• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ । ଏହାରି ମଧ୍ୟରେ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଫାଇଜର୍‌ କରୋନାକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଏହା ଆକଳନ କରାଯାଇଛି ଯେ, ୨୦୨୪ ମସିହା ଯାଏଁ ମଧ୍ୟ ବିଶ୍ୱରୁ କରୋନା ମହାମାରୀ ଯିବ ନାହିଁ ।

ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଫାଇଜର୍‌ ପକ୍ଷରୁ ଏହା କୁହାଯାଇଛି ଯେ, ୨୦୨୪ ପର୍ଯ୍ୟନ୍ତ ବିଶ୍ୱରୁ କୋରନା ଯିବ ନାହିଁ । ଏହାସହ ୨ରୁ ୩ ବର୍ଷ ଶିଶୁଙ୍କ ପାଇଁ ହୋଇଥିବା ଟୀକାକରଣରେ ଥିବା କମ୍‌ ପ୍ରତିରୋଧକ ଶକ୍ତି (weaker immune )ପ୍ରତି ମଧ୍ୟ କମ୍ପାନୀ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ।

Pfizer's prediction - Corona epidemic will not leave till 2024(Pfizer )

ନ୍ୟୁଜ୍‌ ଏଜେନ୍ସି ABP ଅନୁଯାୟୀ, ଫାଇଜରର ମୁଖ୍ୟ ମାଇକଲ୍‌ ଡଲଷ୍ଟେନ୍ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ଯାଏ କେତେକ ସ୍ଥାନରେ କରୋନା ସଂଖ୍ୟା ଦେଖାଦେଇପାରେ । କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି ଯେ ୨୦୨୪ ସୁଦ୍ଧା ଏହି ରୋଗରୁ ସଂକ୍ରମଣ ହେବାର ଆଶଙ୍କା କମିଯିବ । କେବଳ ଏତିକି ନୁହେଁ ଏହାସହ ସେ କହିଛନ୍ତି ଯେ, ଟିକା ଏବଂ ସଚେତନ ଉପରେ ସଂକ୍ରମଣର ବଢିବା ଓ କମିବା ନିର୍ଭର କରୁଛି । ଟିକାକରଣ ହାର କମିଲେ ସଂକ୍ରମଣର ଭୟ ମଧ୍ୟ ବଢିବାର ସମ୍ଭାବନା ରହିଛି ।

ଫାଇଜରର କରୋନା ଟିକା

ଫାଇଜର୍‌ କମ୍ପାନୀ ଜର୍ମାନୀର ବାୟୋଏଣ୍ଟିକ୍‌ ଏସ୍‌ଇ କମ୍ପାନୀ ସହ ମିଶି ଆସନ୍ତା ବର୍ଷ ସୁଦ୍ଧା ୩୧ କୋଟି ଟିକା ତିଆରିର ଲକ୍ଷ ରଖିଛି । କେବଳ ଏତିକି ନୁହେଁ ଫାଇଜର କମ୍ପାନୀ ପାଖରେ Paxlovid ନାମକ ଏକ ପ୍ରଭାବଶୀଳ ଆଣ୍ଟିଭାଇରାଲ୍‌ ବଟିକା ମଧ୍ୟ ରହିଛି । ଯେଉଁଥିରେ କୋଭିଡ୍‌ ଆକ୍ରାନ୍ତରେ ଥିବା ଗୁରୁତର ରୋଗୀର ମୃତ୍ୟୁର ହାରକୁ ପ୍ରାୟ ୯୦ ପ୍ରତିଶତ ହ୍ରାସ କରିବାର କ୍ଷମତା ଶକ୍ତି ରହିଛି ।

ଓମିକ୍ରନ୍‌ ଭ୍ୟାରିଆଣ୍ଟ ଠାବ ହେବା ପରେ ଫାଇଜର କମ୍ପାନୀ ପକ୍ଷରୁ ଏହି ଭବିଷ୍ୟବାଣୀ କରାଯାଇଥିଲା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ କରୋନା ଅପେକ୍ଷା ୫୦ ପ୍ରତିଶତ ଅଧିକ ଜୀବାଣୁ ରହିଛି । ଓମିକ୍ରନ୍‌ କରୋନାର ଦ୍ୱିତୀୟ ଡୋଜ୍‌ର ପ୍ରଭାବକୁ ମଧ୍ୟ ହ୍ରାସ କରି ସାରା ବିଶ୍ୱରେ ଖୁବ୍‌ ଦ୍ରୁତ ଗତିରେ ଏକ ପ୍ରକାରର ଆଶଙ୍କା ସୃଷ୍ଟି କରିଛି ।

ଓମିକ୍ରନ୍‌ ଆସିବା ପୂର୍ବରୁ ଆମେରିକାର ପାଥୋଲୋଜିଷ୍ଟ୍ ଆନ୍ଥୋନୀ ଫୋସୀ ମଧ୍ୟ କରୋନାକୁ ନେଇ ଏକ ପୂର୍ବାନୁମାନ କରିଥିଲେ । ଯେଉଁଥିରେ ସେ ଆକଳନ କରାଥିଲେ ଯେ, ୨୦୨୨ ସୁଦ୍ଧାକରୋନା ଶେଷ ହୋଇଯିବ । ହେଲେ ତାହା ଘଟିଲା ନାହିଁ ।

ବୟସ୍କଙ୍କ କ୍ଲିନିକାଲ ପରୀକ୍ଷଣରେ ଫାଇଜର୍ ଟିକା ପ୍ରାୟ ୯୫ ପ୍ରତିଶତ ପ୍ରଭାବଶାଳୀ । ହେଲେ ପ୍ରାଥମିକ ତଥ୍ୟରୁ ଏହା ଜଣାପଡିଛି ଯେ ଓମିକ୍ରନ୍ ଭାରିଆଣ୍ଟରୁ ରକ୍ଷା ପାଇବାକୁ ହେଲେ କରୋନା ଟିକାର ତୃତୀୟ ଡୋଜ ନିହାତି ଆବଶ୍ୟକ ରହିଛି ।