଛନ୍ତି, 'ଆପଣ ବର୍ଷକୁ କେତେ ଫିଲ୍ମ କରନ୍ତି? ଆପଣ କ’ଣ ସଲମାନ?’

କିଛି ଦିନ ପୂର୍ବରୁ ଏମିତି ଏକ କଥା ସାମ୍ନାକୁ ଆସିଥିଲା ଯେ ବୋନୀ କପୁର ଟଙ୍କା ଦେଇ ଜାହ୍ନଭୀଙ୍କୁ ଫିଲ୍ମ ଦିଆଉଛନ୍ତି।

Bollywood Janhvi Kapoor
Advertisment
Advertisment