Advertisment

ଆସିଲା ନିଖୋଜ ଶିକ୍ଷୟିତ୍ରୀ ମମିତାଙ୍କ ବର୍ଥଡେ ସେଲିବ୍ରେସନ ଭିଡିଓ

ଏକ ମଫସଲ ଗାଁରୁ ଆସି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିଲେ ମମିତା। ତାଙ୍କ ମନରେ ଥିଲା ଅନେକ ଆଶା। ଶିକ୍ଷକତା ମାଧ୍ୟମରେ ସାରା ସମାଜକୁ ଜ୍ଞାନ ବାଣ୍ଟିବେ। ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି। ଅଚାନକ ସେ ନିଖୋଜ ହୋଇଯାଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Mamita last Birthday celebration

Mamita last Birthday celebration

ବଲାଙ୍ଗିର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଆସିଛି ଆଉ ଏକ ନୂଆ ଭିଡିଓ। ଏଥିରେ ମମିତା ସହକର୍ମୀ ସାଙ୍ଗ ସାଥିଙ୍କ ସହ ଜନ୍ମଦିନ ପାଳନ କରୁଥିଲେ। ସହକର୍ମୀ ଓ ସାଥିଙ୍କ ସହ ଜନ୍ମଦିନ ଉତ୍ସବ ପାଲନ କରୁଛନ୍ତି ମମିତା। ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ମମିତା ପାଳନ କରିଥିବା ଜନ୍ମଦିନ ଏବେ ସୋସିଆଲ ମିଡିଆରେ ବାଇରାଲ ହୋଇଛି।

Advertisment

ସେଦିନ ସାଙ୍ଗସାଥିଙ୍କ ଗହଣରେ ଜନ୍ମ ଦିନ ପାଳନ କରିଥିଲେ ମମିତା। କେକ୍ କାଟି ସହକର୍ମୀ ଓ ସାଥିଙ୍କ ସହ ବର୍ଥଡେ ପାଳନ କରୁଛନ୍ତି ମମିତା। ଆସନ୍ତା ଡିସେମ୍ବର ୨୨ରେ ପୁଣିଥରେ ଜନ୍ମଦିନ ପାଳନ କରିଥାନ୍ତେ ମମିତା।

ଏକ ମଫସଲ ଗାଁରୁ ଆସି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିଲେ ମମିତା। ତାଙ୍କ ମନରେ ଥିଲା ଅନେକ ଆଶା। ଶିକ୍ଷକତା ମାଧ୍ୟମରେ ସାରା ସମାଜକୁ ଜ୍ଞାନ ବାଣ୍ଟିବେ। ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି। ଅଚାନକ ସେ ନିଖୋଜ ହୋଇଯାଇଛନ୍ତି।

Advertisment
Lady Teacher Missing Mamita Meher Missing Case Bolangir
Advertisment
Advertisment