• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା ଭୟ ! କରୋନା ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ କମିଗଲାଣି ଯାତ୍ରୀଙ୍କ ଆତଯାତ ସଂଖ୍ୟା । ପ୍ରାୟ ୫୦ ପ୍ରତିଶତ କମିଛି ଯାତ୍ରୀଙ୍କ ଯାତାୟତ । ଗତ ସପ୍ତାହରେ ବିମାନ ବନ୍ଦରକୁ ଦୈନିକ ପ୍ରାୟ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିଲେ । ହେଲେ ଏବେ ତାହା ୭ରୁ ୮ହଜାରକୁ ଖସି ଆସିଛି । ବିମାନବନ୍ଦରରେ ସବୁ ପ୍ରକାରର ସତର୍କତା ପାଳନ କରାଯାଉଛି । BMC ପକ୍ଷରୁ RTPCR ଟେଷ୍ଟ ଲାଗି ସବୁ ସୁବିଧା ଯୋଗାଇ ଦିଆଯାଇଛି । BMCର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ୭୨ଘଣ୍ଟା ମଧ୍ୟରେ RTPCR ପରୀକ୍ଷା କରିଥିବେ, ସେମାନଙ୍କର ଆଉ ବିମାନବନ୍ଦରରେ କୋଭିଡ ଟେଷ୍ଟ ହେବନି । ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରକୁ କୌଣସି ଆନ୍ତର୍ଜାତିକ ବିମାନ ମଧ୍ୟ ଆସୁନି । ଏବେ ଭୁବନେଶ୍ୱର ବିମାନ ବନ୍ଦରକୁ ଦୈନିକ ୩୮ଟି ବିମାନ ଆସୁଥିବା ବେଳେ ଏଠାରୁ ୩୮ ବିମାନ ବାହାରକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ।

 ସାରା ଦେଶରେ ବମାନ ବନ୍ଦର ଗୁଡ଼ିକରେ ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍ ଲାଗୁ କରାଯାଇଛି । ବିଦେଶରୁ ଫେରିଲେ ୭ ଦିନିଆ ହୋମ୍ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ହୋମ୍ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍‌ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ଏହି ନିୟମ ।

ସେହିଭଳି ଏଣିକି ଭୁବନେଶ୍ୱର ଏୟାରପୋର୍ଟରେ ପାଦ ପକାଇଲେ ହେବ କରୋନା ଟେଷ୍ଟ । ଯେତେ ଯାତ୍ରୀ ଆସିବେ ସମସ୍ତେ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ । ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଏଭଳି କଡ଼ା ଗାଇଡଲାଇନ ଜାରି କରିଛି ବିଏମ୍‌ସି (BMC) । ଭୁବନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ RT-PCR ଟେଷ୍ଟ ପାଇଁ ନିର୍ଦ୍ଦେଶ BMC ନିର୍ଦେଶ ଦେଇଛି । କେବଳ ୭୨ ଘଣ୍ଟା ପୂର୍ବର RT-PCR ଟେଷ୍ଟ କରିଥିବା ଯାତ୍ରୀଙ୍କୁ ଛାଡ଼ି ସମସ୍ତଙ୍କର ଟେଷ୍ଟ ହେବ । ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ ଥିବା ଯାତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କ ଟେଷ୍ଟ ହେବ ବୋଲି କୁହାଯାଇଛି ।