/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641615748.jpg)
Covid19 Containment Zone
ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ । ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍ସିର ନର୍ଥ ଜୋନ୍ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି । ଯାହା ପରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏହି ସବୁ ଅଞ୍ଚଳରେ ଲୋକଙ୍କ ଯାଆସ ଉପରେ ମଧ୍ୟ କଟକଣା ରଖାଯାଇଛି । ବିଏମ୍ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସେଠାକୁ ପହଞ୍ଚା ଯାଉଛି ।
ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟର ଏକ ପ୍ଲଟ, ନିଳାଦ୍ରୀବିହାର, ସତ୍ୟବିହାର , ବମିଖାଲ, ସହିଦ ନଗର, ଖାରବେଳ ନଗର ଭଳି କିଛି ଅଞ୍ଚଳର ପ୍ଲଟ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହାପୂର୍ବରୁ ଚଳିତ ସପ୍ତାହରେ ୧୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଏମ୍ସି ଚିହ୍ନଟ କରିଥିଲା ।
ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଏହି ସିଜନ୍ର ସର୍ବାଧିକ ବୋଲି କୁହାଯାଉଛି ।
ରାଜ୍ୟରେ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼- ୫୮୨, ସମ୍ବଲପୁର- ୩୭୨, କଟକ- ୩୧୦, ଷ୍ଟେଟ୍ ପୁଲ୍- ୨୮୯, ଝାରସୁଗୁଡ଼ା- ୧୩୪, ପୁରୀ- ୧୦୦, ମୟୂରଭଞ୍ଜ- ୮୦, ଯାଜପୁର- ୭୮, ଅନୁଗୁଳ- ୫୫, ବରଗଡ଼- ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)