Advertisment

ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Orissa High Court

କଟକ: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏହାସହ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ମଧ୍ୟ ଦାବି ହୋଇଛି। ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ନାଁ ଏଥିରେ ଆସୁ ଥିବାରୁ, ପୋଲିସ ଦ୍ୱାରା ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ରହିଛି। ଏଣୁ ମାମଲାର ସିବିଆଇ ତଦନ୍ତ କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇନଜୀବୀ ଗୋପାଳ ଜେନା କହିଛନ୍ତି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। 

Advertisment

ମମିତା ମେହେର ହତ୍ୟା ମାମଲାକୁ ନେଇ OTVକୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଏଥିରେ କିଛି ମନ୍ତ୍ରୀଙ୍କ ନାଁ ଆସୁଛି। ତଦନ୍ତ ନସରିଲା ପର୍ଯ୍ୟନ୍ତ ମନ୍ତ୍ରୀମାନେ ଇସ୍ତଫା ଦେବା ଉଚିତ୍‌। ନଚେତ୍ ମନ୍ତ୍ରୀମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ମାଗି ନେବା ଉଚିତ୍‌। ରାଜନୈତିକ ଚାପରେ ପୋଲିସ ତଦନ୍ତ କରି ନପାରିବା ଦେଖା ଯାଇଥାଏ।’

‘ଘଟଣା ସଂପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଚିଠି କରାଯାଇଛି। ହେଲେ ଏଯାଏ କିଛି ଜବାବ ଆସିନି। ଜବାବକୁ ଅପେକ୍ଷା କରିଛୁ। ଓଡ଼ିଶାରେ ବୃଦ୍ଧି ପାଉଥିବା ମହିଳା ହିଂସା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ। ମହିଳା ହିଂସା ସମସ୍ୟା ସମାଧାନ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଜରୁରୀ’ ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି।

Advertisment

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। 

Orissa High Court Mamita Meher Mamita Meher Murder Case
Advertisment
Advertisment