Advertisment

କଟକରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ। ଯେତେ ରୋଗୀ ଚିହ୍ନଟ ହେଲେ ବି ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ତେବେ ନିୟମାବଳୀ ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି। ଏହାସହ ସତର୍କତା ବଢ଼ାଯାଇଛି। ଓମିକ୍ରନ ସଂକ୍ରମଣ ଚିହ୍ନଟ ପାଇଁ ଜିନୋମ୍ ସିକ୍ୟୁଏନ୍ସିଂ ଜରୁରୀ। ଏଣୁ ଅଧିକ ସଂଖ୍ୟକ ନମୁନା ସିକ୍ୟୁଏନ୍ସିଂ ପାଇଁ ପଠାଯାଉଥିବା ସେ କହିଛନ୍ତି।

Advertisment

ତେବେ ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି। ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକରୁ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଚର୍ଚ୍ଚା ଉପରେ ସେ କହିଛନ୍ତି ଯେ, ଏହାର ତର୍ଜମା ଚାଲିଛି। ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଆସିଲେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। 

ସେପଟେ ପୁଣି ଡରାଇଲାଣି ତୃତୀୟ ଲହର ଯାହାକୁ ଦେଖି ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ହୁ ହୁ ହୋଇ ବଢୁଥିବା କୋଭିଡର ନୂଆ ପ୍ରଜାତି ଓମିକ୍ରନର ଦ୍ରୁତ ସଂକ୍ରମଣ ତୃତୀୟ ଲହର ଆଶଙ୍କାକୁ ବଢାଇ ଦେଇଛି। ଆଉ ଏଥି ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲୁଥିବା ଘରୋଇ କୋଭିଡ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ହସ୍ପିଟାଲରେ ଅକ୍ସିଜେନ ସହ ମେଡିସିନ ମହଜୁଦ ରଖିବାକୁ କୁହାଯାଇଛି। ଆବଶ୍ୟକ ହେଲେ ନିର୍ଦ୍ଦେଶ ମିଳିବା କ୍ଷଣି ହସ୍ପିଟାଲ କାର୍ଯ୍ୟକ୍ଷମ କରାଇବାକୁ ପଡିବ।

Advertisment

ଏହା ସହ ଟୀକାକରଣ ବଢାଇବାକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଡିଏମ୍ଇଟି କହିଛନ୍ତି। ଡେଲଟା ଭାରିଏଣ୍ଟ ଠାରୁ ଓମିକ୍ରନ ୫ ଗୁଣା ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ଏକା ସମୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରୁଛି ସ୍ୱାସ୍ଥ୍ୟ ବିଭାଗ। ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜାନୁଆରୀରେ ତୃତୀୟ ଲହର ସୁନିଶ୍ଚିତ। ଡେଲ୍‌ଟା ତୁଳନାରେ ଲକ୍ଷଣ କମ୍ ଥିବାରୁ ଜଣାପଡୁନି, ତେଣୁ ହଠାତ୍ ସ୍ଥିତି ସାଂଘାତିକ ହୋଇପାରେ।

COVID19 Omicron Omicron Variant
Advertisment
Advertisment