• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ । କାଲିଠାରୁ ଆଜି ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଦୈନିକ ପଜିଟିଭିଟି ହାର ୯.୨୮ ପ୍ରତିଶତକୁ ବଢ଼ିଲା । ଦେଶରେ ଦିନକରେ ୨୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୪୬୩କୁ ବୃଦ୍ଧି । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ବଢ଼ି ୫ ଲକ୍ଷ ମୁହାଁ । ଏବେ ଦେଶରେ ଆକ୍ଟିଭ୍ କେସ୍‌ ୪,୭୨,୧୬୯ ଥିବା ବେଳେ ସୁସ୍ଥ ହେଲେଣି ୩,୪୪,୧୨,୭୪୦ । 

ତେବେ ଦେଶରେ ଏଯାବତ୍‌ ୩,୦୭୧ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଲେଣି । ମହାରାଷ୍ଟ୍ରରୁ ୮୭୬ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୫୧୩, କର୍ଣ୍ଣାଟକରୁ ୩୩୩, ରାଜସ୍ଥାନରୁ ୨୯୧, କେରଳରୁ ୨୮୪, ଗୁଜରାଟରୁ ୨୦୪, ତାମିଲନାଡୁରୁ ୧୨୧, ହରିୟାଣାରୁ ୧୧୪ ।

ଅନ୍ୟପଟେ ରାଜ୍ୟରେ ଆଜି ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଏହି ସିଜନ୍‌ର ସର୍ବାଧିକ ବୋଲି କୁହାଯାଉଛି ।

ରାଜ୍ୟରେ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼- ୫୮୨, ସମ୍ବଲପୁର- ୩୭୨, କଟକ- ୩୧୦, ଷ୍ଟେଟ୍ ପୁଲ୍- ୨୮୯, ଝାରସୁଗୁଡ଼ା- ୧୩୪, ପୁରୀ- ୧୦୦, ମୟୂରଭଞ୍ଜ- ୮୦, ଯାଜପୁର- ୭୮, ଅନୁଗୁଳ- ୫୫, ବରଗଡ଼- ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ । ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍‌ସିର ନର୍ଥ ଜୋନ୍‌ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍‌ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି । ଯାହା ପରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏହି ସବୁ ଅଞ୍ଚଳରେ ଲୋକଙ୍କ ଯାଆସ ଉପରେ ମଧ୍ୟ କଟକଣା ରଖାଯାଇଛି । ବିଏମ୍‌ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସେଠାକୁ ପହଞ୍ଚା ଯାଉଛି ।

ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟର ଏକ ପ୍ଲଟ, ନିଳାଦ୍ରୀବିହାର, ସତ୍ୟବିହାର , ବମିଖାଲ, ସହିଦ ନଗର, ଖାରବେଳ ନଗର ଭଳି କିଛି ଅଞ୍ଚଳର ପ୍ଲଟ୍‌କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହାପୂର୍ବରୁ ଚଳିତ ସପ୍ତାହରେ ୧୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଏମ୍‌ସି ଚିହ୍ନଟ କରିଥିଲା ।