Advertisment

ବଲିଉଡ୍‌କୁ ନା କଲେ 'କାନ୍ତାରା' ଷ୍ଟାର୍‌ ଋଷଭ ଶେଟ୍ଟୀ

ବଲିଉଡ୍‌ ଅଫର୍ ପାଇଁ ପ୍ରତ୍ୟାଖ୍ୟାନ କଲେ କନ୍ନଡ ଷ୍ଟାର୍ ଋଷଭ ଶେଟ୍ଟୀ। ସେ ବଲିଉଡ୍‌ରେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ବଲିଉଡ୍ ଷ୍ଟାର୍‌ଙ୍କୁ ନେଇ ସେ କ’ଣ କହିଛନ୍ତି।

author-image
Pramod Behera
Rishab shetty got offers from bollywood and said not want to make films

Rishab shetty got offers from bollywood and said not want to make films

କନ୍ନଡ ସିନେମା 'କାନ୍ତାରା'ର ବକ୍ସ ଅଫିସରେ ‘ଛୋଟ ପ୍ୟାକେଟ୍ ଏକ ବଡ ଧମାକା’ ବୋଲି ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ମାତ୍ର ୧୫ କୋଟି ବଜେଟରେ ନିର୍ମିତ ହୋଇଥିଲା କିନ୍ତୁ ଏହା ରୋଜଗାରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।| 'କାନ୍ତାରା'ରେ ଋଷଭ ଶେଟ୍ଟୀ ଅଭିନୟ ସମସ୍ତଙ୍କୁ ବିମୋହିତ କରିଛି। ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

Advertisment

ଏଥି ସହିତ ବର୍ତ୍ତମାନ 'କାନ୍ତାରା'ର ସଫଳତା ପରେ ଋଷଭ ଶେଟ୍ଟୀ ମଧ୍ୟ ବଲିଉଡରୁ ଅଫର ପାଇବା ଆରମ୍ଭ କରିଛନ୍ତି, ଯାହା ଅଭିନେତା ନିଜେ ପ୍ରକାଶ କରିଛନ୍ତି। ଏହି ଅଫରଗୁଡିକୁ ନେଇ ଅଭିନେତା କିପରି ପ୍ରତିକ୍ରିୟା କରିଛନ୍ତି ସେ ତାଙ୍କର ଏକ ସାକ୍ଷାତକାରରେ ଏ ବିଷୟରେ କହିଛନ୍ତି।

ସାକ୍ଷାତକାରରେ ଋଷଭ ଶେଟ୍ଟୀ ତାଙ୍କ ଆଗାମୀ ଯୋଜନାକୁ ନେଇ ଆଲୋଚନା କରିଛନ୍ତି ଏବଂ ସେ ବଲିଉଡକୁ ଆସିବାକୁ ଚାହୁଁଛନ୍ତି କି ନାହିଁ ବୋଲି କହିଛନ୍ତି। ସେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି। ବଲିଉଡରେ ତାଙ୍କର ପ୍ରବେଶକୁ ନେଇ ପଚରାଯିବାରୁ ସେ କହିଛନ୍ତି ଯେ “ମୋତେ ବଲିଉଡ ନିର୍ମାତାଙ୍କଠାରୁ ଅଫର ମିଳୁଛି କିନ୍ତୁ ବର୍ତ୍ତମାନ ମୁଁ କେବଳ କନ୍ନଡରେ ଫିଲ୍ମ କରିବାକୁ ଚାହୁଁଛି। ମୁଁ ମିଷ୍ଟର ବଚ୍ଚନଙ୍କୁ ଭଲ ପାଏ। ମୁଁ ତାଙ୍କୁ ପ୍ରକୃତରେ ଖୁବ ପସନ୍ଦ କରେ ଏବଂ ଯୁବ ପିଢିର ଅଭିନେତାଙ୍କ ଭିତରେ ଶାହିଦ କପୁର, ସଲମାନ ଭାଙ୍କ ପରି ଆହୁରି ଅନେକ ... ମୁଁ ପ୍ରତ୍ୟେକଙ୍କୁ ପସନ୍ଦ କରେ।”

Advertisment

ଋଷଭ ଶେଟ୍ଟୀଙ୍କ ପୂର୍ବରୁ ଦକ୍ଷିଣ ସିନେମା ସୁପରଷ୍ଟାର ମହେଶ ବାବୁ ମଧ୍ୟ ବଲିଉଡ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ଗୋଟିଏ ଫିଲ୍ମର ପ୍ରମୋସନ ବେଳେ ସେ ବଲିଉଡ ପାଇଁ ଏକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଥିଲା।

ବଲିଉଡ୍‌କୁ ନେଇ ଅଭିନେତା କହିଥିଲେ ଯେ “ମୁଁ ଭାବୁଛି ସେମାନେ ମୋତେ ଅଫର୍ଡ କରି ପାରିବେ ନାହିଁ। ଏହି କାରଣରୁ ମୁଁ ମୋର ସମୟ ନଷ୍ଟ କରିବାକୁ ଚାହେଁ ନାହିଁ। ତେଲୁଗୁ ସିନେମାରୁ ମତେ ଷ୍ଟାରଡମ୍ ଏବଂ ଭଲ ପାଇବା ମିଳିଛି।” ତେବେ ଏହି ବିବୃତ୍ତି ପରେ ମହେଶ ବାବୁ ମଧ୍ୟ ନିଜ ଭୁଲ ବୁଝି ସଫେଇ ଦେଇଥିଲେ।

'କାନ୍ତାରା' ବିଷୟରେ କହିବାକୁ ଗଲେ ଏହି ଫିଲ୍ମଟି ସେପ୍ଟେମ୍ବର ୩୦ରେ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରେ ହିଁ ଫିଲ୍ମକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ଏହା ପରେ ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ଫିଲ୍ମ ମୁକ୍ତିଲାଭ କରିଥିଲା ଆଉ ଛାଇଯାଇଥିଲା। ଏହି ଫିଲ୍ମର ରୋଜଗାର ସାରା ବିଶ୍ୱରେ ୩୦୦ କୋଟି ଅତିକ୍ରମ କରି ରୋଜଗାର କ୍ଷେତ୍ରରେ ଏହା ଦ୍ୱିତୀୟ କନ୍ନଡ ଫିଲ୍ମ ହୋଇପାରିଛି। ପ୍ରଥମ ନମ୍ବରରେ 'KGF ୨' ରହିଛି।

Bollywood Kannada Star
Advertisment
Advertisment