Advertisment

ବଢୁଛି ସଂକ୍ରମଣ : ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

author-image
Sarbeswar
ଅଦ୍ୟତନ ହୋଇଛି
Night curfew imposed in several states amid Omicron threat

Night curfew imposed in several states amid Omicron threat

ହୁ ହୁ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା। ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଆଜିଠୁ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ନିୟମ। ରାତି ୯ଟା ପରଠୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବାରୁ ପୋଲିସ ଦୋକାନ ବଜାର ବନ୍ଦ ସହ ଲୋକଙ୍କୁ ଭିଡ଼ ଜମାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି। ଭୁବନେଶ୍ୱରରେ ପୋଲିସ କମିଶନର ନିଜେ ସ୍ଥାନକୁ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିଭଳି ରାଜ୍ୟର ଅନ୍ୟ ସହରାଞ୍ଚଳରେ ମଧ୍ୟ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। ତେବେ କରୋନା ବଢୁଥିବାରୁ ନାଇଟ୍‌ କର୍ଫ୍ୟୁ ଲଗାଇଛନ୍ତି ସରକାର। ଏଠାରେ କହିରଖୁଛୁ, ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୭୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୧୨୪ ରହିଛି।

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨,୪୭୬ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୫,୭୧୮ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୮୨୩୭ ରହିଛି।

ସେପଟେ, ଆସନ୍ତା ସପ୍ତାହ ଅର୍ଥାତ୍‌ ଜାନୁଆରୀ ୧୫ ବେଳକୁ ଦେଶରେ ପ୍ରାୟ ୩ ଲକ୍ଷ ଦୈନିକ ସଂକ୍ରମଣର ରିପୋର୍ଟ ଆସିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ଏବେ ଅନେକ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାସହ ଆସନ୍ତା ୧୫ ଦିନ ଦେଶ ପାଇଁ ବିପଦ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁଶୀଲା କାଟାରିଆ କହିଛନ୍ତି, ବର୍ତ୍ତମାନ ଦେଶରେ କରୋନା ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ତେଣୁ ଆମକୁ ଅଧିକ ଧ୍ୟାନ ରଖିବାକୁ ପଡ଼ିବ। କାରଣ ଯେଉଁମାନେ କରୋନାରେ ସଂକ୍ରମଣ ହେଉଛନ୍ତି ସେମାନେ ଓମିକ୍ରନ ଓ ଡେଲଟା ଭ୍ୟାରିଆଂଟ୍‌ରେ ସଂକ୍ରମଣ ହେଉଛନ୍ତି।

Advertisment
Corona Virus COVID19 Night Curfew
Advertisment
Advertisment