Advertisment

“ଭାରତରେ ଦୈନିକ ୨୦ ଲକ୍ଷ ଆସିପାରେ କରୋନା ପଜିଟିଭି କେସ୍‌”

ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର

author-image
Sarbeswar
undefined

Coronavirus

ଭୁବନେଶ୍ୱର: ସାରା ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ପ୍ରତ୍ୟେକଦିନ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ। ସ୍ଥିତି ଏମିତି ହେଲାଣି ଯେ, କରୋନାର ଦ୍ୱିତୀୟ ଲହର ପରି ପୁଣି ଥରେ ସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କଲେଣି। ଆଉ ଏହାରି ମଧ୍ୟରେ ସମ୍ଭାବ୍ୟ ୩ୟ ଲହରକୁ ନେଇ ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ବେଶି ଚିନ୍ତା ବଢିଛି। ସେ କହିଛନ୍ତି ଯେ, ବିଦେଶରୁ ଅନେକ ଲୋକ ଦେଶକୁ ଆସୁଛନ୍ତି।

Advertisment

ତେଣୁ ସଂକ୍ରମଣ ଯେ ନବଢିବ ତାହାକୁ କେହି କହିପାରିବେ ନାହିଁ। କେବଳ ଏତିକି ନୁହେଁ ବରଂ ଆଗାମୀ ମାସରେ ପିକ୍‌ରେ ରହିପାରେ କରୋନା। ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, ଓମିକ୍ରନ ନିଶ୍ଚିତ ଭାବରେ ତୃତୀୟ ଲହର। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓମିକ୍ରନ ଯେଉଁ ପରି ଭାବରେ ସଂକ୍ରମଣ କରୁଛି ତାହା ବେଶ୍‌ ଚିନ୍ତାଜନକ। ଖାସ୍‌ କରି ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍‌ ସ୍ଥିତି ଅଧିକ ଜଟିଳ ରହିଛି। ତେଣୁ ବେଳ ଥାଉ ଥାଉ ଆମେ ସଚେତନ ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଶ୍ରୀମିଶ୍ର କହିଛନ୍ତି। ଏହାସହ ସେ କହିଛନ୍ତି, ବିଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ୨୦ ରୁ ୨୫ ଲକ୍ଷ ଆସିପାରେ। ଯାହା ସରକାରଙ୍କର ମୁଣ୍ଡ ବିନ୍ଧା କାରଣ ସାଜିପାରେ।

ସେପଟେ, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ। ଯେତେ ରୋଗୀ ଚିହ୍ନଟ ହେଲେ ବି ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ତେବେ ନିୟମାବଳୀ ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି। ଏହାସହ ସତର୍କତା ବଢ଼ାଯାଇଛି। ଓମିକ୍ରନ ସଂକ୍ରମଣ ଚିହ୍ନଟ ପାଇଁ ଜିନୋମ୍ ସିକ୍ୟୁଏନ୍ସିଂ ଜରୁରୀ। ଏଣୁ ଅଧିକ ସଂଖ୍ୟକ ନମୁନା ସିକ୍ୟୁଏନ୍ସିଂ ପାଇଁ ପଠାଯାଉଥିବା ସେ କହିଛନ୍ତି।

Advertisment
Coronavirus 101 Omicron Cases
Advertisment
Advertisment