ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବା ବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ । ପଜିଟିଭିଟି ରେଟ୍ ମଧ୍ୟ ବୃଦ୍ଧି ପାଇ ୧୯.୬୦ରେ ପହଂଚିଛି ।
ଉଗ୍ର ରୂପ ନେଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ୍। ରାଜ୍ୟରୁ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି।
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ଜଣ ନୂଆ ଓମିକ୍ରନ ଆକ୍ରାନ୍ତ। ଦେଖନ୍ତୁ ବ୍ରେକିଂ ନ୍ୟୁଜ୍
ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS
କେବଳ କରୋନା ମହାମାରୀ ନୁହେଁ ବରଂ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି । ଏଣିକି ଆଉ ରହିବନି କଟକଣା । ନାଇଟ୍ କର୍ଫ୍ୟୁକୁ ମଧ୍ୟ ହଟାଇଦିଆଯାଇଛି ।
BMC ପକ୍ଷରୁ RTPCR ଟେଷ୍ଟ ଲାଗି ସବୁ ସୁବିଧା ଯୋଗାଇ ଦିଆଯାଇଛି । BMCର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ୭୨ଘଣ୍ଟା ମଧ୍ୟରେ RTPCR ପରୀକ୍ଷା କରିଥିବେ, ସେମାନଙ୍କର ଆଉ ବିମାନବନ୍ଦରରେ କୋଭିଡ ଟେଷ୍ଟ ହେବନି ।
ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ । କାଲିଠାରୁ ଆଜି ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଦୈନିକ ପଜିଟିଭିଟି ହାର ୯.୨୮ ପ୍ରତିଶତକୁ ବଢ଼ିଲା ।
ରାଜ୍ୟରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି.. ଚଳିତ ସିଜିନର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି..
ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ.. ସଂକ୍ରମଣ ରୋକିବାକୁ ସବୁ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି.. ଭୁବନେଶ୍ୱରରେ ନିଜେ ପୋଲିସ୍ କମିଶନର ଗ୍ରାଉଣ୍ଡଜିରୋରେ ପହଞ୍ଚି ଅମାନିଆଙ୍କୁ ତାଗିଦ୍ କରିଛନ୍ତି.
ଭୁବନେଶ୍ୱରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି..ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC
କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ କଟକଣା କଡ଼ାକଡ଼ି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ.. କାଲିଠାରୁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ.
ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କୋଭିଡ କଟକଣା । ରାଜଧାନୀରେ ନାଇଟ କର୍ଫ୍ୟୁ ବେଳେ ଆକ୍ସନ ମୋଡରେ ରହୁଛି ପୋଲିସ୍ ।
ରାଜ୍ୟରେ ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ । ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍ସିର ନର୍ଥ ଜୋନ୍ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି । ଯାହା ପରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।
ସମସ୍ତ ଧର୍ମାନୁଷ୍ଠାନରେ କେବଳ ଅଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।
ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ।
୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ ।
ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ। ଦୈନିକ ସଂକ୍ରମଣରେ ଲାଗିଛି ନିଆଁ। ଚାହୁଁ ଚାହୁଁ ଲକ୍ଷେ ଡେଇଁଗଲା। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୧୭ ହଜାର ୧୦୦ ନୂଆ କରୋନା ସଂକ୍ରମିତ।
ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହାଇଭୋଲଟେଜ୍ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କରୋନା ସଂକ୍ରମିତ ଚିହ୍ନାଟ ହୋଇଥିଲେ । ଆଉ ଆଜି ଆଉ ଦୁଇ ଜଣ ନେତା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ
ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।
ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ : ଜାନୁଆରୀ ୧୫ ପରେ ଆହୁରି ବଢିବ ସଂକ୍ରମଣ
ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।
ଆସନ୍ତା ସୋମବାର ଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି । ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ।