Advertisment

କଂଗ୍ରେସର ଆନ୍ଦୋଳନ ପାଇଁ ଧରାପଡ଼ିଲା ମମିତାଙ୍କ ହତ୍ୟାକାରୀ: ସୁର

ଯଦି କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରୀରୁ ଧରାପଡ଼ିନଥାନ୍ତା। ଆମ ଘେରାଉ ଓ ଅଣ୍ଡାମାଡ଼ର ମୂଲ୍ୟ ରହିଛି।

author-image
Chandan Shishu
Sura Routray Statement

Sura Routray Statement

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରୀ ଘଟଣାରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏ ନିରୀହ ଝିଅର ଜୀବନ ଯେଭଳି କଷ୍ଟରେ ଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ସମ୍ବେଦନଶୀଳ ଘଟଣାରେ ସିବିଆଇ ତଦନ୍ତ କରାଯାଉ। ସିଏ ଯିଏ ହେଉନା କାହିଁକି, ପ୍ରକୃତ ଦୋଷୀ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ତାଙ୍କୁ ଜେଲ୍ ପଠାଯାଉ ବୋଲି କହିଛନ୍ତି। 

Advertisment

ଏହାସହ ସେ ଆହୁରି କହିଛନ୍ତି ଯେ ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି, ତାହାହେଲେ ତୁରନ୍ତ ବହିଷ୍କାର କରି ତାଙ୍କୁ ଗିରଫ କର। ଯଦି କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରୀରୁ ଧରାପଡ଼ିନଥାନ୍ତା। ଆମ ଘେରାଉ ଓ ଅଣ୍ଡାମାଡ଼ର ମୂଲ୍ୟ ରହିଛି।

କଂଗ୍ରେସ କର୍ମୀଙ୍କ ଅସନ୍ତୋଷକୁ ନେଇ ସୁର କହିଛନ୍ତି ଯେ କଂଗ୍ରେସ ଏକ ବିରାଟ ସମୁଦ୍ର। ହିମାଳୟଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସ ବ୍ୟାପିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଛାଡିବା ପରି ଏମିତି କେତେ ଆସିବେ ଆଉ ଯିବେ। ଯେଉଁମାନଙ୍କ ସ୍ୱାର୍ଥ, ଟଙ୍କା ଓ ପାୱାର ଦରକାର, ସେମାନେ କଂଗ୍ରେସ ଛାଡ଼ି ଚାଲିଯିବା ଦରକାର।

Advertisment

ଏହି ସମୟରେ ନବୀନ ସରକାରଙ୍କ ନିହାତି ନିଅଣ୍ଟ ପଡୁଛି। ସେଥିପାଇଁ ନବୀନ ବାବୁ ଏବେ ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି। ଯେଉଁମାନଙ୍କ ଇଚ୍ଛା ସେମାନେ କଂଗ୍ରେସ ଛାଡ଼ି ଚାଲିଯାଆନ୍ତୁ।

LadyTeacherMurderCase Congress Leader Sura Routray
Advertisment
Advertisment