ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ?
ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଭାର ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଗସ୍ତ କରିଛି। ସେପଟେ ଗିରଫ ହୋଇଥିବା ୪ ଜଣଙ୍କର କୋଭିଡ୍ ଟେଷ୍ଟ ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।
ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଥିଲା। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ।
DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି। ଏହି ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି।
ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି।
ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା
ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି
ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।
ଗୁପ୍ତଚରୀ DRDOର ୪ ଠିକା କର୍ମଚାରୀ ଗିରଫ ହେଲେ। ଚାନ୍ଦିପୁର DRDOର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ମିଳିଛି ସୂଚନା
ପୁଣି ରାଜଧାନୀ ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏଥିରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୨ ଜଣ ବେପାରୀଙ୍କୁ ଗିରଫ କରିଛି।ଦୁହେଁ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡ଼ିଛି।
ଚାନ୍ଦିପୁର DRDOର ୩ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାର୍ଡ଼। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାର୍ଡ଼ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ
ଗତ ୩ ତାରିଖରେ ପାଣିକୋଇଲି ସୋତି ଗାଁ ନିକଟ ଏକ ପୋଲ ନିକଟରୁ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ସେହି ଗାଁର ମାନସ ଦାସଙ୍କ ମୃତ ଦେହ ମିଳିଥିଲା । ସ୍ଥାନୀୟ ଲୋକମାନେ ମୃତଦେହ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତା କରି ତଦନ୍ତ ଆରମ୍ଭ କରିଥିଲା ପାଣିକୋଇଲି ପୋଲିସ
ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍। ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି।
ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ
ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ବାରମ୍ବାର ତଥ୍ୟ ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଇଓ ମାନଙ୍କୁ ତାଗିଦ କରି ଦରମା ବନ୍ଦ କରିବା ଭୟ ଦେଖାଇବା ପରେ ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।
କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି।
ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି।
୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ମିଶି ଜଣେ ଗ୍ରାହକଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି । ଉଭୟ ବାପପୁଅ ଗ୍ରାହକଙ୍କୁ ର୍ନିଦ୍ଧୁମ ପିଟୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଘସିପୁରା ବଜାରରେ ।
ଜଗତସିଂହପୁରରେ ଦୁଷ୍ମନ୍ତଙ୍କ ମାଆ ଦେଇଥିବା ରିପୋର୍ଟକୁ ସେଠାରେ ରେଜିଷ୍ଟର କରାଯାଇ ପଏଣ୍ଟ ଅଫ୍ ଜୁରିସଡିକସନ୍ରେ କଟକକୁ ଫରୱାର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଗରୁ ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଥିଲେ।
ବାପା ପଡ଼ିଯିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅ। ପୁଅର ଏପରି ରୂପ ଦେଖି ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ। ଶେଷରେ ଛଟପଟ ହୋଇ ବାପାର ଜୀବନ ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍ ତଳୁ ଜବତ ହୋଇଛି।
ତାଙ୍କର ପରିଚୟ ବଦଳୁଥିଲା। କେତେବେଳେ ଡାକ୍ତର ତ କେତେବେଳେ ବିଉଟସିଆନ। ତା ସହ ରୂପ ବି। ଏମିତି ନାଁ ଓ ଚେହେରା ବଦଳାଇ ପୁରୁଷଙ୍କୁ ଚୁନ ଲଗାଉଥିଲେ ଯୁବତୀ । ପ୍ରେମଜାଲରେ ଫସାଇ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା। ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି।
ମୁମ୍ବାଇରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରାଯାଇ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। କଥାକଥାକେ ଫୁଟୁଛି ଗୁଳି। ଦିନ ଦ୍ୱିପହରରେ ଏପରି ଘଟଣା ଘଟୁଥିଲେ ବି କିଛି କରିପାରୁନି ପୋଲିସ। ଇସ୍ପାତ ସହର ରାଉରକେଲାରେ ହୋଇଛି ଗୁଳିମାଡ।