Advertisment

ମମିତାଙ୍କୁ କେଉଁଠିକୁ ନେଇ ଯାଇଥିଲା ଗୋବିନ୍ଦ ?

ଗୋବିନ୍ଦ ମମିତାଙ୍କୁ ନେଇ କେଉଁଠି ଯାଇଥିଲେ ? କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରିଥିଲେ ? ହତ୍ୟାରେ ତାଙ୍କ ସହ ଆଉ କିଏ କିଏ ସାମିଲ ? ହତ୍ୟା ପରେ ମୃତଦେହକୁ ଗୋବିନ୍ଦ ଏକୁଟିଆ ନେଇଥିଲେ ନା ଆଉ କିଏ ତାଙ୍କୁ ସହାୟତା କରିଥିଲେ ? ଏସବୁକୁ ନେଇ ପୋଲିସ୍‌ ଖୋଳତାଡ଼ କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mamita Meher Murder Case

Mamita Meher Murder Case

ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୋଲିସ୍‌ ଛାନ୍‌ଭିନ୍‌ ଜାରି ରହିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରିମାଣ୍ଡରେ ନେଇ ପୋଲିସ୍ ପଚରାଉଚରା କରୁଛି। ୮ ତାରିଖ ଦିନ ଗୋବିନ୍ଦ ମମିତାଙ୍କୁ ନେଇ କେଉଁଠି ଯାଇଥିଲେ ? କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରିଥିଲେ ? ହତ୍ୟାରେ ତାଙ୍କ ସହ ଆଉ କିଏ କିଏ ସାମିଲ ? ହତ୍ୟା ପରେ ମୃତଦେହକୁ ଗୋବିନ୍ଦ ଏକୁଟିଆ ନେଇଥିଲେ ନା ଆଉ କିଏ ତାଙ୍କୁ ସହାୟତା କରିଥିଲେ ? ଏସବୁକୁ ନେଇ ପୋଲିସ୍‌ ଖୋଳତାଡ଼ କରୁଛି। 

Advertisment

ସବୁଠୁ ବଡ଼ କଥା, ଗୋବିନ୍ଦଙ୍କ ପରକୀୟା ପ୍ରୀତି ପାଇଁ ମମିତାଙ୍କୁ ହତ୍ୟା କରାଯାଇଛି। ହେଲେ ଗୋବିନ୍ଦଙ୍କ ପରକୀୟା ପ୍ରୀତି କାହା ସହ ଥିଲା? ମମିତା ଏ ସମ୍ପର୍କରେ କ’ଣ ଜାଣିଥିଲେ ? ସେ ସବୁ ଦିଗକୁ ନେଇ ପୋଲିସ୍ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

Advertisment

ଗତକାଲି ବଙ୍ଗୋମୁଣ୍ଡା JMFC କୋର୍ଟ ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। କୋର୍ଟରୁ ସିଧାସଳଖ ଏସ୍‌ପି ଅଫିସକୁ ଅଣାଯାଇ ଗୋବିନ୍ଦଙ୍କୁ ରାତି ତମାମ ମାରାଥନ ଜେରା କରାଯାଇଥିଲା। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ଉପସ୍ଥିତିରେ ଗୋବିନ୍ଦଙ୍କୁ ପଚରାଉଚରା କରାଯାଇଥିଲା। କୋର୍ଟରୁ ଅଣାଯାଇଥିବାରୁ ନିୟମ ଅନୁଯାୟୀ, ଗୋବିନ୍ଦଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। 

ଅନ୍ୟପକ୍ଷେ, ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି।

Bolangir Mamita Meher Mamita Meher Murder Case
Advertisment
Advertisment