• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

2 from odisha arrested
ଆର୍ଯ୍ୟନ କ୍ରୁଜ୍ ଡ୍ରଗ୍ସ ମାମଲାରେ ୨ ଓଡିଆ ଗିରଫ

ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍‌ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍‌ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି।

rave party
ବଲିଉଡ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟି

ବିଳାଶପୂର୍ଣ୍ଣ ଜାହାଜରେ ଚାଲିଥିଲା ରେଭ୍‌ ପାର୍ଟି। ଥିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯନ। ଏବେ ସେ ଡ୍ରଗ୍ସର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ବଲିଉଡ଼ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟିକୁ ନେଇ ସ୍ପେଶାଲ ରିପୋର୍ଟ ‘ବଲିଉଡ ରେଭ୍ ପାର୍ଟି’।

mumbai-cruise-drugs-bust-
’ପୁଅ ଠାରୁ ଜବତ ହୋଇଛି ମାତ୍ର ୨.୪ ଗ୍ରାମ ଗଂଜେଇ, ହାଇଲାଇଟ୍ ହେଲାଭଳି କୌଣସି ଅପରାଧ କରିନି ’

ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ମୁମ୍ବାଇ ବୁଲିବାକୁ ଯାଇଥିଲା ପୁଅ । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ଗଞ୍ଜେଇ ନିଜେ ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ପୁଅର ଲିଙ୍କ୍ ନାହିଁ ।

atm robbers
ଏବେ ଏଟିମ୍ ସ୍ବାପ୍ କରୁଥିଲେ ସାବଧାନ ଥିବେ

ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।

abhay-pathak-1
ସକାଳୁ ସନ୍ଧ୍ୟା ଯାଏଁ ଅଭୟଙ୍କୁ ଜେରା କଲା ED

ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ED ନିକଟରେ ହାଜର ହେଲେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ । ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅଭୟକାନ୍ତ ।

CDPO Caught Red-Handed While Accepting Rs 80,000 Bribe In Kalahandi
ଲାଞ୍ଚ ନେଉଥିଲେ ଫସିଗଲେ

ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡ଼ିପିଓ ମୀନା କୁମାରୀ ପାତ୍ର। ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

କୁଖ୍ୟାତ ଚୋର ହେମନ୍ତ ଦାସ
ସନ୍ନ୍ୟାସ ନେଲେ ଓଡ଼ିଶାର ମୋଷ୍ଟ ୱାଣ୍ଟେଡ୍ ଚୋର !

୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ। 

Gangster Hyder's son
ହାଇଦର ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ପୋଲିସ ହେପାଜତରେ ଥିବା ଚୋର ହେମନ୍ତ ଦାସ
ପୋଲିସ ହାତରେ କୁଖ୍ୟାତ ଚୋର: ୩୫ ବର୍ଷରେ ୫ଶହ ଚୋରି

ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା। ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ଜେଲ୍ ଯାଇଥିଲା। ଜେଲ୍‌ରେ ଅନ୍ୟ ଜଣେ ଚୋର ସହ ମିଶି କୁଖ୍ୟାତ ଲୁଟେରା ପାଲଟି ଯାଇଥିଲା। ଏଯାଏଁ ୫ କୋଟି ଚୋରି କରିଥିଲେ ବି ମାତ୍ର ୧୪ଶହ ଆକାଉଣ୍ଟରେ ଅଛି।

Orissa High Court
ହାଇକୋର୍ଟ ଗଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି

Youths Allegedly Being Beaten Up By Police
ଚୋରି ଅଭିଯୋଗରେ ଉଠାଇ ଆଣିଥିଲେ, ଅଟକ ରଖି ନିର୍ଧୂମ ମାଡ଼ ମାରିଲା ପୋଲିସ୍‌ !

ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ପୋଲିସ୍‌ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଯୁବକଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖି ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

Mumbai Drug Case | NCB To Interrogate SRK’s Son Aryan Khan
ଆର୍ୟନଙ୍କ ପାଖରେ କୋକେନ୍, ଚରସ...

ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଏନସିବି। ଗତକାଲି ଆର୍ୟନଙ୍କ ପାଖରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା।

job fraud
ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ; ୫ ଅଟକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା

ganja seized
ବିପୁଳ ପରିମାଣର ଗଂଜେଇ କାରବାରକୁ ନେଇ ବଢୁଛି ଚିନ୍ତା : ଆର. ଉଦୟଗିରି ଓ ଚିତ୍ରକୋଣ୍ଡା ଅଂଚଳରୁ ୧୨୦ବସ୍ତା ଗଂଜେଇ ଜବତ

ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ

Mayurbhanj Labourers Allege Irregularities In MGNREGA Payment
ମେସିନ୍ କରୁଛି ମନରେଗା କାମ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ବା ମନରେଗାରେ କାମ କରି ମାସ ମାସ ଧରି ମଜୁରୀ ପାଇନାହାନ୍ତି ଶ୍ରମିକ।

Telegram Hacker
ଟେଲିଗ୍ରାମ ବ୍ୟବହାର କରୁଥିଲେ ସାବଧାନ, ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର...

ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ। ନୂଆ ନୂଆ ତରିକା ଆପଣାଇ ସାଇବର ଠକମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ହ୍ୟାକରମାନେ ପପୁଲାର୍ ସୋସିଆଲ ମିଡିଆ ପ୍ଲାଟଫର୍ମ୍ସ ଟେଲିଗ୍ରାମକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଏମିତି ଖାଲି କରି ଦେଉଛନ୍ତି ଆକାଉଣ୍ଟ...

Man Died
ପୁଅର ଧକ୍କା ମାଡ଼ରେ ଚାଲିଗଲା ବାପାର ଜୀବନ

ପୁଅର ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ। ପୁଅର ଧକ୍କା ମାଡ଼ରେ ତଳେ ପଡ଼ି ବାପାର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି। 

ଠକେଇରେ ଶିକାର ହୋଇଥିବା ଛାତ୍ରୀ ଓ ଅଭିଯୁକ୍ତ
ମଡେଲିଂ ନାଁରେ ଲୁଟ୍‌ର ଶିକାର ହେଲେ ଫ୍ୟାସନ୍ ଡିଜାଇନିଂ ଛାତ୍ରୀ

ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।

 ଅରୁଣ ତାଣ୍ଡି ଓ କୃପାସିନ୍ଧୁ ନାଗ
ଲୋକଙ୍କ ନିର୍ଧୂମ ମାଡ଼ରେ ଚେତା ହରାଇଲା ଠକ

ଗାଁ ଲୋକେ ୨ ଜଣଙ୍କୁ ଧରି ହାତ ଗୋଡ ବାନ୍ଧି ନିର୍ଧୂମ ମାଡ଼ ମାରିଥିଲେ ଗାଁ ଲୋକେ। ଅରୁଣଙ୍କ ପାଲଟା ଆକ୍ରମଣରେ ଲୋକମାନେ ବି ମାରି ରକ୍ତାକ୍ତ କରିଦେଇଥିଲେ। ଲୋକଙ୍କ ମାଡରେ ଅରୁଣ ଅଚେତ ହୋଇ ପଡିଥିଲେ।

Bank Lootera
ଝାଳନାଳ ହେବା ପରେ ମୁହଁରୁ ବାହାରିଗଲା କପଡ଼ା, ଧରାପଡ଼ିଗଲେ ଲୁଟେରା

ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗତ ମାସ ୨୦ ତାରିଖ ରାତିରେ ଚୋରି ଉଦ୍ୟମ ହୋଇଥିଲା। ୬ ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ତାଲା କାଟି ଲୁଟ୍‌ କରିଥିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍‌ ଥିବା ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗି ପାରିନଥିଲେ।

Woman Beaten Up By RPF Constable
ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା ଇଞ୍ଜିନିୟର,ମାଡ଼ ମାରି ମୁଣ୍ଡ ଫଟାଇଲେ RPF କନଷ୍ଟେବଲ

ଆର୍‌ପିଏଫ୍‌ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ। ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିବାରୁ ତାଙ୍କୁ ଆର୍‌ପିଏଫ୍‌ କନଷ୍ଟେବଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Fraud
ଜିନିଷ କିଣିବାକୁ ଆସି ମହିଳାଙ୍କ ସହ ଫଟୋ ଉଠାଇଲେ, ଶେଷରେ କଲେ ଏମିତି କାମ...

ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେବା ସହ ଅନ୍‌ଲାଇନ୍‌ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ।

Rs 56 Cr Fraud Allegation In Odisha Company: CBI Conducts Raid Across India
ଲୁହାପଥର ଓ କୋଇଲା ଦୁର୍ନୀତି ମାମଲାରେ ଆକ୍ସନ ମୋଡରେ ସିବିଆଇ

ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ। ନୂଆଦିଲ୍ଲୀ ସ୍ଥିତ PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡରେ ସିବିଆଇ।

cbi
ଆକ୍ସନ୍ ମୁଡରେ ସିବିଆଇ : ଲୁହାପଥର ଓ କୋଇଲା କିଣା ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ

ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ

Journalist satya Sundar Bhanja
ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ

ଆଗକୁ ପାର୍ବଣ ଥିବା ବେଳେ ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ। ଯାହାକୁ ନେଇ ପୋଲିସ ପାଇଁ ବଢ଼ିଛି ଚିନ୍ତା।  ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିବା ମିଟିଂରେ ଏସିପି ଏବଂ ଇନ୍ସପେକ୍ଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ଡିସିପି କହିଛନ୍ତି।