/odishatv-khabar/media/post_attachments/uploadimage/library/16_9/16_9_0/omicron_1639880794.jpg)
omicron
ନୂଆଦିଲ୍ଲୀ : ବିଶ୍ୱରେ ମାଡ଼ୁଛି ଓମିକ୍ରନ୍ । ଏବେ ସୁଦ୍ଧା ୮୯ଟି ଦେଶରେ ପ୍ରବେଶ କରିସାରିଲାଣି ଏହି ନୂଆ ଭାରିଆଣ୍ଟ । ସବୁଠୁ ବଡ଼ କଥା ହେଉଛି ଗତକାଲି ୟୁକେରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଏହାପରେ ମେଜର ଇନସିଡେଂଟ୍ ଘୋଷଣା କରିଛି ଲଣ୍ଡନ । ସେପଟେ ନେଦରଲାଣ୍ଡରେ ଆଜିଠାରୁ ଲକଡାଉନ୍ ଘୋଷଣା କରାଯାଇଛି ।
ଏପଟେ ଭାରତରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ନୂଆ ୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ତେଲେଙ୍ଗାନାରେ ଦିନକରେ ଓମିକ୍ରନର ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି କର୍ଣ୍ଣାଟକରେ ୬ ନୂଆ ସଂକ୍ରମିତ ଓ କେରଳରେ ୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ସେପଟେ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀରେ ଗତକାଲି ଦିନକରେ ୮୬ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହା ୫ ମାସ ଭିତରେ ସର୍ବାଧିକ ବୋଲି କୁହାଯାଉଛି । ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇରେ କଟକଣା ଆରମ୍ଭ ହୋଇଯାଇଛି । ବନ୍ଦ ସ୍ଥାନରେ କ୍ଷମତାର ୫୦ ପ୍ରତିଶତ ଲୋକ ହିଁ ଏକାଠି ହୋଇପାରିବେ । ଅନ୍ୟପଟେ ଏମ୍ସ କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର କହିଛନ୍ତି ଓମିକ୍ରନ ଭାରିଆଣ୍ଟ ଡେଲଟା ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ବି ଡେଲଟା ଭଳି ମାରାତ୍ମକ ନୁହେଁ । ସଂକ୍ରମଣ ଅଧିକ ହେଉଥିବାରୁ ଅଧିକ ଲୋକ ଆକ୍ରାନ୍ତ ହେବା ଆଶଙ୍କା ରହିଛି ।
ତେବେ ଆସନ୍ତା ବର୍ଷ କୋଭିଡର ତୃତୀୟ ଲହର ଆସିବ ଓ ଫେବ୍ରୁଆରୀରେ ଏହା ପିକରେ ପହଞ୍ଚିବ ବୋଲି ଆଶଙ୍କା କରିଛନ୍ତି ନ୍ୟାସନାଲ କୋଭିଡ୍ ୧୯ ସୁପର ମଡେଲ କମିଟି । ସେହିପରି ଓଡିଶାରେ ମଧ୍ୟ ସତର୍କତା ପଦକ୍ଷେପ ନିଆଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ ବିଶେଷ ନଜର ରଖାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)