Advertisment

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ; ପ୍ରଥମ ରାଙ୍କରେ ମିଳିତ ଭାବେ ୧୮ ପରୀକ୍ଷାର୍ଥୀ

ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି  JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ  ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ।

author-image
Minati Mishra
zee main result

zee main result

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି  JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ  ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ। ୪ଟି ପଯର୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି। 

Advertisment

ସୂଚନାଥାଉ କି, ପ୍ରଥମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ ଥର ପରୀକ୍ଷା ହୋଇଥିଲା। ଗତ ଫେବ୍ରୁଆରୀ, ମାର୍ଚ୍ଚ, ଜୁଲାଇ, ସେପ୍ଟେମ୍ବରରେ ୪ଟି ପରୀକ୍ଷା ହୋଇଥିଲା। ୧୨ଟି ଭାଷାରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୯.୩୪ ଲକ୍ଷ ପରୀକ୍ଷାର୍ଥୀ JEE (ମେନ୍) ପାଇଁ ନାମ ପଞ୍ଜୀକରଣ କରିଥିଲେ। JEE (ମେନ୍)ରୁ ୨.୪୫ ଲକ୍ଷ ପରୀକ୍ଷାର୍ଥୀ JEE (ଆଡଭାନ୍ସଡ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। IITରେ ନାମଲେଖା ପାଇଁ JEE (ଆଡଭାନ୍ସଡ) ପରୀକ୍ଷା ଅକ୍ଟୋବର ୩ରେ ହେବ। 
JEE (ମେନ୍) ଫଳାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.inକୁ ଯାଇ ଜାଣିପାରିବେ। 

Advertisment

ସୂଚନାଥାଉ କି, ଚଳିତବର୍ଷ ପ୍ରଥମ ଥର ପାଇଁ ଜେଇଇ ମେନ ୪ଟି ପର୍ଯ୍ୟାୟରେ ହୋଇଥିଲା।  ଏହା ଥିଲା ଶେଷ ପର୍ଯ୍ୟାୟ। ପୂର୍ବରୁ ତିନିଟି ପର୍ଯ୍ୟାୟ ପରୀକ୍ଷା ଯଥାକ୍ରମେ ଫେବ୍ରୁଆରୀ, ମାର୍ଚ୍ଚ ଏବଂ ଏପ୍ରିଲରେ ହୋଇଥିଲା। ଶେଷ ପର୍ଯ୍ୟାୟ ପରୀକ୍ଷା ମେ’ରେ ହେବାର ଥିଲା । କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହା ହୋଇ ପାରି ନ ଥିଲା।  ସେପ୍ଟେମ୍ବର ୨ ତାରିଖରେ ଏହି ଶେଷ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା। ଏନଟିଏ (ନାଶନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଜେଇଇ ମେନ୍‌ ରେଜଲ୍ଟ ସହ ଟପ୍ପର ତାଲିକା ମଧ୍ୟ ଘୋଷଣା କରିଛନ୍ତି।\

କେମିତି ଫଳାଫଳ ଜାଣିବ ?
ପ୍ରଥମେ ଅଫିସିଆଲ ୱେବସାଇଟ  jeemain.nta.nic.in କିମ୍ବା ntaresults.nic.inକୁ ଯିବେ। 
ୱେବସାଇଟ୍‌ ପେଜ୍‌ରେ ୨୦୨୧ ସେସନ୍‌-୪ ଫଳାଫଳ ଉପରେ କ୍ଲିକ୍‌ କରନ୍ତୁ। ତା’ ପରେ ରେଜିଷ୍ଟ୍ରେଶନ ନମ୍ବର, ଜନ୍ମ ତାରିଖ ଏବଂ ସିକ୍ୟୁରିଟି ପିନ୍‌ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ସବ୍‌ମିଟ୍‌ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ଆପଣଙ୍କ ରେଜଲ୍ଟ ଡିସ୍‌ପ୍ଲେ କରିବ। 

JEE Main 2021 JEE Exams
Advertisment
Advertisment