ଗତକାଲି ୟୁକେରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଏହାପରେ ମେଜର ଇନସିଡେଂଟ୍ ଘୋଷଣା କରିଛି ଲଣ୍ଡନ ।
କଟକରେ ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟବାସୀଙ୍କ ମନରେ ଛନକା ।
ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ ।
ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।
ବ୍ରିଟେନରେ ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ଆସିପାରେ । ଆଉ ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ |
ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର
ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର୍ କରୋନାକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଏହା ଆକଳନ କରାଯାଇଛି ଯେ, ୨୦୨୪ ମସିହା ଯାଏଁ ମଧ୍ୟ ବିଶ୍ୱରୁ କରୋନା ମହାମାରୀ ଯିବ ନାହିଁ ।
ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି।
ନବି ମୁମ୍ବାଇର ଏକ ସ୍କୁଲରେ ୧୮ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀର ଅଟନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଆଜି ସ୍କୁଲରେ ଟେଷ୍ଟିଂ ଚାଲିଛି । ବିଦ୍ୟାଳୟର ସମସ୍ତ ୬୦୦ ଛାତ୍ରଙ୍କ ପାଇଁ କରୋନା ପରୀକ୍ଷା କରାଯିବ ।
ମଫସଲରେ ଥିବା ଆଦିବାସୀ ଗାଁଟିଏ। କିନ୍ତୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା। କାରଣ ଏ ଗାଁର ଲୋକ ଏତେ ସଚେତନ ଯେ, କରୋନାର ଦୁଇ ଦୁଇଟି ଲହର ଗଲାଣି, ତଥାପି ଏଠି ଏଯାଏଁ କରୋନା ହେଇନି। ଯେତେଥର ଟେଷ୍ଟ ହେଉଛି, ସମସ୍ତଙ୍କର ନେଗେଟିଭ୍ ବାହାରିଛି। ଆସନ୍ତୁ ଥରେ ବୁଲି ଆସିବା ଏ ଗାଁ।
ଗୋଟିଏ ପରେ ଗୋଟିଏ ଦେଶ, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ମାଡି ଚାଲିଛି ଓମିକ୍ରନ। କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ବିଶ୍ୱବାସୀ। ଦେଶରେ ସଂକ୍ରମଣ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଣି ଫେରିବ ହେବ କି ଲକଡାଉନ୍ ଓ ସଟଡାଉନ୍?
ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି ।
ବ୍ରିଟେନ୍ରେ ବଢିଚାଲିଛି ଓମିକ୍ରିନ୍ ଭାରିଆଣ୍ଟ ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ବ୍ରିଟେନ୍ରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପି ସଂଖ୍ୟା ୧୧୩ ଛୁଇଁଛି । ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ଏହି ନୂଆ ରୂପ ।
ଏ ମହାମାରୀ କିଛି ମାନୁନି : ଗୋଟିଏ ପରେ ଗୋଟିଏ ରାଜ୍ୟକୁ କରୁଛି କାୟା ବିସ୍ତାର କରୁଛି ।
ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।
ଓମିକ୍ରନ୍ ଦ୍ୱାରା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ସେମାନଙ୍କ ପାଇଁ ହୋମ୍ ଆଇସୋଲେସନ ବ୍ୟବସ୍ଥା ନାହିଁ।
ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍ ସଂକ୍ରମିତ।
ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍।
ପଡ଼ୋଶୀଙ୍କୁ ଓମିକ୍ରନ୍ ଛୁଇଁବା ପରେ ଚିନ୍ତାରେ ଓଡ଼ିଶା। ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର ଜଣେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତେଲେଙ୍ଗାନାରେ ଦୁଇ ଜଣ ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
୧୯୩୦ ମସିହା ପରେ କରୋନା ମହାମାରୀ ପାଇଁ ପୁଣି ଥରେ ଘୋର ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଛି ବିଶ୍ୱ।ବର୍ଷେରୁ ଅଧିକ ସମୟ ଧରି ଲକଡାଉନ ଓ ସଟଡାଉନ ଯୋଗୁଁ ଉତ୍ପାଦନ କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି।
ଆଟ୍ ରିସ୍କ ଦେଶରୁ ଆସୁଥିବା ନାଗରିକ କିମ୍ବା ଏହି ଦେଶରେ ୧୪ ଦିନ ଅଧିକ ସମୟ ରହି ଫେରୁଥିବା ଯାତ୍ରୀମାନେ RTPCR ପ୍ରି ବୁକିଂ କରିବେ।
ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ଓମିକ୍ରନ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଉଛି, ଆସନ୍ତୁ ଜାଣିବା....